ETV Bharat / state

ଦକ୍ଷିଣ ମୋଡ଼ ନେବାପରେ ନାକଚଣା ଦ୍ଵାରରେ ତିନି ରଥ, ବାହୁଡ଼ା ଯାତ୍ରା ପାଇଁ ସ୍ବତନ୍ତ୍ର ପ୍ରସ୍ତୁତି

author img

By

Published : Jun 26, 2023, 5:16 PM IST

Updated : Jun 26, 2023, 5:44 PM IST

ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଦକ୍ଷିଣ ମୋଡ଼ ହେବାପରେ ନାକଚଣା ଦ୍ଵାରରେ ପହଞ୍ଚିଛି ତିନି ରଥ । ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । ବାହୁଡ଼ା ଯାତ୍ରା ଓ ସନ୍ଧ୍ୟା ଦର୍ଶନ ନେଇ ପୋଲିସ୍ ପ୍ରଶାସନ ପକ୍ଷରୁ ହୋଇଛି ସ୍ଵତନ୍ତ୍ର ପ୍ରସ୍ତୁତି । ସେପଟେ ଶ୍ରୀମନ୍ଦିର ଭିତର ଫଟୋ ଓ ଭିଡିଓ ଭାଇରାଲ ଘଟଣାକୁ ଗୁରୁତ୍ବର ସହ ନିଆଯାଇଥିବା ପୁରୀ ଏସ୍‌ପି କେ ବିଶାଲ ସିଂ ପ୍ରକାଶ କରିଛନ୍ତି । ଅଧିକ ପଢ଼ନ୍ତୁ

ବାହୁଡ଼ା ଯାତ୍ରା ପାଇଁ ସ୍ବତନ୍ତ୍ର ପ୍ରସ୍ତୁତି
ବାହୁଡ଼ା ଯାତ୍ରା ପାଇଁ ସ୍ବତନ୍ତ୍ର ପ୍ରସ୍ତୁତି
ବାହୁଡ଼ା ଯାତ୍ରା ପାଇଁ ସ୍ବତନ୍ତ୍ର ପ୍ରସ୍ତୁତି

ପୁରୀ: ମହାପ୍ରଭୁ ଶ୍ରଜଗନ୍ନାଥଙ୍କ ନନ୍ଦିଘୋଷ ରଥର ହେଲା ଦକ୍ଷିଣ ମୋଡ଼ । ନାକଚଣା ଦ୍ଵାରରେ ପହଞ୍ଚି ସାରିଛି ତିନି ରଥ । ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନ କରି ଭକ୍ତ ଆନନ୍ଦିତ । ବାହୁଡ଼ା ଯାତ୍ରା ଓ ସନ୍ଧ୍ୟା ଦର୍ଶନ ନେଇ ପୋଲିସ୍ ପ୍ରଶାସନ ପକ୍ଷରୁ ହୋଇଛି ସ୍ଵତନ୍ତ୍ର ପ୍ରସ୍ତୁତି । ସେପଟେ ସୋସିଆଲ ମିଡିଆରେ ଶ୍ରୀମନ୍ଦିର ଭିତର ଫଟୋ ଓ ଭିଡିଓ ଭାଇରାଲ ଘଟଣାକୁ ଗୁରୁତ୍ବର ସହ ନିଆଯାଇଥିବା ପୁରୀ ଏସ୍‌ପି କେ ବିଶାଲ ସିଂ ପ୍ରକାଶ କରିଛନ୍ତି । ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ମଧ୍ୟ କହିଛନ୍ତି ଏସ୍‌ପି ।

ଆଡ଼ପ ମଣ୍ଡପରେ ଚାଲିଛି ମହାପ୍ରଭୁଙ୍କ ଦର୍ଶନ । ଆଉ ମାତ୍ର ଗୋଟିଏ ଦିନ ପରେ ମହାପ୍ରଭୁ ଆଡ଼ପ ମଣ୍ଡପ ପରିତ୍ୟାଗ କରି ଶ୍ରୀମନ୍ଦିର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିବେ । ଏଣୁ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ ଅବଧି ସରି ଆସୁଥିବା ବେଳେ ଭକ୍ତମାନେ ଆଡ଼ପ ମଣ୍ଡପରେ ଟିକେ ମହାପ୍ରଭୁଙ୍କ ଝଲକ ପାଇବା ପାଇଁ ହଜାର ହଜାର ସଂଖ୍ୟାରେ ଭିଡ ଜମାଇଛନ୍ତି । ଭକ୍ତମାନେ ମହାପ୍ରଭୁଙ୍କୁ ଆଡ଼ପ ମଣ୍ଡପରେ ଦର୍ଶନ କରିବା ପରେ ବ୍ରାହ୍ମଣଙ୍କୁ ଆଡ଼ପ ଅବଢ଼ା ସେବନ ପାଇଁ ଦେଉଛନ୍ତି । ଆଧ୍ୟାତ୍ମିକ ବିଶ୍ବାସ ଅନୁଯାୟୀ ବ୍ରାହ୍ମଣଙ୍କୁ ଆଡ଼ପ ଅବଢ଼ା ଭୋଜନ କରାଇଲେ ପୂର୍ବ ପୁରୁଷ ତଥା ପିତୃ ପୁରୁଷ ତୃପ୍ତ ହୋଇଥାନ୍ତି । ଏଣୁ ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସହିତ ଆଡ଼ପ ଅବଢ଼ା ପାଇଁ ଭକ୍ତଙ୍କ ବେଶ୍ ଭିଡ଼ ରହିଛି । ଭାରତର ବିଭିନ୍ନ ସ୍ଥାନରୁ ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଛୁଟି ଆସିଛନ୍ତି ।

