ପୁରୀ: ପୁରୀ ନାଁ ପୂର୍ବରୁ ଶ୍ରୀଜଗନ୍ନାଥ ଧାମ ଲଗାଇବା ନେଇ ଦିନକୁ ଦିନ ରାଜନୀତି ଜୋର ଧରିଛି। ଗତକାଲି(ଶୁକ୍ରବାର) ଏନେଇ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀଙ୍କ ସହ ବିଜେପି ରାଷ୍ଟୀୟ ପ୍ରବକ୍ତା ଡଃ ସମ୍ବିତ ପାତ୍ର ପୁରୀ ରେଳଷ୍ଟେସନରେ ଧରିଥିବା ଏକ ବ୍ୟାନରରେ ଶ୍ରୀଜଗନ୍ନାଥଙ୍କ ନାମ ସମ୍ପୂର୍ଣ୍ଣ ତ୍ରୁଟିପୂର୍ଣ୍ଣ ଥିଲା । ଏହାକୁ ଜିଲ୍ଲା ବିଜେଡି ଆଜି ଦୃଢ ପ୍ରତିବାଦ କରିଛି।
ବଡ଼ଦାଣ୍ଡସ୍ଥିତ ଜଗନ୍ନାଥ ବଲ୍ଲଭ ମଠ ଓ ମାର୍କେଟ ଛକରେ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଓ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଡ଼ଃ ସମ୍ବିତ ପାତ୍ରଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ସେ ପୁରୀ ଆସି ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିବାକୁ ବିଜେଡି ଦାବି କରିଛି । ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଡଃ ସମ୍ବିତ ପାତ୍ର ବାରମ୍ବାର ଶ୍ରୀଜଗନ୍ନାଥଙ୍କୁ ନେଇ କଦର୍ଥ ଆଚରଣ ଓ ବ୍ୟବହାର କରୁଥିବାରୁ ବିଜେଡି ରାଜରାସ୍ତାରେ ଏହାର ଦୃଢ଼ ପ୍ରତିବାଦ କରିଛି। ସେ କ୍ଷମାପ୍ରାର୍ଥନା ନକଲେ ଆଗାମୀ ଦିନରେ ତାଙ୍କୁ ପୁରୀ ପ୍ରବେଶ କରାଇ ଦିଆଯିବ ନାହିଁ ବୋଲି ଚେତାବନୀ ଦିଆଯାଇଛି।