ETV Bharat / state

ପ୍ରତିଷ୍ଠା ଦିବସ ପାଳୁଛି BJD, ଉତ୍ସାହିତ ନେତା-କର୍ମୀ - ବିଜୁ ଜନତା ଦଳ

26 ବର୍ଷରେ ପାଦ ଥାପିଛି ବିଜୁ ଜନତା ଦଳ (BJD foundation day ) । ରୌପ୍ୟ ଜୟନ୍ତୀ ଅବସରରେ ପୁରୀରେ ଶକ୍ତି ପ୍ରଦର୍ଶନ କରିଛି ବିଜେଡି । ବିଜେଡି ପ୍ରତିଷ୍ଠା ଦିବସକୁ ନେଇ ନେତା କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

bjd leaders reaction on foundation day
ବିଜେଡି ପ୍ରତିଷ୍ଠା ଦିବସକୁ ନେଇ ଉତ୍ସାହିତ ନେତା-କର୍ମୀ
author img

By

Published : Dec 26, 2022, 12:11 PM IST

ବିଜେଡି ପ୍ରତିଷ୍ଠା ଦିବସକୁ ନେଇ ଉତ୍ସାହିତ ନେତା-କର୍ମୀ

ପୁରୀ: ଆଞ୍ଚଳିକ ଦଳ ଭାବରେ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବିଜୁ ଜନତା ଦଳ ଗଠନ ହେବାକୁ 25 ବର୍ଷ ପୂରଣ ହୋଇଛି (BJD celebrate foundation day) । ଦଳ ରୌପ୍ୟ ଜୟନ୍ତୀ (silver jubilee function) ପାଳନ କରୁଛି । ଦଳର ପ୍ରତିଷ୍ଠା ଦିବସ (BJD Foundation Day) ପାଇଁ ପୁରୀରେ ପାଳନ ହେଉଛି । 2024 ପାଇଁ ଶ୍ରୀକ୍ଷେତ୍ର ମାଟିରୁ ସମରସଜ୍ଜା କରିବ ଦଳ । ପୁରୀରେ ଆୟୋଜିତ ବିରାଟ ସଭାରେ ନେତାକର୍ମୀଙ୍କୁ ଗୁରୁମନ୍ତ୍ର ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରତିଷ୍ଠା ଦିବସକୁ ନେଇ ନେତା ଓ ଦଳୀୟ କର୍ମୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି । ଆଜି ସକାଳୁ ପୁରୀ ଜିଲ୍ଲା ବିଜେଡି ପକ୍ଷରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦୀପଦାନ କରାଯାଇଥିଲା । ଆଉ କିଛି ସମୟ ମଧ୍ୟରେ ପ୍ରତିଷ୍ଠା ଦିବସ ଉତ୍ସବରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ପ୍ରତିଷ୍ଠା ଦିବସକୁ ନେଇ ବିଜେଡି ବିଧାୟକ ସୁଦାମ ମାରାଣ୍ଡି କହିଛନ୍ତି, ''ମୁଖ୍ୟମନ୍ତ୍ରୀଙ୍କୁ ସୁଖ ଦୁଃଖରେ ସାମିଲ ହେବାକୁ ପାଞ୍ଚ ପାଞ୍ଚ ଥର ସୁଯୋଗ ଦେଇଛନ୍ତି ରାଜ୍ୟବାସୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାୟିତ୍ବ ନେବ ପରଠୁ ଓଡିଆ ଆଗକୁ ଆଗକୁ ବଢୁଛି । ପ୍ରାକୃତିକ ବିପର୍ଯ୍ୟୟରେ ବିଶ୍ବରେ ଉଦହାରଣ ସୃଷ୍ଟି କରିଛି । ଲୋକଙ୍କ ସମସ୍ୟାକୁ ପ୍ରାଧାନ୍ୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କୁ ଦେଖିବା ମାତ୍ରେ କର୍ମୀଙ୍କ ମଧ୍ୟରେ ଏକ ପ୍ରକାର ଶିହରଣ ଖେଳିଯାଉଛି ।''

ଏହା ବି ପଢନ୍ତୁ...BJD Foundation Day: 26 ବର୍ଷରେ ପାଦ ଦେଲା BJD, ମହାପ୍ରଭୁଙ୍କୁ ଦୀପଦାନ

ବିଜେଡ଼ିକୁ କିଭଳି ଆହୁରି ଶକ୍ତିଶାଳୀ କରି ହେବ 2024 ନିର୍ବାଚନ ପାଇଁ ସବୁ ନେତା,କର୍ମୀ କଠିନ ପରିଶ୍ରମ କରିବା, ଲୋକଙ୍କ ନିକଟରେ ସରକାରଙ୍କ ସମସ୍ତ ଜନହିତକର କାର୍ଯ୍ୟକ୍ରମ ପହଞ୍ଚାଇବା ସେ ନେଇ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେବେ । ସମସ୍ତ ମନ୍ତ୍ରୀ, ବିଧାୟକ, କର୍ମକର୍ତ୍ତା ସଭାସ୍ଥଳରେ ପହଞ୍ଚି ସାରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଗମନକୁ ସମସ୍ତଙ୍କ ଅପେକ୍ଷା ରହିଛି । ଦଳର ନେତା, କର୍ମୀ ବେଶ୍ ଉତ୍ସାହିତ ଥିବା ବେଳେ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଲଗି ପଡିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ କଡାକଡି ସୁରକ୍ଷା ବ୍ୟବସ୍ଥା କରାଯାଇଛି । 32 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

1997 ମସିହା ଡିସେମ୍ବର 26 ଅର୍ଥାତ ଆଜିର ଦିନରେ ଦଳ ଗଠନ ହୋଇଥିଲା । ଦଳ ପ୍ରତିଷ୍ଠା ହେବା ସମୟରେ ନବୀନ ପଟ୍ଟନାୟକ କେନ୍ଦ୍ରରେ ଅଟଳ ବିହାରୀ ବାଜପେୟୀଙ୍କ ମନ୍ତ୍ରୀମଣ୍ଡଳରେ ଇସ୍ପାତ ଓ ଖଣି ବିଭାଗରେ ମନ୍ତ୍ରୀ ଥିଲେ । 2000 ମସିହା ନିର୍ବାଚନରେ ଲଢି ରାଜ୍ୟ ସରକାର ଗଠନ କଲେ ଓ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେଲେ । ମୋଟାମୋଟି ଭାବେ କହିବାକୁ ଗଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବିଜେଡି ସଫଳ ରାଜନୈତିକ ଦଳ ଭାବରେ ଜାତୀୟସ୍ତରରେ ଉଦାହରଣ ସୃଷ୍ଟି କରିଛି । ଓଡିଶାବାସୀଙ୍କ ଲୋକପ୍ରିୟତା ପାଇଁ ନବୀନ ପଟ୍ଟନାୟକ ଗାଦି ବଞ୍ଚାଇ ରଖିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.