ETV Bharat / state

ଦୂର ହେଲା ଅଚଳାବସ୍ଥା, ମୁଖ୍ୟ ପ୍ରଶାସକଙ୍କ ହସ୍ତକ୍ଷେପ ପରେ ଶ୍ରୀମନ୍ଦିର ନୀତିକାନ୍ତି ସ୍ବାଭାବିକ - ମହାପ୍ରଭୁଙ୍କ ନୀତିକାନ୍ତି

ମହାପ୍ରଭୁଙ୍କ ନୀତିକାନ୍ତିକୁ ନେଇ ଅଚଳାବସ୍ଥା ଦୂର ହୋଇଛି । ସେବାରୁ ନିଲମ୍ବିତ ହୋଇଥିବା ଉକ୍ତ ସେବକ କାହିଁକି ଆଜି ଶ୍ରୀମନ୍ଦିରର ଗର୍ଭ ଗୃହକୁ ପ୍ରଵେଶ କଲେ, ତାଙ୍କୁ କିଏ ସହଯୋଗ କଳା ସେ ପ୍ରଶ୍ନର ସଠିକ ଉତ୍ତର ଦେଇ ପାରିନାହାଁନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଅଧିକ ପଢ଼ନ୍ତୁ

ଦୂର ହେଲା ଅଚଳାବସ୍ଥା, ମୁଖ୍ୟ ପ୍ରଶାସକଙ୍କ ହସ୍ତକ୍ଷେପ ପରେ ଶ୍ରୀମନ୍ଦିର ନୀତିକାନ୍ତି ସ୍ବାଭାବିକ

author img

By ETV Bharat Odisha Team

Published : Sep 15, 2023, 4:37 PM IST

ଦୂର ହେଲା ଅଚଳାବସ୍ଥା, ମୁଖ୍ୟ ପ୍ରଶାସକଙ୍କ ହସ୍ତକ୍ଷେପ ପରେ ଶ୍ରୀମନ୍ଦିର ନୀତିକାନ୍ତି ସ୍ବାଭାବିକ

ପୁରୀ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ହସ୍ତକ୍ଷେପ ପରେ ସ୍ବାଭାବିକ ହେଲା ମହାପ୍ରଭୁଙ୍କ ନୀତିକାନ୍ତି । ନୀତିକାନ୍ତିକୁ ନେଇ ସୃଷ୍ଟି ହୋଇଥିବା ଅଚଳାବସ୍ଥା ଦୂର ହୋଇଛି । ମହାପ୍ରଭୁଙ୍କ ବଡ଼ ମହାସ୍ନାନ ନୀତି ପରେ ଅନ୍ୟାନ୍ୟ ନୀତିକାନ୍ତି ହେବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବିଭିନ୍ନ ନିଯୋଗ ସହ ଆଲୋଚନା କରି ବିବାଦର ସମାଧାନ କରିବା ପରେ ମହାପ୍ରଭୁଙ୍କ ନୀତିକାନ୍ତି ଆରମ୍ଭ ହୋଇଛି । ଶ୍ରୀମନ୍ଦିରରେ ଆଜି ସପ୍ତପୁରୀ ଅମାବାସ୍ୟା ନୀତି ରହିଛି । ଅନେକ ସ୍ଵତନ୍ତ୍ର ନୀତି ରହିଛି ।

ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାଶ କହିଛନ୍ତି, "ବର୍ତ୍ତମାନ କିଭଳି ମହାପ୍ରଭୁଙ୍କ ନୀତି ଶୃଙ୍ଖଳିତ ଭାବରେ ଅନୁଷ୍ଠିତ ହେବ ତାହା ହେଉଛି ଗୁରୁତ୍ବପୁର୍ଣ୍ଣ । ଆଗାମୀ ଦିନରେ ବିଭିନ୍ନ ନିଯୋଗ ସହ ଆଲୋଚୋନା ପରେ ଯାହା କିଛି ପଦକ୍ଷେପ ନିଆଯିବ ।"