ସେପଟେ ମହାପ୍ରଭୁଙ୍କ ନୀତିକାନ୍ତିରେ ଗତ କିଛିଦିନ ହେବ ବିଳମ୍ବ ହେଉଥିବାରୁ ଭକ୍ତଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି । ଏଣୁ ମହାପ୍ରଭୁଙ୍କ ନୀତିକାନ୍ତି କିଭଳି ଶୃଙ୍ଖଳିତ ହୋଇପାରିବ, ସେ ଦିଗରେ ଉଦ୍ୟମ ହେଉଥିବା ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର କହିଛନ୍ତି । ତେବେ ଆସନ୍ତାକାଲି ସକାଳରୁ ଦର୍ଶନ ଆରମ୍ଭ ହେଉଥିବା ବେଳେ ସନ୍ଧ୍ୟା ଦର୍ଶନ ସୀମିତ କରାଯାଇ ଅପରାହ୍ନ ୫ଟା ଯାଏଁ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥା ରହିଛି । ଏହା ପରଦିନ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ରହିଛି । ଏଥିପାଇଁ ଆସନ୍ତାକାଲି ମହାପ୍ରଭୁଙ୍କ ସେନାପଟା ଲାଗି ଓ ଚାର ଭିଡା ରହିଛି । ଏହାସହ ଅନ୍ୟ ନୀତି ରହିଛି । ଯଦି ସନ୍ଧ୍ୟା ଦର୍ଶନ ୫ଟା ସୁଦ୍ଧା ବନ୍ଦ ନହୁଏ, ତେବେ ବାହୁଡ଼ା ଯାତ୍ରାରେ ବ୍ୟାପକ ବିଭ୍ରାଟ ହେବାର ଆଶଙ୍କା ରହିଛି । ସେହିପରି ଆସନ୍ତାକାଲି ଭକ୍ତଙ୍କୁ ଗର୍ଭଗୃହରେ ଦର୍ଶନ ବନ୍ଦ ରହିବ । କେବଳ ବାହାର କାଠ ନିକଟରେ ଦର୍ଶନ ହେବ । ବାହୁଡ଼ା ଯାତ୍ରାରେ ରଥ ଉପରେ କମ ସେବାୟତ ରହିବେ । ରଥ ଦଉଡି଼ ଛୋଟ କରାଯିବା ନେଇ ନିଷ୍ପତ୍ତି ହୋଇଥିବା ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର କହିଛନ୍ତି । RDC ଓ ଜିଲ୍ଲାପାଳଙ୍କ ସହ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ବାହୁଡ଼ା ଯାତ୍ରା ପରଦିନ ସୁନାବେଶ ଥିବାରୁ ବାହୁଡ଼ା ଦିନ କିଭଳି ତିନି ରଥ ସିଂହଦ୍ଵାରରେ ଲାଗିବ, ସେନେଇ ସବୁ ବ୍ୟବସ୍ଥା ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ...ପୁଣି ଶ୍ରୀମନ୍ଦିର ଭିତର ଭିଡ଼ିଓ ଭାଇରାଲ, ରିଲ୍ସ ବନାଇ ଇନଷ୍ଟାଗ୍ରାମରେ ଅପଲୋଡ଼ କଲେ ଯୁବକ

ଅନ୍ୟପଟେ ଆସନ୍ତାକାଲି ଶେଷ ଆଡ଼ପ ଦର୍ଶନ ଥିବାରୁ ଲକ୍ଷାଧିକ ଭକ୍ତଙ୍କ ଭିଡ ଆଶଙ୍କା ରହିଛି । ଏଣୁ ଅଲଗା ବାରିକେଡ ବ୍ୟବସ୍ଥା ହେଉଛି । ଟ୍ରାଫିକ୍‌ ବ୍ୟବସ୍ଥା କିଭଳି ଶୃଙ୍ଖଳିତ ହୋଇପାରିବ, ସେନେଇ ସ୍ଵତନ୍ତ୍ର ପଦକ୍ଷେପ ନିଆଯାଉଛି । ବରିଷ୍ଠ ପୋଲିସ ଅଧିକାରୀମାନେ ଦାୟିତ୍ଵରେ ରହିବେ । ବାହୁଡ଼ା ଯାତ୍ରାରେ ପୋଲିସ୍ ବ୍ୟବସ୍ଥା ମଧ୍ୟ ରଥଯାତ୍ରା ଭଳି ହେବ । ସୁନାବେଶ ଦିନ ୯୦ ପ୍ଲାଟୁନ ପୋଲିସ ସୁରକ୍ଷା ଦାୟିତ୍ଵରେ ରହିବେ ବୋଲି ପୁରୀ ଏସ୍‌ପି ସୂଚନା ଦେଇଛନ୍ତି । ଏହା ସହିତ ଶ୍ରୀମନ୍ଦିର ଭିତରେ ରିଲ୍‌ସ୍‌ କରି ଭିଡିଓ ଭାଇରାଲ ଘଟଣାରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ପୁରୀ ଏସ୍‌ପି । ଘଟଣାକୁ ପ୍ରଶାସନ ଗୁରୁତ୍ବର ସହ ନେଇଛି ଓ ଏହାର ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରକାଶ କରିଛନ୍ତି ଏସ୍‌ପି କେ ବିଶାଲ ସିଂ ।

ଇଟିଭି ଭାରତ, ପୁରୀ

Last Updated : Jun 26, 2023, 5:44 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.