ETV Bharat / state

ଶ୍ରୀଜୀଉଙ୍କ ସନ୍ଧ୍ୟା ଦର୍ଶନ ନେଇ ପ୍ରସ୍ତୁତି ଜୋରଦାର

ତିନି ରଥର ଦକ୍ଷିଣ ମୋଡ କରାଯିବା ପରେ ଆସନ୍ତାକାଲି(ଗୁରୁବାର) ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ ଅନୁଷ୍ଠିତ ହେବ । ସନ୍ଧ୍ୟା 7ଟା ପର୍ଯ୍ୟନ୍ତ ଜନ୍ମବେଦୀରେ କାଳିଆ ସାଆନ୍ତଙ୍କୁ ଦେଖିବାର ସୌଭାଗ୍ୟ ପାଇବେ ଶ୍ରଦ୍ଧାଳୁ ।

author img

By

Published : Jul 10, 2019, 7:19 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀ: ଶରଧା ବାଲିରେ ତିନି ରଥକୁ ଦକ୍ଷିଣମୋଡ଼ କରାଯିବା ସହ ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ପରମ୍ପରା ଅନୁସାରେ ପ୍ରଥମେ ଦେବୀ ସୁଭଦ୍ରା, ବଡଭାଇ ବଳଭଦ୍ର ପରେ ଆଜି ଶ୍ରୀଜୀଉଙ୍କ ନନ୍ଦିଘୋଷ ରଥକୁ ଦକ୍ଷିଣ ମୋଡ କରାଯାଇ ନାକଚଣା ଦ୍ବାରକୁ ଅଣାଯାଇଥିଲା । ଏପଟେ ଆସନ୍ତାକାଲି(ଗୁରୁବାର) ସନ୍ଧ୍ୟା 7ଟାରେ ଶ୍ରୀଜୀଉଙ୍କ ସନ୍ଧ୍ୟା ଦର୍ଶନ ପରେ ଶୁକ୍ରବାର ମହାପ୍ରଭୁଙ୍କ ବାହୁଡା ଯାତ୍ରା ଅନୁଷ୍ଠିତ ହେବ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ତେଣୁ ଆସନ୍ତାକାଲି ସନ୍ଧ୍ୟା ୭ଟା ଯାଏ ଶ୍ରୀଜିଉଙ୍କୁ ଲୋକେ ଜନ୍ମବେଦୀରେ ଦର୍ଶନ କରିପାରିବେ। ଏହା ପରେ ଦର୍ଶନ ବନ୍ଦ କରାଯିବାକୁ ନିଷ୍ପତ୍ତି ହୋଇଛି । ଅନ୍ୟପଟେ ଶାନ୍ତି ଶୃଙ୍ଖଳା ପାଇଁ ବ୍ୟାରିକେଡ ନିର୍ମାଣ ସହ 45 ପ୍ଲାଟୁନ ପୋଲିସ ମୁତୟନ ହେବେ ବୋଲି ପୁରୀ ଏସପି ଉମାଶଙ୍କର ସୂଚନା ଦେଇଛନ୍ତି ।

ସେହିପରି ଦଇତାପତି ଜେଟିପି ମଧ୍ୟରେ ଲାଗି ରହିଥିବା ବିବାଦ ଘଟଣାକୁ ନେଇ ନୀତିକାନ୍ତିରେ ବିଳମ୍ବ ହେବ ନାହିଁ ବୋଲି ସେ କହିଛନ୍ତି । ଏନେଇ ପ୍ରଶାସନିକ ସ୍ତରରେ ଆଲୋଚନା ହୋଇଥିବା ବେଳେ ସବୁ କିଛି ଶୃଙ୍ଖଳାରେ ସମାପନ ନେଇ ଏପସି ଆଶା ବ୍ୟକ୍ତ କରିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:10.07.2019
Radhakanta Mohanty, Kendrapada
Slug-od_kpr_01_bjd campaign_script_7204459
Anchor-ବିଜୁଙ୍କ କର୍ମଭୂମି ରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିବେ ନବୀନ।ପାଟକୁରା ନିର୍ବାଚନ ପାଇଁ ବିଜେଡି ପକ୍ଷରୁ ଜୋରଦାର ପ୍ରଚାର।ନିର୍ବାଚନ ମଣ୍ଡଳୀର ୫୧ଟି ପଞ୍ଚାୟତରେ ବିଜେଡି ପକ୍ଷରୁ ବିଧାୟକ,ମନ୍ତ୍ରୀ ଓ ପୂର୍ବତନ ମନ୍ତ୍ରୀ ମାନେ ପ୍ରଚାର କରି ଦଳୀୟ ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କ ପାଇଁ ଭୋଟ ଭିକ୍ଷା କରୁଛନ୍ତି।ଆଜି ଅପରାହ୍ନରେ ଡେରାବିଶ୍ ବ୍ଲକ ଅଧିନ ନହଙ୍ଗ ପଞ୍ଚାୟତରେ ୩୦୦୦ଜନସାଧାରଣଙ୍କୁ ନେଇ ଏକ କର୍ମୀ ସମ୍ମିଳନୀ କରାଯାଇଥିଲା।ଏହି ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ଦେବୀପ୍ରସାଦ ମିଶ୍ର,ସଞ୍ଜୟ ଦାସବର୍ମା,ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ, ରାଜନଗର ବିଧାୟକ ଧ୍ରୁବଚରଣ ସାହୁ ସମେତ ବିଜେଡି ମହିଳା ୱଙ୍ଗର ନମିତା ବେହେରା ପ୍ରମୁଖ ଉପସ୍ଥିତ ଥିଲେ।ପାଟକୁରାବାସୀ ନବୀନ ପଟ୍ଟନାୟକଙ୍କ ଗସ୍ତକୁ ଚାତକ ଭଳି ଚାହିଁ ରହିଛନ୍ତି ଓ ସେମାନଙ୍କ ଆଶା ଖୁବଶୀଘ୍ର ପୁରଣ ହେବାସହ ବିଜେଡି ପ୍ରାର୍ଥୀନୀ ସାବିତ୍ରୀ ବହୁ ଭୋଟ ବ୍ୟବଧାନରେ ବିଜୟି ହେବେ ବୋଲି ବିଧାୟକ ଦେବୀପ୍ରସାଦ ମିଶ୍ର କହିଥିବା ବେଳେ ଆସନ୍ତା ସପ୍ତାହରେ ମାନ୍ୟବର ମୁଖ୍ୟମନ୍ତ୍ରୀ ପାଟକୁରା ନିର୍ବାଚନ ମଣ୍ଡଳୀର ତିନୋଟି ବ୍ଲକ ବୁଲି ସାବିତ୍ରୀଙ୍କ ପାଇଁ ଭୋଟ ଭିକ୍ଷା କରିବେ ବୋଲି ସୂଚନା ଦେଇଛନ୍ତି ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା।
Byte-ଦେବୀପ୍ରସାଦ ମିଶ୍ର(ବିଧାୟକ)
Byte-ସଞ୍ଜୟ ଦାସବର୍ମା(ପୂର୍ବତନ ମନ୍ତ୍ରୀ)Body:Visual & Bytes sent through FTPConclusion:Visual & Bytes sent through FTP
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.