ETV Bharat / state

BJD Foundation Day: 26 ବର୍ଷରେ ପାଦ ଦେଲା BJD, ମହାପ୍ରଭୁଙ୍କୁ ଦୀପଦାନ

author img

By

Published : Dec 26, 2022, 9:17 AM IST

Updated : Dec 26, 2022, 10:03 AM IST

ବିଜୁ ଜନତା ଦଳ ଗଠନ ହେବାକୁ ଆଜି 25 ବର୍ଷ ପୂରଣ ହୋଇଛି । ପୁରୀ ତାଳବଣିଆରେ ପ୍ରତିଷ୍ଠା ଦିବସ ପାଳନ ପାଇଁ ହୋଇଛି ବଡଧରଣ ଆୟୋଜନ । ଏହା ପୂର୍ବରୁ ଦଳ ପକ୍ଷରୁ ଶ୍ରୀମନ୍ଦିରରେ ଦୀପଦାନ କରାଯାଇଛି । ଅଧିକ ପଢନ୍ତୁ

ବିଜେଡି ପ୍ରତିଷ୍ଠା ଦିବସ
bjd foundation day
bjd foundation day

ପୁରୀ: 26 ବର୍ଷରେ ପାଦ ଥାପିଲା ବିଜୁ ଜନତା ଦଳ । ଆଞ୍ଚଳିକ ଦଳ ଭାବରେ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବିଜୁ ଜନତା ଦଳ ଗଠନ ହେବାକୁ 25 ବର୍ଷ ପୂରଣ ହୋଇଛି (BJD celebrate foundation day) । ଆଜି ଦଳ ରୌପ୍ୟ ଜୟନ୍ତୀ(silver jubilee function)ପାଳନ କରୁଛି । ପ୍ରତିଷ୍ଠା ଦିବସ (BJD Foundation Day) ପାଇଁ ପୁରୀରେ ବ୍ୟାପକ ପ୍ରସ୍ତୁତି ହୋଇଛି । ଏହା ପୂର୍ବରୁ ପୁରୀ ଜିଲ୍ଲା ବିଜେଡି ଦଳର ସଫଳତା ନେଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଦୀପଦାନ କରିଛି ।

ଶ୍ରୀମନ୍ଦିରରେ ଦୀପଦାନ

ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି (ସୋମବାର) ପୁରୀରେ ଆୟୋଜିତ ଏକ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସେଠାରେ ଦଳୀୟ ନେତା ଓ କର୍ମୀଙ୍କୁ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ । ଏହି କାର୍ଯ୍ୟକ୍ରମର ସଫଳତା ନେଇ ମହାପ୍ରଭୁ ଶ୍ରୀ ଜଗନ୍ନାଥ ନିକଟରେ ପୁରୀ ବିଜେଡ଼ି ପକ୍ଷରୁ ଦୀପଦାନ କରାଯାଇଛି । ସକାକୁ ବିଜେଡ଼ି କର୍ମକର୍ତ୍ତାମାନେ ଶ୍ରୀମନ୍ଦିର ସିଂହଦ୍ୱାର ଠାରେ ଏକାଠି ହୋଇ ଦୀପଦାନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନାୟକଙ୍କ ଦୀର୍ଘାୟୁ କାମନା କରିବା ସହ ଦଳର ସଫଳତା କାମନା କରିଛନ୍ତି । ଏଥି ସହ ଓଡ଼ିଶାବାସୀଙ୍କ ଉନ୍ନତି କାମନା କରିଛନ୍ତି ।

