ETV Bharat / state

ଆଜି ରତ୍ନସିଂହାସନରେ ମହାପ୍ରଭୁଙ୍କ ବାଙ୍କଚୂଡ ବେଶ - ବାଙ୍କଚୂଡ ବେଶରେ ମହାପ୍ରଭୁ ଜଗନ୍ନାଥ

ପଞ୍ଚୁକ ବ୍ରତ ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ଆଜି କାର୍ତ୍ତିକ ମାସ ଶୁକ୍ଳପକ୍ଷ ଦ୍ଵାଦଶୀ ତିଥିରେ ରତ୍ନସିଂହାସନ ଉପରେ ବାଙ୍କଚୂଡ ବେଶରେ ଦର୍ଶନ ଦେବେ ମହାପ୍ରଭୁ । ଅଧିକ ପଢନ୍ତୁ

ଆଜି ରତ୍ନସିଂହାସନରେ ମହାପ୍ରଭୁଙ୍କ ବାଙ୍କଚୂଡ ବେଶ

author img

By

Published : Nov 5, 2022, 8:01 AM IST

ପୁରୀ: ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପଞ୍ଚୁକ ବ୍ରତ । ଆଜି ପଞ୍ଚୁକର ଦ୍ବିତୀୟ ଦିନ ବା କାର୍ତ୍ତିକ ମାସ ଶୁକ୍ଳପକ୍ଷ ଦ୍ଵାଦଶୀ ତିଥିରେ ଶ୍ରୀମନ୍ଦିର ରତ୍ନସିଂହାସନ ଉପରେ ମହାପ୍ରଭୁଙ୍କ ଅତ୍ୟନ୍ତ ଚିତ୍ତାକର୍ଷକ ବାଙ୍କଚୂଡ଼ ବେଶ ଅନୁଷ୍ଠିତ ହେବ(Banka Chuda Besha Of Lord Jagannath) । ସମସ୍ତ ନୀତିକାନ୍ତି ବଢ଼ି ଅବକାଶ ନୀତି ସମ୍ପନ୍ନ ପରେ ଏହି ବେଶ ଅନୁଷ୍ଠିତ ହୋଇଥାଏ । ତେବେ ଆଜିର ତିଥିରେ ମହାପ୍ରଭୁଙ୍କ ଏହି ଚିତ୍ତାକର୍ଷକ ବେଶ ଯିଏ ଦର୍ଶନ କରିଥାନ୍ତି ତାଙ୍କୁ ଅପାର ଆନନ୍ଦ ଲାଭ ସହ ଜନ୍ମଜନ୍ମାନ୍ତର ପାପରୁ ମୁକ୍ତି ମିଳେ ବୋଲି ବିଶ୍ବାସ ରହିଛି ।

ପୁରାଣ ଅନୁଯାୟୀ, ଯେତେବେଳେ ଅକ୍ରୁର ଶ୍ରୀକୃଷ୍ଣ ଓ ବଳରାମଙ୍କୁ ମଥୁରା ଆଣିବାକୁ ଗୋପପୁରକୁ ଯାଇଥିଲେ । ସେ ସମୟରେ ବ୍ରଜ ଦାଣ୍ଡରେ ଅକ୍ରୁର ବାଙ୍କଚୂଡ଼ ବେଶରେ ଶ୍ରୀକୃଷ୍ଣଙ୍କୁ ଦର୍ଶନ କରିଥିଲେ । ସେହି ସ୍ମୃତିରେ ଏହି ବେଶ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇ ଆସୁଛି । ଏହି ବେଶରେ ଠାକୁରମାନେ ସୁବର୍ଣ୍ଣ ଅଳଙ୍କାରରେ ବିଭୂଷିତ ହୋଇଥାନ୍ତି । ଚୁଡା ମଧ୍ୟ ଧାରଣ କରିଥାନ୍ତି । ମସ୍ତକରେ ଏହି ଚୂଡା ବା ଚୂଳ ଦକ୍ଷିଣ ଦିଗକୁ ଢଳି ରହିଥାଏ । ଏଣୁ ମହାପ୍ରଭୁଙ୍କ ଏହି ବେଶକୁ ବାଙ୍କଚୂଡ଼ ବେଶ କୁହାଯାଏ ।

ଗତକାଲି ପଞ୍ଚୁକର ପ୍ରଥମ ଦିନରେ ମହାପ୍ରଭୁ ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେଇଥିଲେ । ଦାରୁଦିଅଁଙ୍କ ଦର୍ଶନ ଲାଗି ଶ୍ରୀମନ୍ଦିରରେ ପ୍ରବଳ ଭିଡ ହୋଇଥିଲା । ତେବେ ଆସନ୍ତାକାଲି ଶ୍ରୀଜୀଉଙ୍କ ତ୍ରିବିକ୍ରମ ବେଶ, ସୋମବାର ଲକ୍ଷ୍ମୀନୃସିଂହ ବେଶ ସହ ମଙ୍ଗଳବାର ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ମହାପ୍ରଭୁଙ୍କ ରାଜାଧିରାଜ ବେଶ ବା ସୁନାବେଶ ଅନୁଷ୍ଠିତ ହେବ ।

ଏହାମଧ୍ୟ ପଢନ୍ତୁ: ଆଜିଠୁ ପଞ୍ଚୁକ ବ୍ରତ: ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜୀଉ

ପବିତ୍ର କାର୍ତ୍ତିକ ମାସର ଶେଷ ପାଞ୍ଚ ଦିନକୁ ପଞ୍ଚୁକ କୁହାଯାଏ । ପଞ୍ଚୁକର ପାଞ୍ଚ ଦିନ ଭିନ୍ନ ଭିନ୍ନ ବେଶରେ ସଜେଇ ହେବେ ମହାପ୍ରଭୁ । ତେବେ ପବିତ୍ର ପଞ୍ଚୁକ ଅବସରରେ ଅତି ନିଷ୍ଠାର ସହ ଯେଉଁମାନେ ଏହି ବ୍ରତ ପାଳନ କରିଥାନ୍ତି ସେମାନଙ୍କୁ କୋଟି ଜନ୍ମର ପୂଣ୍ୟଫଳ ମିଳିଥାଏ ବୋଲି ବିଶ୍ଵାସ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.