ETV Bharat / state

ପାଥରପୁରୀ ହଷ୍ଟେଲ ଜାଗାରେ ରାସ୍ତା ନିର୍ମାଣ ବନ୍ଦ କଲା ପ୍ରଶାସନ - Road construction has been halted

ପୁରାତନ ଛାତ୍ର କ୍ରିୟାନୁଷ୍ଠାନ କମିଟିର ଜିଦ ଆଗରେ ଶେଷରେ ପୁରୀ ଜିଲ୍ଲା ପ୍ରଶାସନ ହାର ମାନିଲା । ଶେଷରେ ପାଥରପୁରୀ ହଷ୍ଟେଲ ଜାଗାରେ ରାସ୍ତା ନିର୍ମାଣ ବନ୍ଦ କଲା ପୁରୀ ଜିଲ୍ଲା ପ୍ରଶାସନ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ପାଥରପୁରୀ ହଷ୍ଟେଲ ଜାଗାରେ ରାସ୍ତା ନିର୍ମାଣ ବନ୍ଦ କଲା ପ୍ରଶାସନ

author img

By

Published : Sep 20, 2020, 8:41 PM IST

ପୁରୀ: ପୁରାତନ ଛାତ୍ର କ୍ରିୟାନୁଷ୍ଠାନ କମିଟିର ଜିଦ ଆଗରେ ଶେଷରେ ପୁରୀ ଜିଲ୍ଲା ପ୍ରଶାସନ ହାର ମାନିଲା । ବିଶ୍ୱକବି ରବୀନ୍ଦ୍ର ନାଥ ଟାଗୋରଙ୍କ ସ୍ମୃତି ବହନ କରୁଥିବା ତଥା ସ୍ୱୟଂ ଶାସିତ ସାମନ୍ତ ଚନ୍ଦ୍ର ଶେଖର ମହାବିଦ୍ୟାଳୟର ପାଥରପୁରୀ ଛାତ୍ରବାସକୁ ବେଆଇନ ଭାବେ ପୁରୀ ଜିଲ୍ଲା ପ୍ରଶାସନ ଦଖଲ କରି ସେଠାରେ ରାସ୍ତା ନିର୍ମାଣ କରିବା କାର୍ଯ୍ୟ ବନ୍ଦ କରିଛି । ଘଟଣାକୁ ନେଇ ଗତ କିଛିଦିନ ଧରି ଦଳ ମତ ନିର୍ବିଶେଷରେ ବିରୋଧାଭାସ ଦେଖାଯାଇଥିଲା ।

ପାଥରପୁରୀ ହଷ୍ଟେଲ ଜାଗାରେ ରାସ୍ତା ନିର୍ମାଣ ବନ୍ଦ କଲା ପ୍ରଶାସନ

ସହରର ସମସ୍ତ ପୁରାତନ ଛାତ୍ର ଓ କ୍ରିୟାନୁଷ୍ଠାନ କମିଟିର ସଦସ୍ୟମାନେ ପ୍ରଶାସନର ଏଭଳି ବେଆଇନ କାର୍ଯ୍ୟକୁ ବିରୋଧ କରି ଆସୁଥିଲା । ଏପରିକି ପ୍ରଶାସନର ଏଭଳି କାର୍ଯ୍ୟକୁ ମଧ୍ୟ ବୁଦ୍ଧିଜୀବୀ ମହଲରେ ବିରୋଧ କରାଯାଇଥିଲା । ଛାତ୍ରାବାସ ପରିସରରେ ପ୍ରଶାସନର ହଠାତ ଏଭଳି ସଡ଼କ ନିର୍ମାଣକୁ କେନ୍ଦ୍ରକରି ଗତ ପାଞ୍ଚଦିନ ଧରି ବିଭିନ୍ନ ରାଜନୈତିକ ସଂଗଠନ ଓ ସାମାଜିକ ସଂଗଠନ ପକ୍ଷରୁ ଆନ୍ଦୋଳନ କରାଯାଇ ଆସୁଥିଲା । ଭବିଷ୍ୟତରେ ଆନ୍ଦୋଳନ ବ୍ୟାପକ ହେବ ବୋଲି ଭାବି ଶନିବାର ପ୍ରଶାସନ କ୍ରିୟାନୁଷ୍ଠାନ କମିଟିର ସଦସ୍ୟ ମାନଙ୍କୁ ଡାକି ଏ ସମ୍ପର୍କରେ ଆଲୋଚନା କରିବା ସହ ରାସ୍ତା ନିର୍ମାଣରୁ ଓହରି ଯାଇଥିବା ଘୋଷଣା କରିଥିଲା ।

ପ୍ରଶାସନର ଏଭଳି ନିଷ୍ପତିକୁ ଆଜି ଛାତ୍ର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସ୍ୱାଗତ କରାଯିବା ସହ ଆଗାମୀ ଦିନରେ ପୁରାତନ ସ୍ମୃତି ବହନ କରୁଥିବା ପାଥରପୁରୀ ହଷ୍ଟେଲର ପୁନଃଉଦ୍ଧାର ପାଇଁ ଏହି ଲଢେଇ ଜାରି ରହିବ । ସେହିପରି ସାମନ୍ତ ଚନ୍ଦ୍ର ଶେଖର ମହାବିଦ୍ୟାଳୟର ସମସ୍ତ ଛାତ୍ରାବାସ ପାଥରପୁରୀ ହଷ୍ଟେଲ ମଧ୍ୟରେ ରହିବା ଓ ବିଶ୍ୱକବି ରବୀନ୍ଦ୍ର ନାଥ ଟାଗୋରଙ୍କ ଉଦ୍ଦେଶ୍ୟରେ ଏକ ପାଠାଗାର ନିର୍ମାଣ କରିବା ପାଇଁ ମଧ୍ୟ ଲଢେଇ ଜାରି ରହିବ ବୋଲି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.