ଗତ 5 ତାରିଖରେ ରାଜ୍ୟ ସରକାରଙ୍କ ପକ୍ଷରୁ ମନ୍ତ୍ରୀ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ସରକାର ନିଜର ଯୋଜନାଗୁଡିକ ବଖାଣିବା ସହିତ ସଫଳ ହୋଇଥିବା ଘୋଷଣା କରିଥିଲେ । ଯାହାକୁ ନେଇ ବିଜେପି ଏକ ସାମ୍ବାଦିକ ସମ୍ମିଳନୀ ଡକାଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର କେବଳ ସର୍ବସ୍ବ ଘୋଷଣା ବୋଲି କହିଛି ।
ସମସ୍ତ ପକ୍କା ଘର, ନିଯୁକ୍ତି, ସାର୍ବଜନୀନ ସମାଜିକ ସୁରକ୍ଷା ଏବଂ ପାନୀୟଜଳ ଭଳି ବିଭିନ୍ନ କ୍ଷେତ୍ରରେ ଦେଇଥିବା ପ୍ରତିଶୃତି ମିଥ୍ୟା ବୋଲି ବିଜେପି ଯୁକ୍ତି ବାଢିଥିଲା । ଏଥି ସହିତ ମୁଖ୍ୟମନ୍ତ୍ରୀଙ୍କ ସର୍ବସ୍ବ ଘୋଷଣା କେବଳ 2019 ବୋଲି ସମ୍ମିଳନୀରେ ମତ ପ୍ରକାଶ ପାଇଥିଲା ।
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର
ଏହି ସମ୍ମିଳନୀରେ ସରୋଜ ସାବତ, ଶିଶିର କୁମାର ପାଢୀ ପ୍ରମୁଖ ଉପସ୍ଥିତ ଥିଲେ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