ETV Bharat / state

ପାନ ଗୁଟଖା ସେବନ କଲେ ଶ୍ରୀମନ୍ଦିର ମଧ୍ୟରେ ପ୍ରବେଶ ନିଷେଧ, ଜାନୁଆରୀ 1ରୁ କଟକଣା କଡାକଡ଼ି

ଶ୍ରୀମନ୍ଦିରରେ ଆଜିଠୁ ଲାଗୁ ହେଲା ନୂଆ ନିୟମ । ମନ୍ଦିର ଭିତରକୁ ପାନ କିମ୍ବା ଗୁଟଖା ଖାଇ ପ୍ରବେଶ କରିପାରିବେନି ଭକ୍ତ, ସେବାୟତ କିମ୍ବା କୌଣସି କର୍ମଚାରୀ । ଜାନୁଆରୀ 1ରୁ ନିୟମ ହେବ କଡାକଡି । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Nov 14, 2023, 7:22 PM IST

ପାନ ଗୁଟଖା ସେବନ କଲେ ଶ୍ରୀମନ୍ଦିର ମଧ୍ୟରେ ପ୍ରବେଶ ନିଷେଧ

ପୁରୀ: ଶ୍ରୀମନ୍ଦିର ପରିସରରେ ପାନ ଗୁଟଖା ସେବନ ମନା । ଆଜିଠାରୁ ଶ୍ରୀମନ୍ଦିରରେ ପାନ ଗୁଟଖା ଉପରେ ଲାଗିଲା କଟକଣା । ପାନ ଗୁଟଖାକୁ ବ୍ଯାନ୍ କଲା ଶ୍ରୀମନ୍ଦିର ପ୍ରଶାସନ । ଆଜିଠୁ ଏହି ନିୟମ ଲାଗୁ କରାଯାଇଥିବା ବେଳେ ଜାନୁଆରୀ ୧ରୁ ଡ୍ରେସକୋର୍ଡ ଭଳି ପାନ ଗୁଟଖା ସେବନ ବାରଣକୁ ମଧ୍ୟ କଡାକଡି ଭାବେ ପାଳନ କରାଯିବ । ତେବେ ବରାହ ପୁରାଣ ଆଧାରରେ ଏହି କଟକଣା ଲାଗୁ କରାଯାଇଛି ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ।

ଆଜିଠୁ ଶ୍ରୀମନ୍ଦିରରେ ଲାଗୁ ହେଲା ନୂଆ ନିୟମ । ମନ୍ଦିର ମଧ୍ୟରେ ପାନ ଗୁଟଖା ଖାଇବା କିମ୍ବା ଛେପ ପକାଇବା ବ୍ୟାନ । ଜାନୁଆରୀ ୧ରୁ ଡ୍ରେସକୋର୍ଡ ଭଳି ପାନ ଗୁଟଖା ସେବନ ବାରଣକୁ ମଧ୍ୟ କଡାକଡି ଭାବେ ପାଳନ କରାଯିବା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି । ସେ କହିଛନ୍ତି,"ଶ୍ରୀମନ୍ଦିର ମଧ୍ୟରେ ପାନ ଗୁଟଖା ସେବନକୁ ସମ୍ପୂର୍ଣ୍ଣ ବ୍ଯାନ୍ କରାଯିବ। ଶ୍ରୀମନ୍ଦିର ଭିତରେ କେହି ପାନ ଗୁଟଖା ଖାଇବେ ନାହିଁ କି ଛେପ ପକାଇ ପାରିବେ ନାହିଁ । ଶ୍ରୀମନ୍ଦିର ଭିତରେ ପଲିଥିନ ବ୍ଯବହାର ଉପରେ ମଧ୍ୟ କଟକଣା ଲଗାଯାଇଛି । ଶ୍ରୀମନ୍ଦିର ଭିତରେ ସେବାୟତ, ପୁଲିସ, ଭକ୍ତ ଆଦି କେହି ପାନ ଗୁଟଖା ଖାଇପାରିବେ ନାହିଁ ।'' ତେବେ ଏହି ନିୟମ ପାଳନ କରିବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

ଏହାମଧ୍ୟ ପଢନ୍ତୁ...Dress Code For Devotees: ହାପପ୍ୟାଣ୍ଟ ପିନ୍ଧି ଆସିଥିଲେ, ଆଜି ବି ଧୋତି ପିନ୍ଧାଇ ଦେଲେ

ତେବେ ଏହା ପୂର୍ବରୁ ଶ୍ରୀମନ୍ଦିରରେ ପାନ ଗୁଟଖା ଉପରେ ପୂର୍ବରୁ ପାଞ୍ଚଶହ ଟଙ୍କା ଜରିମାନା କରାଯାଇଥିଲେ ମଧ୍ୟ ବ୍ଯବସ୍ଥାଗତ ତ୍ରୁଟି ଯୋଗୁଁ ତାହା ସଠିକ ଭାବେ ଏହା କାର୍ଯ୍ଯକାରୀ ହୋଇପାରିନଥିଲା । ତେବେ ଏହା କୌଣସି କଟକଣା ନୁହେଁ ମହାପ୍ରଭୁଙ୍କ ଆଦେଶ ବୋଲି ମାନିବା ଦରକାର । ବରାହ ପୁରାଣ ଓ ନିଳାଦ୍ରୀ ମହୋଦୟରେ ଏହା ଉପରେ ଉଲ୍ଲେଖ ରହିଛି । ତାମ୍ବୁଳ ସେବନ କଲେ ଏହା ସେବା ଅପରାଧ ବୋଲି ଉଲ୍ଲେଖ ରହିଛି । ସେହି ଆଧାରରେ ଶ୍ରୀମନ୍ଦିର ପ୍ରଶାସନ ଏହି କଟକଣାକୁ ଲାଗୁ କରିଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି ।

ଅନ୍ୟପଟେ ଜାନୁଆରୀ 1ରୁ ଶ୍ରୀମନ୍ଦିରରେ ପୋଷାକ ପରିଧାନ ଉପରେ ମଧ୍ୟ କଟକଣା କଡାକଡି ହେବାକୁ ଯାଉଛି । ଶ୍ରୀମନ୍ଦିର ମଧ୍ୟରେ ଓଡିଆ ପାରମ୍ପରିକ ପୋଷାକ ଅର୍ଥାତ ଶାଳୀନତା ଥିବା ପୋଷାକ ପିନ୍ଧି ପ୍ରବେଶ କରିବାକୁ ନିୟମ ଜାରି ହୋଇଛି । ଆଧୁନିକ ଡ୍ରେସ, ଦେହଦେଖା ହେଉଥିବା ପୋଷାକ, ଚିରା ଫଟା ଡିଜାଇନର ଡ୍ରେସ ଉପରେ କଟକଣା ଜାରି କରାଯାଇଛି । ତେବେ ପାରମ୍ପରିକ ପୋଷାକ ଯେପରିକି ମହିଳାମାନେ ଶାଢୀ, ସାଲଓ୍ବାର ଓ ପୁରୁଷମାନେ ପଞ୍ଜାବୀ, ଧୋତି କିମ୍ବା ଫୁଲ ପ୍ୟାଣ୍ଟ ପିନ୍ଧି ମନ୍ଦିର ମଧ୍ୟରେ ପ୍ରବେଶ କରିପାରିବେ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.