ETV Bharat / state

ବଡଦାଣ୍ଡ ସେବା କାର୍ଯ୍ୟକ୍ରମରେ ସାମିଲ ପୁରୀବାସୀ

author img

By

Published : Mar 13, 2021, 2:50 PM IST

ଦ୍ବିତୀୟ ଶନିବାରରେ ଆଜି ପୁରୀରେ ହୋଇଛି ବଡ଼ଦାଣ୍ଡ ସେବା କାର୍ଯ୍ୟକ୍ରମ। ପୁରୀକୁ ସ୍ଵଚ୍ଛ ରଖିବା ପାଇଁ ବଡ ଦାଣ୍ଡ ସେବା କାର୍ଯ୍ୟକ୍ରମ କରିଛି ଜିଲ୍ଲା ପ୍ରଶାସନ।

ବଡଦାଣ୍ଡ ସେବା କାର୍ଯ୍ୟକ୍ରମରେ ସାମିଲ ହେଲେ ପୁରୀବାସୀ

ପୁରୀ: ଦ୍ବିତୀୟ ଶନିବାରରେ ଆଜି ପୁରୀରେ ହୋଇଛି ବଡ଼ଦାଣ୍ଡ ସେବା କାର୍ଯ୍ୟକ୍ରମ। ପୁରୀକୁ ସ୍ଵଚ୍ଛ ରଖିବା ପାଇଁ ବଡ ଦାଣ୍ଡ ସେବା କାର୍ଯ୍ୟକ୍ରମ କରିଛି ଜିଲ୍ଲା ପ୍ରଶାସନ। ୩ କିଲୋମିଟର ବଡଦାଣ୍ଡକୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ଠାରୁ ମରିଚିକୋଟ ଛକ, ମରିଚିକୋଟ ଛକରୁ ମାର୍କେଟ ଛକ, ମାର୍କେଟ ଛକରୁ ଡାକ୍ତରଖାନା ଛକ,ଡାକ୍ତରଖାନା ଛକରୁ ବଡଶଙ୍ଖ ଏବଂ ବଡଶଙ୍ଖରୁ ଗୁଣ୍ତିଚା ମନ୍ଦିର ପର୍ଯ୍ୟନ୍ତ ଉକ୍ତ ପାଞ୍ଚଟି ଭାଗରେ ବିଭକ୍ତ କରାଯାଇ ସ୍ବେଚ୍ଛାସେବୀଙ୍କ ଦ୍ବାରା ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମ କରାଯାଇଛି।

ଚିତ୍ରାଙ୍କନ, ଝୋଟି, ତର୍କ ପ୍ରତିଯୋଗିତା, ରଙ୍ଗୋଲି, ପଥପ୍ରାନ୍ତ ନାଟକ ପ୍ରଭୃତି କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଛି। ପୁରୀ ଜିଲ୍ଲା ପ୍ରଶାସନ ଓ ପୌରସଂସ୍ଥା ପକ୍ଷରୁ ଆରମ୍ଭ ହୋଇଥିବା ଏହି ସମୁହ ସଫେଇ ଅଭିଯାନରେ ବଡଦାଣ୍ଡକୁ ସ୍ବେଛାସେବୀ, ଛାତ୍ରଛାତ୍ରୀ, ସରକାରୀ କର୍ମଚାରୀ ସମସ୍ତ ମିଶି ସଫା କରୁଛନ୍ତି। ପ୍ରତ୍ୟେକ ଶନିବାର ସବୁ ବର୍ଗର ସ୍ବେଛାସେବୀ ଏହି ସେବା ଅଭିଯାନରେ ସାମିଲ ହୋଇ ସଫା କରିବେ। ଏହି କାର୍ଯ୍ୟକ୍ରମରେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ଶ୍ରୀମନ୍ଦିର ନୀତି ପ୍ରଶାସକ ଅଜୟ କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ, ଉପ ଜିଲ୍ଲାପାଳ ଭାବତାରଣ ସାହୁ, ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ବିଜୟ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.