ETV Bharat / state

ପିପିଲିବାସୀଙ୍କ ସେବା ଓ ବିକାଶ ମୋର ଲକ୍ଷ୍ୟ: ରୁଦ୍ର ମହାରଥୀ

author img

By

Published : Oct 3, 2021, 5:21 PM IST

Updated : Oct 3, 2021, 6:11 PM IST

ପିପିଲି ଉପନିର୍ବାଚନରେ ବିଜେଡି ଆଗୁଆ ପରେ ପ୍ରତିକ୍ରିୟା ରଖିଲେ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ । ପିପିଲିବାସୀଙ୍କ ସେବା ଓ ବିକାଶ ମୋର ଲକ୍ଷ୍ୟ କହିଲେ ରୁଦ୍ର । ଅଧିକ ପଢନ୍ତୁ...

BJD Candidate Rudra Pratap maharathy
ପିପିଲିବାସୀଙ୍କ ସେବା ଓ ବିକାଶ ମୋର ଲକ୍ଷ କହିଲେ ରୁଦ୍ର ମହାରଥୀ

ପୁରୀ: ପିପିଲି ଉପନିର୍ବାଚନରେ ଚାଲିଛି ମତଗଣନା। ସକାଳେ ଭୋଟ ଗଣନା ଆରମ୍ଭରୁ ଆଗୁଆ ରହିଛନ୍ତି ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ପୁଅ ପିପିଲିର ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ । ଭୋଟ ଗଣନା ଜାରି ରହିଥିବାବେଳେ ପ୍ରତିକ୍ରିୟା ରଖିଛନ୍ତି ରୁଦ୍ର ପ୍ରତାପ ମହାରଥୀ ।

ପିପିଲିବାସୀଙ୍କ ସେବା ଓ ବିକାଶ ମୋର ଲକ୍ଷ୍ୟ

ପିପିଲି ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ନିଜର ପ୍ରତିଦ୍ବନ୍ଦୀ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ଠାରୁ ବିପୁଳ ଭୋଟରେ ଆଗୁଆ ରହିଛନ୍ତି । ଏଣୁ ତାଙ୍କର ବିଜୟ ସୁନିଶ୍ଚିତ ବୋଲି ଜଣାପଡିଛି। ତେବେ ରୁଦ୍ର ପିପିଲି ଡେଲାଙ୍ଗବାସୀଙ୍କୁ ଅଶେଷ ଧନ୍ୟବାଦ ଦେଇଛନ୍ତି । ତାଙ୍କୁ ସ୍ନେହ ଭଲ ପାଇବା ଦେଇଥିବାରୁ ସେ ବହୁତ ଖୁସି ଥିବା କହିଛନ୍ତି। ରୁଦ୍ର କହିଛନ୍ତି ସେ ବିଧାୟକ ହେଲେ କି ନହେଲେ ତାଙ୍କର କିଛି ଯାଏ ଆସେ ନାହିଁ । ତାଙ୍କର ଲକ୍ଷ୍ୟ କେଵଳ ପିପିଲିବାସୀଙ୍କ ସେବା ଓ ବିକାଶ ।

ସୂଚନାଥାଉକି ୧୯ ତମ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ଆଗୁଆ ରହିଛନ୍ତି । ରାଉଣ୍ଡ ୧୯ ସୁଦ୍ଧା ୨୦,୬୦୮ ଭୋଟରେ ବିଜେଡି ଆଗୁଆ ରହିଛି । ବିଜେଡିକୁ ୭୪,୪୯୮, ବିଜେପିକୁ ୫୩,୮୯୦ ଓ କଂଗ୍ରେସକୁ ୩୫୪୧ ଖଣ୍ଡ ଭୋଟ ମିଳିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Oct 3, 2021, 6:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.