ଏହା ବି ପଢନ୍ତୁ...ନନ୍ଦନକାନନରେ ୭ ବର୍ଷର ରେକର୍ଡ ଭାଙ୍ଗିଲା ପର୍ଯ୍ୟଟକଙ୍କ ଭିଡ

ଦଳକୁ ଗୁରୁମନ୍ତ୍ର ଦେବେ ବିଜେଡି ସୁପ୍ରିମୋ

ପୁରୀ ତାଳବଣିଆ ପଡିଆରେ ବିଜେଡ଼ିର 25ତମ ପ୍ରତିଷ୍ଠା ଦିବସ ସହରୋହ ସଭା ଅନୁଷ୍ଠିତ ହେବ । ଓଡିଶା ବିଜେଡ଼ିର ସମସ୍ତ ନେତା, କର୍ମକର୍ତ୍ତା ପୁରୀରେ ପହଞ୍ଚି ସାରିଛନ୍ତି । ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ପୂର୍ବାହ୍ନ 11 ଟା 40ରେ ତାଳବଣିଆରେ ପହଞ୍ଚିବା ପରେ କାର୍ଯ୍ୟକ୍ରମ ଆନୁଷ୍ଠାନିକ ଭାବେ ଉଦଘାଟନ କରିବେ । ଏହି ଅବସରରେ ନେତା ଓ କର୍ମୀଙ୍କୁ ଗୁରୁମନ୍ତ୍ରୀ ଦେବେ ନବୀନ । କଣ ଦେବେ ଗୁରୁମନ୍ତ୍ର ତାକୁ ନେଇ ଚାଲିଛି ଆଲୋଚନା ।

ପ୍ରତିଷ୍ଠା ଦିବସ ପାଳନ ପାଇଁ ସୁରକ୍ଷା କଡାକଡି

ପୁରୀରେ ବିଜେଡିର ୨୫ତମ ପ୍ରତିଷ୍ଠା ଦିବସ ସମାବେଶ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗସ୍ତକୁ ନଜରରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଛି । ତାଳବଣିଆ ପଡ଼ିଆଠାରୁ ଆରମ୍ଭ କରି ଶ୍ରୀମନ୍ଦିର ଯାଏଁ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ପାଇଁ କଡା ନିରାପତ୍ତା ବ୍ୟବସ୍ଥା ଗ୍ରହଣ ନେଇ ସମସ୍ତ ବ୍ୟବସ୍ଥା ପୋଲିସ ପକ୍ଷରୁ କରାଯାଉଥିବା ଜଣାପଡିଛି ।

ଆଜିର ଦିନରେ ଗଠନ ହୋଇଥିଲା ବିଜୁ ଜନତା ଦଳ

1997 ମସିହା ଡିସେମ୍ବର 26 ଅର୍ଥାତ ଆଜିର ଦିନରେ ଦଳ ଗଠନ ହୋଇଥିଲା । ଦଳ ପ୍ରତିଷ୍ଠା ହେବା ସମୟରେ ନବୀନ ପଟ୍ଟନାୟକ କେନ୍ଦ୍ରରେ ଅଟଳ ବିହାରୀ ବାଜପେୟୀଙ୍କ ମନ୍ତ୍ରୀମଣ୍ଡଳରେ ଇସ୍ପାତ ଓ ଖଣି ବିଭାଗରେ ମନ୍ତ୍ରୀ ଥିଲେ । 2000 ମସିହା ନିର୍ବାଚନରେ ଲଢି ରାଜ୍ୟ ସରକାର ଗଠନ କଲେ ଓ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେଲେ । ମୋଟାମୋଟି ଭାବେ କହିବାକୁ ଗଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବିଜେଡି ସଫଳ ରାଜନୈତିକ ଦଳ ଭାବରେ ଜାତୀୟସ୍ତରରେ ଉଦାହରଣ ସୃଷ୍ଟି କରିଛି । ଓଡିଶାବାସୀଙ୍କ ଲୋକପ୍ରିୟତା ପାଇଁ ନବୀନ ପଟ୍ଟନାୟକ ଗାଦି ବଞ୍ଚାଇ ରଖିଛନ୍ତି ।

ଇଟିଭି ଭାରତ, ପୁରୀ

Last Updated : Dec 26, 2022, 10:03 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.