ETV Bharat / state

୧୧ ଦଫା ଦାବି ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲେ ଗ୍ରାମବାସୀ - ପୁରୀ ଖବର

୧୧ ଦଫା ଦାବି ନେଇ ଭିଟାମାଟି ସୁରକ୍ଷା ମଞ୍ଚ ନେତୃତ୍ଵରେ ଜିଲ୍ଲାପାଳଙ୍କୁ ଭେଟିଛନ୍ତି ଶତାଧିକ ଗ୍ରାମବାସୀ । ସର୍ବୋଚ୍ଚ ଜମି ମୂଲ୍ୟ, ବିସ୍ଥାପିତଙ୍କୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପରି ଅର୍ଥରାଶି ଦେବାକୁ ଦାବି କରିଛନ୍ତି । ଅଧିକ ପଢନ୍ତୁ

ଜିଲ୍ଲାପାଳ ଦାବିପତ୍ର ଦେଲେ ଗ୍ରାମବାସୀ
ଜିଲ୍ଲାପାଳ ଦାବିପତ୍ର ଦେଲେ ଗ୍ରାମବାସୀ
author img

By

Published : Nov 19, 2022, 1:22 PM IST

ପୁରୀ: ଭୁବନେଶ୍ବର ଜାତୀୟ ରାଜପଥର ବାଟ ଗାଁ ଠାରୁ ହସ୍ପିଟାଲ ଛକ ପର୍ଯ୍ୟନ୍ତ ରାସ୍ତାର ସମ୍ପ୍ରସାରଣ ପାଇଁ ଜନଶୁଣାଣି ସରିବା ପରେ ଜିଲ୍ଲାପାଳଙ୍କୁ ଭେଟିଲେ ଗ୍ରାମବାସୀ । ୧୧ ଦଫା ଦାବି ନେଇ ଭିଟାମାଟି ସୁରକ୍ଷା ମଞ୍ଚ ନେତୃତ୍ଵରେ ଜିଲ୍ଲାପାଳଙ୍କୁ ଭେଟିଛନ୍ତି ଶତାଧିକ ଗ୍ରାମବାସୀ । ସର୍ବୋଚ୍ଚ ଜମି ମୂଲ୍ୟ, ବିସ୍ଥାପିତଙ୍କୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପରି ଅର୍ଥରାଶି ଦେବାକୁ ଦାବି କରିଛନ୍ତି । ପୁରୀ ସହରର ପ୍ରମୁଖ ପ୍ରବେଶ ପଥ ମେଡିକାଲ ଛକ ଠାରୁ ବାଟ ଗାଁ ରାସ୍ତା ପ୍ରଶସ୍ତିକରଣ ପାଇଁ ସର୍ଭେ କାର୍ଯ୍ୟ ସରିବା ପରେ ଜନଶୁଣାଣି କରାଯାଇଥିଲା ।

ଜିଲ୍ଲାପାଳ ଦାବିପତ୍ର ଦେଲେ ଗ୍ରାମବାସୀ

ରାସ୍ତା ପ୍ରଶସ୍ତିକରଣ ଦ୍ବାରା ପର୍ଯ୍ୟଟନର ଅଭିବୃଦ୍ଧି ସହିତ ଭକ୍ତଙ୍କ ଗମନାଗମନ ସୁବିଧା ହୋଇପାରିବ । ଲୋକଙ୍କୁ ଜମିର ଉପଯୁକ୍ତ କ୍ଷତିପୂରଣ ଏବଂ ଗାଁର ଅନୁଷ୍ଠାନ ଗୁଡ଼ିକୁ ଠିକ୍ ଭାବେ ସ୍ଥାନିତ କରିବା ପାଇଁ ଜନଶୁଣାଣୀରେ ପ୍ରସ୍ତାବ ଦିଆଯାଇଥିଲା । ୨୦୧୫ ନବକଳେବର ସମୟରେ ପୁରୀ-ଭୁବନେଶ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ କରାଯାଇଥିଲା । ତେବେ ଚନ୍ଦନପୁର ଓ ଚାରିନଳା ଗ୍ରାମବାସୀ ସହଯୋଗ ନକରିବାରୁ ସେତେବେଳେ ଏହା ହୋଇପାରିନଥିଲା ।

ଏହା ମଧ୍ୟ ପଢନ୍ତୁ: ଜେଲ୍ ଭିତରେ ମସାଜ ନେଉଛନ୍ତି ଦିଲ୍ଲୀ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ, ଦେଖନ୍ତୁ ଭିଡିଓ

