ETV Bharat / state

ପୁରୀ ସ୍ବର୍ଗଦ୍ବାରରୁ ହଟିଲା ବିଜୁ ସମାଧିସ୍ଥଳ - Biju grave memorial removed from Puri swargadwar

ପୁରୀ ସ୍ଵର୍ଗ ଦ୍ବାରରେ ଥିବା ବିଜୁ ପଟ୍ଟନାୟକଙ୍କ ସମାଧିସ୍ଥଳକୁ ଉଚ୍ଛେଦ କରାଯାଇଛି । ପୂର୍ବରୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ 5 କୋଟି ଟଙ୍କା ଅନୁଦାନରେ ସ୍ବର୍ଗ ଦ୍ବାରର ନବୀକରଣ ହେବ।

Biju Patnaik's grave memorial removed
ପୁରୀ ସ୍ବର୍ଗଦ୍ବାରରୁ ହଟିଲା ବିଜୁ ସମାଧିସ୍ଥଳ
author img

By

Published : Dec 19, 2019, 3:07 PM IST

ପୁରୀ: ଉଚ୍ଛେଦ ହେଲା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସମାଧିସ୍ଥଳ । ବୁଧବାର ରାତିରେ ପୁରୀ ସ୍ଵର୍ଗଦ୍ବାରରେ ଥିବା ବିଜୁ ପଟ୍ଟନାୟକଙ୍କ ସମାଧିସ୍ଥଳକୁ ଉଚ୍ଛେଦ କରାଯାଇଛି। ସ୍ବର୍ଗ ଦ୍ବାରର ବିକାଶ ଓ ନବୀକରଣ କାର୍ଯ୍ୟ ନେଇ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ସମାଧିସ୍ଥଳକୁ ଉଚ୍ଛେଦ କରାଯାଇଛି।

ପୁରୀ ସ୍ବର୍ଗଦ୍ବାରରୁ ହଟିଲା ବିଜୁ ସମାଧିସ୍ଥଳ

ପୂର୍ବରୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ 5 କୋଟି ଟଙ୍କା ଅନୁଦାନରେ ସ୍ବର୍ଗଦ୍ବାରର ନବୀକରଣ ହେବ। ଅତ୍ୟାଧୁନିକ ବ୍ୟବସ୍ଥା ରହିବା ଫଳରେ ଏଠାରେ ଆସୁଥିବା ଲୋକେ ଶବ ସଂସ୍କାର କାର୍ଯ୍ୟ ସୁବିଧାରେ କରି ପାରିବେ। ହାଇଦ୍ରାବାଦର ବୈକୁଣ୍ଠ ମହାପ୍ରସ୍ଥାନମ ଢାଞ୍ଚାରେ ସ୍ବର୍ଗଦ୍ବାର ଚିତ୍ର ବଦଳିବ। ଶବବାହକ ମାନଙ୍କ ପାଇଁ ବିଶ୍ରାମ କକ୍ଷ ନିର୍ମାଣ ହେବ। ସବୁ ଋତୁରେ ଶବଦାହ ନେଇ ଅନୁକୁଳ ବ୍ୟବସ୍ଥା ହେବ। ସ୍ବର୍ଗଦ୍ବାରରେ ବୃକ୍ଷ ରୋପଣ କରାଯାଇ ସୁନ୍ଦର କରାଯିବା ସହ ଅସ୍ତି ସଂଗ୍ରହ ଓ ସଂରକ୍ଷଣ ନେଇ ବ୍ୟବସ୍ଥା ହେବ। ଏଥିପାଇଁ ସ୍ଥାନ ଅଭାବ ଥିବାରୁ ବିଜୁଙ୍କ ସମାଧି ଉଚ୍ଛେଦ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିଲେ।

1999 ମସିହାରେ ପୁରୀ ପୌର ପାଳିକା ସ୍ବର୍ଗଦ୍ବାର ଭିତରେ ବିଜୁ ବାବୁଙ୍କ ସ୍ମୃତିରେ ଏକ ସମାଧିସ୍ଥଳ ନିର୍ମାଣ କରିଥିଲା। ଅନ୍ୟପଟେ ସ୍ବର୍ଗଦ୍ବାରରୁ ବିଜୁ ସମାଧି ଉଠାଇବା ନେଇ ପୁରୀ ଜିଲ୍ଲା ଅଦାଲତରେ 1999 ମସିହାରେ ପୁରୀର ଆଇନଜୀବୀ ରମେଶ ପ୍ରସାଦ ସିଂ ଏକ ମାମଲା ରୁଜୁ କରିଥିଲେ। ସ୍ବର୍ଗଦ୍ବାର ଭଳି ଏକ ହିନ୍ଦୁ ସମାଜ ସ୍ବତନ୍ତ୍ର ସ୍ଥାନରେ ଜାଗା ଅକ୍ତିଆର କରି ସମାଧି ନିର୍ମାଣ ଘଟଣା ପ୍ରତିବାଦରେ ଏହି ମାମଲା ହୋଇଥିଲା ।

