ETV Bharat / state

World Heart Day: ବାଲୁକା ଚିତ୍ରକଳାରେ ହୃଦରୋଗ ସଚେତନତାର ବାର୍ତ୍ତା

author img

By ETV Bharat Odisha Team

Published : Sep 29, 2023, 7:02 AM IST

ସେପ୍ଟେମ୍ବର 29କୁ ବିଶ୍ଵବ୍ୟାପୀ ବିଶ୍ଵ ହୃଦୟ ଦିବସ ଭାବେ ପାଳନ କରାଯାଉଛି। ବିଶ୍ଵ ହୃଦୟ ଦିବସ ଅବସରରେ ଲୋକଙ୍କୁ ସଚେତନତା ବାର୍ତ୍ତା ଦେଇଛନ୍ତି ହୃଦ୍ ରୋଗ ବିଶେଷଜ୍ଞ। ଅଧିକ ପଢନ୍ତୁ

ବାଲୁକା ଚିତ୍ରକଳାରେ ସଚେତନତା
World Heart Day
World Heart Day

ପୁରୀ: ବାଲୁକା ଚିତ୍ରକଳାରେ ବିଶ୍ଵ ହୃଦୟ ଦିବସକୁ ନେଇ ସଚେତନତା ବାର୍ତ୍ତା ଦିଆଯାଇଛି। ବିଶ୍ଵ ହୃଦୟ ଦିବସ ଅବସରରେ ଲୋକଙ୍କୁ ସଚେତନତା ବାର୍ତ୍ତା ଦେଇଛନ୍ତି ହୃଦ୍ ରୋଗ ବିଶେଷଜ୍ଞ। ସେପ୍ଟେମ୍ବର 29କୁ ବିଶ୍ଵବ୍ୟାପୀ ବିଶ୍ଵ ହୃଦୟ ଦିବସ ଭାବେ ପାଳନ କରାଯାଉଛି। ହୃଦ୍ ରୋଗ କଣ? , ଏହାକୁ କିଭଳି ରୋକାଯାଇ ପାରିବ ସେନେଇ ଲୋକଙ୍କ ମଧ୍ଯରେ ଜନ ସଚେତନତା ହେଉଛି ଏହି ଦିବସର ପରିକଳ୍ପନା। ଉଚ୍ଚ ରକ୍ତଚାପ ଯୋଗୁ ମଧ୍ୟ ହୃଦରୋଗ ହେବାର ସମ୍ଭାବନା ରହିଥିବାବେଳେ ପ୍ରାଥମିକ ସ୍ତରରେ ଏହାର ଚିକିତ୍ସା କରାଇଲେ ସୁସ୍ଥ ହେବାର ସମ୍ଭାବନା ରହିଛି ବୋଲି ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି।

ବିଶ୍ଵ ହୃଦୟ ଦିବସ ପାଳନ ଅବସରରେ ପୁରୀ ବେଳାଭୁମିରେ ବାଲୁକା ଚିତ୍ର ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏକ ବାଲୁକା ଚିତ୍ରକଳା କରି ହୃଦ୍ ରୋଗ ବିଷୟରେ ସଚେତନତା ବାର୍ତ୍ତା ଦେଇଛନ୍ତି। ପ୍ରସିଦ୍ଧ ଔଷଧ ନିର୍ମାତା କମ୍ପାନୀ ଗ୍ଲେନ୍ ମାର୍କ ସହଯୋଗରେ ପୁରୀରେ ହୃଦ୍ ରୋଗକୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ବାଲୁକା ଚିତ୍ର ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏହି ସାମିଲ ହୋଇ ସଚେତନତାର ବାର୍ତ୍ତା ବାଣ୍ଟିଛନ୍ତି। ଏହାସହ କାର୍ଯ୍ୟକ୍ରମରେ ଯୋଗ ଦେଇ ଡାକ୍ତର ବିଶ୍ଵ ରଞ୍ଜନ ମିଶ୍ର କହିଛନ୍ତି, "ହୃଦ୍ ରୋଗ ହେଉଛି ମୁଖ୍ୟତଃ ଆଧୁନିକ ଜୀବନ ଶୈଳୀ ଦ୍ଵାରା ବ୍ୟାପୁଥିବା ରୋଗ। କୌଣସି ଶାରୀରିକ ପରିଶ୍ରମ ନକରିବା, ଫାଷ୍ଟ ଫୁଡ୍, ନିଶା ଦ୍ରବ୍ୟ ସେବନ ଦ୍ଵାରା ଏହି ରୋଗ ବ୍ୟାପୁଥିବା ଜଣାପଡିଛି। ବିଶେଷ କରି ଆଜିର ଯୁବ ପିଢ଼ି ଏହା ଦ୍ଵାରା ଅଧିକ ଆକ୍ରାନ୍ତ ହେଉଛନ୍ତି।

ଏହା ବି ପଢନ୍ତୁ...WORLD HEART DAY: ହୃଦଘାତ ଯୋଗୁଁ ଯୁବପିଢିଙ୍କ ମୃତ୍ୟୁ ଏବେ ଚିନ୍ତାରକାରଣ

ଏହା ବି ପଢନ୍ତୁ... WORLD HEART DAY; ହୃଦଘାତରୁ ବର୍ତ୍ତିବା ପାଇଁ ମାନନ୍ତୁ ଡାକ୍ତରଙ୍କ ଏହି ପରାମର୍ଶ...

ସେ ଆହୁରି ମଧ୍ୟ କହିଛନ୍ତି, 'ଉଚ୍ଚ ରକ୍ତଚାପ, ମଧୁମେହ, ଅବସାଦଗ୍ରସ୍ତ ରହିବା ଦ୍ଵାରା ହୃଦ୍ ରୋଗର ସମ୍ଭାବନା ଅଧିକ ରହିଥାଏ। ଅନେକ ସମୟ ଛାତିରେ ଯନ୍ତ୍ରଣା ହେବା, ମୁହଁ, ଗୋଡ ଫୁଲି ଯାଇଥିବା ଭଳି ଲକ୍ଷଣ ଦେଖା ଦେଇଥାଏ। ଏହାକୁ ଅଣଦେଖା ନକରି ପ୍ରାଥମିକ ସ୍ତରରେ ଚିକିତ୍ସା କରାଇଲେ ହୃଦ୍ ରୋଗ ଭଲ ହୋଇ ଯାଇଥାଏ।" ଏଣୁ ପ୍ରତ୍ୟେକ ବ୍ୟକ୍ତି ନିଜର ଏକ ସୁସ୍ଥ ଜୀବନ ଶୈଳୀ ନେଇ ସଚେତନ ହେବା ପାଇଁ ହୃଦରୋଗ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି। ବିଶେଷ କରି ଯୁବ ପିଢ଼ି ଏହା ଦ୍ଵାରା ଅଧିକ ଆକ୍ରାନ୍ତ ହେଉଥିବା ମତ ଦେଇଛନ୍ତି ବିଶେଷଜ୍ଞ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.