ETV Bharat / state

World TB Day: TBର ସମ୍ପୂର୍ଣ୍ଣ ନିରାକରଣ ସମ୍ଭବ, ବାଲୁକାକଳାରେ ସଚେତନତା ବାର୍ତ୍ତା

author img

By

Published : Mar 23, 2022, 10:38 PM IST

ବାଲୁକା ଚିତ୍ରକଳା ମାଧ୍ୟମରେ ବିଶ୍ୱ ଟିବି ଦିବସ (World TB Day)ରେ ସଚେତନତା ବାର୍ତ୍ତା ଦେଲେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ । ଅଧିକ ପଢନ୍ତୁ

ବାଲୁକା ଚିତ୍ରକଳା ମାଧ୍ୟମରେ ବିଶ୍ୱ TB ଦିବସରେ ସଚେତନତା ବାର୍ତ୍ତା

ପୁରୀ: ବାଲୁକା ଚିତ୍ରକଳା ମାଧ୍ୟମରେ ବିଶ୍ୱ ଟିବି ଦିବସ (World TB Day)ରେ ସଚେତନତା ବାର୍ତ୍ତା ଦେଲେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ । ଏହି ଦିବସ ଉପଲକ୍ଷେ ପୁରୀ ବାଲିଆପଣ୍ଡା ଲାଇଟ ହାଉସ ନିକଟସ୍ଥ ବେଳାଭୂମିରେ ଏ ବର୍ଷର ଥିମକୁ ଆଧାର କରି ସଚେତନତା ବାର୍ତ୍ତା ଦେଇଛନ୍ତି ଶିଳ୍ପୀ ।

ଏଥିସହ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜର ପ୍ରଫେସର ଡ. ସୁଦର୍ଶନ ପୋଥାଳ ମଧ୍ୟ ଟ୍ୟୁବରକ୍ୟୁଲୋସିସ ବା TB ବାବଦରେ ଆଲୋଚନା କରିଛନ୍ତି । TB ରୋଗକୁ ନଡରି ଠିକ ସମୟରେ ଚିକିତ୍ସା କରାଇଲେ ଜଣେ ସମ୍ପୂର୍ଣ୍ଣ ମୁକ୍ତିଲାଭ ହୋଇପାରିବ ବୋଲି କହିଛନ୍ତି ଡାକ୍ତର ପୋଥାଳ । ଏହି ବାଲୁକା କଳାରେ TB ରୋଗ ଉପରେ କିପରି ରିସର୍ଚ୍ଚ କରି ମେଡିକାଲ ସାଇନ୍ସ ଡେଭଲପ ହୋଇପାରିଛି, ଯେପରି ଜଣେ ବ୍ୟକ୍ତି TB ରୋଗରୁ ସମ୍ପୂର୍ଣ୍ଣ ମୁକ୍ତ ହୋଇପାରୁଛି ତା'ର ଦୃଶ୍ୟ ବାଲୁକା କଳାରେ ଦର୍ଶାଇଛନ୍ତି ।

ଏହି ବାଲୁକା କଳାଟି 15 ଫୁଟ ଓସାର ବିଶିଷ୍ଟ ଏବଂ ଏଥିପାଇଁ 15 ଟନ ବାଲି ବ୍ୟବହାର କରାଯାଇଛି । ଏହି ବାଲୁକା କଳାକୁ ନିର୍ମାଣ କରିବାକୁ ମାନସ ସାହୁଙ୍କୁ 7 ଘଣ୍ଟା ସମୟ ଲାଗିଥିଲା ଏବଂ ଏଥିରେ ସେ " Invest To End TB, Save Lives" ଏବଂ "World TB Day" ର ବାର୍ତ୍ତା ଦେଇଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.