ଏହାବି ପଢନ୍ତୁ- ଶ୍ରୀମନ୍ଦିରରେ ସେବାୟତ ବିବାଦ, ଶ୍ରୀଜିଉଙ୍କ ନୀତିକାନ୍ତି ବନ୍ଦ

ତେବେ ମହାପ୍ରଭୁଙ୍କ ସେବାରୁ ନିଲମ୍ବିତ ହୋଇଥିବା ଉକ୍ତ ସେବକ କାହିଁକି ଆଜି ଶ୍ରୀମନ୍ଦିରର ଗର୍ଭ ଗୃହକୁ ପ୍ରଵେଶ କଲେ, ତାଙ୍କୁ କିଏ ସହଯୋଗ କଳା ସେ ପ୍ରଶ୍ନର ସଠିକ ଉତ୍ତର ଦେଇ ପାରିନାହାଁନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ପରବର୍ତ୍ତୀ ସମୟରେ ସମୀକ୍ଷା କରାଯାଇ କାର୍ଯ୍ୟନୁଷ୍ଠାନ ନିଆଯିବ କହି ଏଡାଇ ଯାଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ତେବେ ଗର୍ଭଗୃହରେ ପ୍ରବେଶ ନେଇ ସ୍ଵତନ୍ତ୍ର SOP କରାଯିବ । ଆଗାମୀ ଦିନରେ ସମୀକ୍ଷା କରାଯାଇ ମହାପ୍ରଭୁ ନୀତିରେ ବାଧା ସୃଷ୍ଟି କରିଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାଶ ।

ସିଂହାରୀ ସେବାୟତ ସଂଖମିତ୍ର ସିଂହାରୀଙ୍କୁ ନେଇ ଆଜି ବିବାଦ ଉପୁଜିଥିଲା। ସେ ସିଂହାରୀ ନିଯୋଗରୁ 5 ବର୍ଷ ପାଇଁ ସେବା ନିଲମ୍ବିତ ହୋଇଥିଲେ। ଅନ୍ୟଜାତିରେ ସିଂହାରୀ ସେବାୟତ ଶଙ୍ଖମିତ୍ର ସିଂହାରୀ ବିବାହ କରିଥିବାରୁ ତାଙ୍କୁ ପରମ୍ପରା ଉଲଘଂନ ଦର୍ଶାଇ ସିଂହାରୀ ନିଯୋଗ ମହାପ୍ରଭୁଙ୍କ ସେବାରୁ ନିଲମ୍ବିତ କରିଥଲେ। ତେବେ ନିଜ ନିଯୋଗ ଦ୍ବାରା ନିଲମ୍ବିତ ହୋଇଥିବା ଶଙ୍ଖମିତ୍ର ସିଂହାରୀ ଆଜି ତାଙ୍କ ପାଳି ଥିବା ବେଳେ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ନୀତି କରିଥଲେ। ଯାହାକୁ ନେଇ ସେବାୟତଙ୍କ ମଧ୍ୟରେ ବିବାଦ ସୃଷ୍ଟି ହେବା ଶହ ମଙ୍ଗଳ ଆଳତୀ ପରଠାରୁ ସବୁ ନୀତି ବନ୍ଦ ରହିଥିଲା। ସେପଟେ ଏହି ପ୍ରସଙ୍ଗରେ ବିବାଦୀୟ ହୋଇ ପଡିଥିବା ଶଙ୍ଖମିତ୍ର ସିଂହାରୀ କିନ୍ତୁ ଗଣମାଧ୍ୟମରେ କୌଣସି ମତ ରଖି ନାହାଁନ୍ତି ।

ଏହା ବି ପଢନ୍ତୁ- ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, 5 ଘଣ୍ଟା ଦର୍ଶନ ବନ୍ଦ

ଅନ୍ୟପଟେ ମହାପ୍ରଭୁଙ୍କ ନୀତି ବିଶୃଙ୍ଖଳା ଯୋଗୁଁ ସୁଆର ମହାସୁଆର ନିଯୋଗ ବ୍ୟାପକ କ୍ଷତି ସହିଥିବା ଅଭିଯୋଗ କରିଛି । ନୀତି ବିଶୃଙ୍ଖଳା ପାଇଁ ଭୋଗ ପ୍ରସ୍ତୁତି ହୋଇ ପାରିନାହିଁ । ସବୁ ବରାଦି ଭୋଗ ଅର୍ଡର ବାତିଲ କରାଯାଇଛି । ଏଥିପାଇଁ 6 ଲକ୍ଷ 32 ହଜାର 5ଶହ ଟଙ୍କା କ୍ଷତି ହୋଇଛି । ଏଣୁ ସୁଆର ମହାସୁଆର ସଦସ୍ୟମାନଙ୍କୁ ଉପରୋକ୍ତ କ୍ଷତିପୂରଣ ଦେବାକୁ ଏକ ଚିଠିରେ ଶ୍ରୀମନ୍ଦିର ପ୍ରଶାସନକୁ ଅବଗତ କରିଛି ସୁଆର ମହାସୁଆର ନିଯୋଗ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.