ତେବେ ସରକାର ଏହାକୁ ବୁଝି ବିଜୁଙ୍କ ସମାଧି ପୀଠ ହଟାଇବାକୁ ସ୍ବାଗତ ଯୋଗ୍ୟ ବୋଲି ଆଇନଜୀବୀ ରମେଶ ପ୍ରସାଦ ସିଂ କହିଛନ୍ତି। ବିଜୁ ପଟ୍ଟନାୟକଙ୍କୁ ସମସ୍ତେ ଭଲ ପାଆନ୍ତି। ତାଙ୍କ ଭଳି ବ୍ୟକ୍ତିତ୍ବ ପାଇଁ ଅନ୍ୟ ଏକ ସ୍ବତନ୍ତ୍ର ସ୍ଥାନରେ ବିଜୁ ସମାଧି ସ୍ଥଳ କରିବା ଉଚିତ ବୋଲି ଆଇନଜୀବୀ ରମେଶ ପ୍ରସାଦ ସିଂ କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ହଟିଲା ବିଜୁ ସମାଧିBody:ପୁରୀ ସ୍ଵର୍ଗ ଦ୍ୱାର ରେ ଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ସମାଧି ସ୍ଥଳ କୁ ବୁଧବାର ରାତି ରେ ଉଛେଦ କରାଯାଇଛି। ସ୍ୱର୍ଗ ଦ୍ୱାର ର ବିକାଶ ଓ ନବୀ କରଣ କାର୍ଯ୍ୟ ନେଇ ପୁରୀ ଜିଲା ପ୍ରଶାସନ ପକ୍ଷରୁ ଏହି ସମାଧି ସ୍ଥଳ କୁ ଉଛେଦ କରାଯାଇଛି। ପୂର୍ବରୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ 5 କୋଟି ଟଙ୍କା ଅନୁଦାନ ରେ ସ୍ୱର୍ଗ ଦ୍ୱାର ର ନବୀକରଣ ହେବ। ଅତ୍ୟାଧୁନିକ ବ୍ୟବସ୍ଥା ରହିବ। ଫଳରେ ଆସୁଥିବା ଲୋକେ ଶବ ସଂସ୍କାର କାର୍ଯ୍ୟ ସୁବିଧା ରେ କରି ପାରିବେ। ହାଇଦ୍ରାବାଦ ର ବୈକୁଣ୍ଠ ମହାପ୍ରସ୍ଥାନମ ଢାଞ୍ଚା ରେ ସ୍ୱର୍ଗ ଦ୍ୱାର ଚିତ୍ର ବଦଳିବ। ଶବ ବାହକ ମାନଙ୍କ ପାଇଁ ବିଶ୍ରାମ କକ୍ଷ ନିର୍ମାଣ ହେବ। ସବୁ ଋତୁ ରେ ଶବ ଦାହ ନେଇ ଅନୁକୁଳ ବ୍ୟବସ୍ଥା ହେବ। ସ୍ୱର୍ଗ ଦ୍ୱାର ବୃକ୍ଷ ରୋପଣ କରାଯାଇ ସୁନ୍ଦର କରାଯିବା ସହ ଅସ୍ତି ସଂଗ୍ରହ ଓ ସଂରକ୍ଷନ ନେଇ ବ୍ୟବସ୍ଥା ହେବ। ଏଥିପାଇଁ ସ୍ଥାନ ଅଭାବ ଥିବାରୁ ବିଜୁ ଙ୍କ ସମାଧି ଉଛେଦ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦେଶ ଦେଇ ଥିଲେ। ଏହି କ୍ରମରେ ବୁଧବାର ରାତି ରେ ବିଜୁ ଙ୍କ ସମାଧି ଉଛେଦ କରାଯାଇଛି। 1999 ମସିହାରେ ପୁରୀ ପୌର ପାଳିକା ସ୍ୱର୍ଗ ଦ୍ୱାର ଭିତରେ ବିଜୁ ଙ୍କ ସ୍ମୃତି ରେ ଏକ ସମାଧି ସ୍ଥଳ ନିର୍ମାଣ କରିଥିଲା। ଅନ୍ୟପଟେ ସ୍ୱର୍ଗ ଦ୍ୱାର ରୁ ବିଜୁ ସମାଧି ଉଠାଇବା ନେଇ ପୁରୀ ଜିଲା ଅଦାଲତ ରେ 1999 ମସିହାରେ ପୁରୀ ର ଆଇନି ଯିବି ରମେଶ ପ୍ରସାଦ ସିଂ ଏକ ମାମଲା କରିଥିଲେ। ସ୍ୱର୍ଗ ଦ୍ୱାର ଭଳି ଏକ ହିନ୍ଦୁ ସମାଜ ଏକ ସ୍ୱତନ୍ତ୍ର ସ୍ଥାନ ରେ ଜାଗା ଅକ୍ତିଆର କରି ସମାଧି ନିର୍ମାଣ ଘଟଣା ପ୍ରତିବାଦ ରେ ଏହି ମାମଲା ହୋଇ ଥିଲା। ତେବେ ସରକାର ଏହାକୁ ବୁଝି ବିଜୁ ଙ୍କ ସମାଧି ପୀଠ ହଟାଇବା ସ୍ୱାଗତ ଯୋଗ୍ୟ ବୋଲି ଆଇନି ଯିବି ରମେଶ ପ୍ରସାଦ ସିଂ କହିଛନ୍ତି। ବିଜୁ ପଟ୍ଟନାୟକ ଙ୍କୁ ସମସ୍ତେ ଭଲ ପାଆନ୍ତି। ତାଂକ ଭଳି ବ୍ୟକ୍ତିତ୍ୱ ପାଇଁ ଅନ୍ୟ ଏକ ସ୍ୱତନ୍ତ୍ର ଜାଗାରେ ବିଜୁ ସମାଧି ସ୍ଥଳ କରିବା ଉଚିତ ବୋଲୀ ଆଇନି ଯିବି ରମେଶ ପ୍ରସାଦ ସିଂ କହିଛନ୍ତି

ବାଇଟ,, ରମେଶ ପ୍ରସାଦ ସିଂ,, ଆଇନି ଯିବି

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ରConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.