ETV Bharat / state

କେବେ ହେବ ବନକଲାଗି ନୀତି ? ନୀତି ସବକମିଟିରେ ବାହାରିଲାନି ନିଷ୍କର୍ସ

author img

By

Published : Jul 28, 2023, 7:16 PM IST

Updated : Jul 28, 2023, 7:21 PM IST

ବନକଲାଗି ବିବାଦର ସମାଧାନ ପାଇଁ ଆଜି ଶ୍ରୀମନ୍ଦିର ପ୍ରଶାସନ ନୀତି ସବକମିଟି ବୈଠକ ଡାକିଥିଲା । ମହାପ୍ରଭୁଙ୍କ ବନକଲାଗି ନୀତିକୁ ନେଇ ଅଚଳାବସ୍ଥା ଲାଗି ରହିଥିବା ବେଳେ ଏହାର କ'ଣ ରହିଛି ବିକଳ୍ପ ବ୍ୟବସ୍ଥା ସେନେଇ ଏହି ନୀତି ସବକମିଟି ବୈଠକରେ ଆଲୋଚନା ହୋଇଥିଲା । କୌଣସି ଚୁଡାନ୍ତ ନିଷ୍ପତ୍ତି ହୋଇପାରିନାହିଁ। ଅଧିକ ପଢନ୍ତୁ

କେବେ ହେବ ବନକଲାଗି ନୀତି,ନୀତି ସବକମିଟିରେ ବାହାରିଲାନି ନିଷ୍କର୍ସ

ପୁରୀ: ଯେଉଁ ଦମ୍ଭରେ ନୀତି ସବ୍‌କମିଟି ବୈଠକ ଡାକିଥିଲେ, ସେହି ଦମ୍ଭ ରହିଲା ନାହିଁ । ଉଭୟ ପକ୍ଷର ଆତ୍ମବଡ଼ିମା ଓ ଜିଦ ପାଇଁ ଆଜି ବସିଥିବା ନୀତି ସବ୍‌କମିଟିରେ ବନକଲାଗି ନୀତି ନେଇ କୌଣସି ନିଷ୍କର୍ସ ବାହାରିପାରିଲା ନାହିଁ । ଫଳରେ ଆଜିକୁ 28 ଦିନ ହେଲା ବିଶ୍ବବ୍ରହ୍ମାଣ୍ଡଙ୍କ ହୋଇପାରିନାହିଁ ଶ୍ରୀମୁଖ ଶୃଙ୍ଗାର । ମହାପ୍ରଭୁଙ୍କ ନୀତିକାନ୍ତି, ପରମ୍ପରାକୁ ଧଜିଆ ଉଡ଼ାଉଛନ୍ତି ସେବାୟତ ଓ ପ୍ରଶାସନ । ଯାହା କୋଟିକୋଟି ଭକ୍ତଙ୍କୁ ଖାଲି ଦୁଃଖ ଦେଉନାହିଁ ମର୍ମାହତ ମଧ୍ୟ କରିଛି ।

ନିଳାଦ୍ରୀ ବିଜେ ପରଠୁ ହୋଇନାହିଁ ଦାରୁବ୍ରହ୍ମଙ୍କ ଶ୍ରୀମୁଖ ଶୃଙ୍ଗାର । ମଳିନ ପଡିଲାଣି ଓଡ଼ିଆ ଜାତିର ମଉଡମଣୀଙ୍କ ଶ୍ରୀମୁଖ । ମହାପ୍ରଭୁ ଶ୍ରୀଜଗନ୍ନାଥ, ଦେବୀ ସୁଭଦ୍ରା ଓ ବଡ଼ ଠାକୁରଙ୍କ ଶ୍ରୀମୁଖ ଦର୍ଶନ କରି ଧନ୍ୟ ହୋଇଥାଆନ୍ତି ଭକ୍ତ । ଶ୍ରୀଜିଉଙ୍କ ଶ୍ରୀମୁଖ ଟିକିଏ ଦର୍ଶନ ପାଇଗଲେ ଭକ୍ତ ହୋଇଥାଏ କୃତ୍ୟ କୃତ୍ୟ । ହେଲେ ବିବାଦ ପାଇଁ ଏବେ ସେହି କଳାଠାକୁରଙ୍କ ଶ୍ରୀମୁଖ ଶୃଙ୍ଗାର ହୋଇପାରୁନାହିଁ । ନିଳାଦ୍ରୀ ବିଜେକୁ ପୁରିଲାଣି ଆଜି 28 ଦିନ । ହେଲେ ବନକଲାଗି ନୀତି ହେବା ତ ଦୂରର କଥା । ଶ୍ରୀମନ୍ଦିର ପ୍ରଶାସନ ଓ ଦତ୍ତମହାପାତ୍ର ସେବାୟତଙ୍କ ମଧ୍ୟରେ ବଢିଚାଲିଛି ବିବାଦ ।

