ପୁରୀ: ରାଜ୍ୟବ୍ୟାପୀ ଏବେ କୋରୋନା ମହାମାରୀର କୋପ ଜାରି ରହିଛି । ଏଭଳି ସ୍ଥିତିରେ ସଂକ୍ରମିତଙ୍କ ପାଇଁ ପ୍ଲାଜମା ଏକ ବରଦାନ ପ୍ରମାଣିତ ହୋଇଛି । କୋରୋନାରୁ ସୁସ୍ଥ ବ୍ୟକ୍ତିଙ୍କ ପ୍ଲାଜମାରୁ ଅନେକ ଗୁରୁତର ସଂକ୍ରମିତ ମଧ୍ୟ ସୁସ୍ଥ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ପ୍ଲାଜମା ଦାନ ନିମନ୍ତେ ରାଜ୍ୟ ସରକାର ଖୋଲିଛନ୍ତି ପ୍ଲାଜମା ବ୍ୟାଙ୍କ । ହେଲେ ସଚେତନତା ଅଭାବରୁ ଯେତିକି ପ୍ଲାଜମା ସଂଗ୍ରହ ହେବା କଥା ତାହା ହୋଇପାରୁନାହିଁ । ଯାହାକି ଚିନ୍ତା ସ୍ଥିତି ସୃଷ୍ଟି କରିଛି ।
ଏଭଳି ସ୍ଥିତିରେ ଲୋକଙ୍କୁ ସଚେତନ କରିବା ପାଇଁ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଉଦ୍ୟମ କରିଛନ୍ତି । ପୁରୀ ବେଳାଭୂମିରେ ପ୍ଲାଜମା ଦାନ ପାଇଁ ସେ ଏକ ବାଲୁକାକଳା ତିଆରି କରିଛନ୍ତି । ଯେଉଁଥିରେ ସେ ପ୍ଲାଜମା ଦାନ କରିବାକୁ ସଚେତନ କରିବା ସହ ଜୀବନ ବଞ୍ଚାଇବାକୁ ଆହ୍ବାନ କରିଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