ପୁରୀ: ବେଆଇନ କରତ କଳ ଉପରେ ଭୁବନେଶ୍ବର ଭିଜିଲାନ୍ସର ଚଢାଉ । ଚଢାଉ ସମୟରେ ବିପୁଳ ପରିମାଣର ଦାମୀ କାଠ ଓ ଯନ୍ତ୍ରାଂଶ ଜବତ । ସୂଚନାମୁତାବକ, ପୁରୀ ଜିଲ୍ଲା ତୁଳସୀପୁର ଠାରେ ଚାଲିଥିବା କେତେକ ବେଆଇନ କରତ କଳ ଉପରେ ଭିଜିଲାନ୍ସର ଏକ ଟିମ୍ ଏବଂ ପୁରୀ, ଗୋପ, କୋଣାର୍କ ବନ ବିଭାଗ ଅଧିକାରୀ ମାନେ ମିଳିତ ଭାବେ ଚଢାଉ କରି କରିଥିଲେ ।
ତେବେ କୌଣସି ସୂତ୍ରରୁ ଖବର ପାଇ କରତ କଳ ମାଲିକମାନେ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଛନ୍ତି । ଫେରାର ପୂର୍ବରୁ କରତ କଳର ଯନ୍ତ୍ରାଂଶ ଗୁଡିକ ସେମାନେ ଲୁଚାଇ ଦେଇ ପଳାଇ ଥିବାରୁ ପ୍ରଶାସନ ପକ୍ଷରୁ ଏହା ଜବତ ହୋଇ ପାରି ନାହିଁ । କିନ୍ତୁ ଜଣେ ମାଲିକ ଓ ଜଣେ କର୍ମଚାରୀଙ୍କୁ ଅଟକ ରଖାଯାଇଛି ।
ସେହିପରି ନାୟହାଟରେ ଚାଳୁଥିବ ଏକ କରତ କଳ ଉପରେ ଚଢଉ କରି ସେଠାରୁ ବିପୁଳ ପରିମାଣର ଦାମୀ କାଠ ଓ ଯନ୍ତ୍ରାଂଶ ଜବତ କରିଛି ଭିଜିଲାନ୍ସ ଓ ବନ ବିଭାଗ ଟିମ୍ । ଭିଜିଲାନ୍ସ ଅଧିକାରୀ ବିଷ୍ଣୁ ଚରଣ ବେହେରା ,ପୁରୀ ଏସ ସି ଏଫ ପ୍ରଧାନଙ୍କ ସମେତ ବନ ବିଭାଗର ଅଧିକାରୀ ଏହି ଚଢାଉରେ ସାମିଲ ଥିଲେ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