ଏହାବି ପଢନ୍ତୁ- ବୁଧବାର ହେବ ତ ଶ୍ରୀଜିଉଙ୍କ ବନକଲାଗି ନୀତି ? ହୋଇନାହିଁ ବିବାଦର ସମାଧାନ

ବିବାଦର ସମାଧାନ ପାଇଁ ଆଜି ଶ୍ରୀମନ୍ଦିର ପ୍ରଶାସନ ନୀତି ସବ୍‌କମିଟି ବୈଠକ ଡାକିଥିଲା । ମହାପ୍ରଭୁଙ୍କ ବନକଲାଗି ନୀତିକୁ ନେଇ ଅଚଳାବସ୍ଥା ଲାଗି ରହିଥିବାବେଳେ ଏବଂ ଏହାର କ'ଣ ରହିଛି ବିକଳ୍ପ ବ୍ୟବସ୍ଥା ସେନେଇ ଏହି ନୀତି ସବକମିଟି ବୈଠକରେ ଆଲୋଚନା ହୋଇଥିଲା । ତେବେ ନୀତି ସବକମିଟି ବୈଠକ ଅନୁଷ୍ଠିତ ହୋଇଥିଲେ ମଧ୍ୟ ବନକଲାଗି ନୀତି ବିବାଦର ସମାଧାନ ନେଇ କୌଣସି ଚୁଡ଼ାନ୍ତ ନିଷ୍ପତ୍ତି ହୋଇପାରିନାହିଁ । ଆସନ୍ତା ଅଗଷ୍ଟ ୧ ତାରିଖରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହେବ । ସେହି ବୈଠକରେ ବନକଲାଗି ବିବାଦ ପ୍ରସଙ୍ଗରେ ଆଲୋଚନା କରାଯିବ।

ମହାପ୍ରଭୁଙ୍କ ବନକଲାଗି ନୀତି କିଭଳି ହେବ ଏବଂ ଏହାର କ'ଣ ବିକଳ୍ପ ବ୍ୟବସ୍ଥା ରହିଛି ସେନେଇ ସବିଶେଷ ତର୍ଜମା ପରେ ଯାହା କିଛି ସର୍ବସମ୍ମତ ନିଷ୍ପତ୍ତି ହେବ ସେ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ । ଏହାସହ ମୁଖ୍ୟ ପ୍ରଶାସକ କହିଛନ୍ତି ଏବେବି ଦତ୍ତମହାପାତ୍ର ସେବାୟତଙ୍କ ସହ ଆଲୋଚନା ଦ୍ବାର ଉନ୍ମୁକ୍ତ ରହିଛି । ଦତ୍ତମହାପାତ୍ର ନିଯୋଗ ଶ୍ରୀମନ୍ଦିର ପ୍ରଶାସନର ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ଉଚିତ। ତେବେ ସତ୍ବଲିପି ଅନୁଯାୟୀ ଗୁରୁବାର ଦିନ ବନକଲାଗି ନୀତି ଥିଲେ ମଧ୍ୟ ଯଦି ବିଶେଷ ପରିସ୍ଥିତିରେ ବୁଧବାର ହୋଇନପାରେ ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ ଗୁରୁବାର ଏହା କରାଯିବ। ୨୦୧୮ ପରିଚାଳନା କମିଟି ନିଷ୍ପତି ଅନୁଯାୟୀ ବୁଧବାର ଦିନ ହିଁ ବନକଲାଗି ନୀତି କରାଯିବା ନେଇ ସମସ୍ତ ସେବାୟତ ନିଯୋଗ ମତ ଦେଇଥିଲେ ବୋଲି କହିଛନ୍ତି ।

ଏହାବି ପଢନ୍ତୁ- ଚୋରଙ୍କ ନଜରରୁ ବର୍ତ୍ତିଲାନି ଶ୍ରୀମନ୍ଦିର: ଦକ୍ଷିଣ ଦ୍ବାର ଗୁମୁଟ ଦାନବାକ୍ସରୁ ଚୋରି, ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ

ଗତ ନିଳାଦ୍ରୀ ବିଜେ ପରଠୁ ବନକଲାଗି ନୀତି ନେଇ ଶ୍ରୀମନ୍ଦିର ପ୍ରଶାସନ ଏବଂ ଦତ୍ତମହାପାତ୍ର ନିଯୋଗ ମଧ୍ୟରେ ବିବାଦ ଲାଗି ରହିଛି । କେବଳ ବୁଧବାର ଦିନ ବନକଲାଗି ନୀତି କରାଯିବା ନେଇ ଶ୍ରୀମନ୍ଦିର ପ୍ରଶାସନ ଜିଦ ଧରି ଥିବାରୁ ଏହାକୁ ବିରୋଧ କରି ବନକଲାଗି ନୀତି କାର୍ଯ୍ୟ ସମ୍ପାଦନରେ ସହଯୋଗ କରୁନି ଦତ୍ତମହାପାତ୍ର ନିଯୋଗ । ନିଯୋଗ ପକ୍ଷରୁ ସଫେଇ ଦିଆଯାଇଛି ଯେ, ବୁଧବାର ଏବଂ ଗୁରୁବାର ଦୁଇଦିନ ବନକଲାଗି ନୀତି ପାଇଁ ପୂର୍ବଭଳି ଥିବା ସତ୍ବଲିପିକୁ କାର୍ଯ୍ୟକାରୀ କରାଯାଉ । ଫଳରେ ମହାପ୍ରଭୁଙ୍କ ବନକଲାଗି ନୀତିରେ କୌଣସି ବିଭ୍ରାଟ ହେବ ନାହିଁ । ଏଥିରେ ଦତ୍ତମହାପାତ୍ର ନିଯୋଗ ସମ୍ପୂର୍ଣ୍ଣ ସହଯୋଗ କରିବ ବୋଲି କହିଛନ୍ତି ଦତ୍ତମହାପାତ୍ର ସେବାୟତ ।

ଇଟିଭି ଭାରତ, ପୁରୀ

Last Updated : Jul 28, 2023, 7:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.