ETV Bharat / state

ବାଇକ ଚୋରି ଗ୍ୟାଙ୍ଗକୁ କାବୁ କଲା ପୁରୀ ପୋଲିସ, 12 ବାଇକ ସହ 6 ଗିରଫ - puri latest news

ପୁରୀ ସହରରେ ଏକ ବାଇକ ଚୋରୀ ଗ୍ୟାଙ୍ଗକୁ ପୁରୀ ପୋଲିସ ଗରିଫ କରିବାରେ ସକ୍ଷମ ହୋଇଛି । ସେମାନଙ୍କ ନିକଟରୁ ପୋଲିସ 12 ଟି ବାଇକ ଜବତ କରିଥିବାବେଳେ 6 ଜଣ ଗିରଫ କରିଛି । ଅଧିକ ପଢନ୍ତୁ...

ବାଇକ ଚୋରି ଗ୍ୟାଙ୍ଗକୁ କାବୁ କଲା ପୁରୀ ପୋଲିସ, 12 ବାଇକ ସହ 6 ଗିରଫ

author img

By

Published : Aug 14, 2020, 8:40 PM IST

ପୁରୀ: ସହରରେ ବାଇକ ଚୋରି କରୁଥିବା ଏକ ଗ୍ୟାଙ୍ଗକୁ ପୁରୀ ପୋଲିସ କାବୁ କରିଛି । ପୋଲିସ ମୋଟ 12 ଟି ବାଇକ ଜବତ କରିଥିବାବେଳେ 6 ଜଣ ଗିରଫ କରିଛି ।

ବାଇକ ଚୋରି ଗ୍ୟାଙ୍ଗକୁ କାବୁ କଲା ପୁରୀ ପୋଲିସ, 12 ବାଇକ ସହ 6 ଗିରଫ

ସୂଚନା ଅନୁଯାୟୀ ଗତ 11 ତାରିଖ ଦିନ ପୁରୀ ମୁଖ୍ୟ ଚିକିତ୍ସାଳୟରୁ ଏକ ବାଇକ ଚୋରି ହେବା ନେଇ ନାରାୟଣ ବାରିକ ନାମକ ଜଣେ ବ୍ୟକ୍ତି କୁମ୍ଭାର ପଡା ଥାନାରେ ଏତଲା ଦେଇଥିଲେ । ଏହି ଘଟଣା ପୋଲିସ ତଦନ୍ତ କରୁଥିବା ବେଳେ ପୁରୀରେ ରହୁଥିବା ଆଲୋକ ସାମଲକୁ ପୋଲିସ ଧରିଥିଲା । ତାକୁ ପଚରା ଉଚରା ପରେ ସେ ଓ ତା ସାଥି ବାଇକ ଚୋରି କରିଥିବା ମାନି ଥିଲେ । ତଦନ୍ତ ପରେ 12 ଟି ଚୋରି ହୋଇ ଥିବା ବାଇକ ପୋଲିସ ଉଦ୍ଧାର କରିଛି ।

ଏହି ଘଟଣାରେ ପୋଲିସ ଚୋରା ବାଇକ କିଣିଥିବା 4 ଜଣ ବ୍ୟକ୍ତିଙ୍କ ସହ 2 ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଦିନକୁ ଦିନ ପୁରୀ ସହରରେ ବାଇକ ଚୋରି ବଢୁଥିବା ବେଳେ ଏହି ଗ୍ୟାଙ୍ଗ ଗୁଡିକୁ ଧରିବାକୁ ପୋଲିସ ଅଭିଯାନ ଜୋରଦାର କରିଛି । ଗତ କିଛିଦିନ ହେବ ଏକାଧିକ ବାଇକ ଚୋରି ଗ୍ୟାଙ୍ଗକୁ ପୁରୀ ପୋଲିସ ଧରିବାରେ ସଫଳ ହୋଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.