ଏବେ ପୁଣି ଥରେ ରାସ୍ତା ପ୍ରଶସ୍ତିକରଣ ନେଇ ସରକାରଙ୍କ ପକ୍ଷରୁ ଅଭଡ଼ା ଯୋଜନାରେ ପ୍ରାୟ ୬ଏକର ୫ଶହ ଡ଼ିସିମିଲ ଜାଗା ଅଧିଗ୍ରହଣ କରାଯିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହାକୁ ସ୍ଥାନୀୟ ବାସିନ୍ଦା ସ୍ୱାଗତ କରିଥିଲେ ହେଁ ବିସ୍ଥାପିତମାନଙ୍କ ଉପଯୁକ୍ତ କ୍ଷତିପୂରଣ ସହ ସ୍କୁଲ ଓ ଠାକୁରାଣୀ ମନ୍ଦିରର ଉପଯୁକ୍ତ ସ୍ଥାନାନ୍ତରଣର ଦାବି ଉଠାଇଛନ୍ତି ସ୍ଥାନୀୟ ବାସିନ୍ଦା । ଗୋପୀନାଥପୁର ପଞ୍ଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ ଜନଶୁଣାଣୀରେ ଗ୍ରାମବାସୀ ପ୍ରଶାସନ ଆଗରେ ଯେଉଁ ୧୧ଟି ପ୍ରସ୍ତାବ ରଖି ଶୁକ୍ରବାର ଜିଲ୍ଲାପାଳଙ୍କୁ ଭେଟି ଦାବି ଦୋହରାଇଛନ୍ତି । କିଛି ପ୍ରସ୍ତାବ ଗ୍ରହଣ କରାଯାଇଥିବାବେଳେ ଆଉ କିଛି ରାଜ୍ୟ ସରକାରଙ୍କୁ ପଠାଯାଇଛି ।

ଗତ ୪ ଓ ୫ ତାରିଖରେ କଦଳୀବାଡିପାଟଣା ଓ ଗୋପୀନାଥପୁର ପଞ୍ଚାୟତ କାର୍ଯ୍ୟାଳୟରେ ଜନଶୁଣାଣୀ ହୋଇଥିଲା । ଏହି ରାସ୍ତା ସମ୍ପ୍ରସାରଣ ଦ୍ବାରା ପ୍ରାରମ୍ଭିକ ଭାବେ ୪୪୮ଟି ପ୍ଲଟ ପ୍ରଭାବିତ ହେବ । ୧୧ଟି ମୌଜାର ୬ ଏକର ୫ଶହ ଡ଼ିସିମିଲ ଜମି ଅଧିଗ୍ରହଣ ପାଇଁ ଲକ୍ଷ୍ୟ ରଖାଯାଇଛି । ଡାକ୍ତରଖାନା ଛକ ଠାରୁ ଅଠରନଳା ପର୍ଯ୍ୟନ୍ତ ୨୪ ମିଟର ଓ ଅଠରନଳା ଠାରୁ ବାଟ ଗାଁ ପର୍ଯ୍ୟନ୍ତ ୨୨ ମିଟର ପ୍ରଶସ୍ତ ରାସ୍ତା କରିବା ନେଇ ପ୍ରକଳ୍ପରେ ଯୋଜନା ରହିଛି ।

ଜିଲ୍ଲା ପ୍ରଶାସନ ପକ୍ଷରୁ ୭ ଦିନ ସମୟ ନିଆଯାଇଛି । ଉପଯୁକ୍ତ କ୍ଷତିପୂରଣ, ପୁନର୍ବାସ ଓ ପୁନଃ ଥଇଥାନ ଯୋଜନା ଠିକ୍ ଭାବେ କରାଗଲେ ଗ୍ରାମବାସୀଙ୍କ ପକ୍ଷରୁ ପ୍ରଶାସନକୁ ସହଯୋଗ କରାଯିବ ବୋଲି ମଞ୍ଚ ପକ୍ଷରୁ କୁହାଯାଇଛି । ତେବେ ଏହି ପ୍ରକଳ୍ପ ଦ୍ବାରା ପର୍ଯ୍ୟଟକଙ୍କ ଆଗମନରେ ବୃଦ୍ଧି ତଥା ସ୍ଥାନୀୟ ଲୋକଙ୍କ ବେକାରୀ ସମସ୍ୟା ଓ ବ୍ୟବସାୟରେ ଉନ୍ନତି ଘଟିବା ସହ ଏହି ଅଞ୍ଚଳର ଉନ୍ନତି ଘଟିପାରିବ ବୋଲି ଆଶା କରାଯାଉଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.