ETV Bharat / state

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ଲୋକାର୍ପଣ ସମାରୋହରେ ସାମିଲ ହେବେ ଦେଶ ବିଦେଶର 900 ଅତିଥି

Srimandir heritage corridor inauguration preparation: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ଯୋଗ ଦେବେ ଦେଶ ବିଦେଶର 900 ଅତିଥି । ଏନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jan 12, 2024, 8:03 AM IST

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ

ପୁରୀ: ଜାନୁଆରୀ 17 ତାରିଖରେ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ । ଏହି ଉତ୍ସବରେ ଯୋଗ ଦେବେ ଦେଶ ବିଦେଶର ପାଖାପାଖି 900 ଅତିଥି । ଉତ୍ସବରେ ସାମିଲ ହେବାକୁ ରାଜ୍ୟ ତଥା ଦେଶରେ ବିଭିନ୍ନ ଧର୍ମପୀଠକୁ ନିମନ୍ତ୍ରଣ କରାଯାଇଛି । ଅତିଥିମାନଙ୍କୁ ଭବ୍ୟ ସ୍ଵାଗତ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ରାଜ୍ୟ ତଥା ଦେଶ ବିଦେଶର ଅନେକ ପ୍ରସିଦ୍ଧ ମନ୍ଦିର, ଧର୍ମପୀଠକୁ ଏହି ଉତ୍ସବରେ ସାମିଲ ହେବାକୁ ନିଉତା ଦିଆଯାଇଛି।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବରେ ସାମିଲ ହେବେ ଦେଶ ବିଦେଶର ଅତିଥି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ଭବ୍ୟ କାର୍ଯ୍ୟକ୍ରମରେ ସାମିଲ ହେବାକୁ ନିମନ୍ତ୍ରଣ କରଯାଇଛି । ରାଜ୍ୟ ତଥା ଦେଶ ବିଦେଶର ଅନେକ ପ୍ରସିଦ୍ଧ ମନ୍ଦିର, ଧର୍ମପୀଠକୁ ଏହି ଉତ୍ସବରେ ସାମିଲ ହେବାକୁ ନିମନ୍ତ୍ରଣ କରାଯାଇଛି । ଅତିଥି ମାନେ କିଭଳି ସୁରୁଖୁରୁରେ ପୁରୀ ରେ ପହଞ୍ଚି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବରେ ସାମିଲ ହେବେ ସେ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏନେଇ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଦୁର୍ଗା ଦାସ ମହାପାତ୍ର କହିଛନ୍ତି," ମହାପ୍ରଭୁଙ୍କ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପ ଏକ ଐତିହାସିକ ପ୍ରକଳ୍ପ। ଏଣୁ ଏହାକୁ ଏକ ଭବ୍ୟ ଢଙ୍ଗରେ ପ୍ରତିଷ୍ଠା କରାଯାଉଛି । ଏହି ଅବସରରେ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ପ୍ରସିଦ୍ଧ ମନ୍ଦିର ଓ ଧର୍ମପୀଠକୁ ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ନିମନ୍ତ୍ରଣ କରଯାଇଛି ।"

ଏହାମଧ୍ୟ ପଢନ୍ତୁ.. ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଉତ୍ସବ କାର୍ଯ୍ୟସୂଚୀ ଚୂଡ଼ାନ୍ତ: କାଲିଠୁ ପୂଜାବିଧି, ୧୭ରେ ଲୋକାର୍ପଣ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବରେ ପାଖାପାଖି 9ଶହ ଦେଶବିଦେଶର ଅତିଥି ସାମିଲ ହେବେ । ଅତିଥିମାନଙ୍କ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସେମାନଙ୍କ ବସିବା ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି । ଯଜ୍ଞଶାଳା ନିକଟରେ ସୀମିତ ସଂଖ୍ୟକ ଅତିଥି ଉପସ୍ଥିତ ରହିବେ । ସଭାକକ୍ଷରେ 9 ଶହ ଅତିଥିଙ୍କୁ ବସାଇବା ଭଳି ବ୍ୟବସ୍ଥା ହୋଇଛି । ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ 17 ତାରିଖରେ ଶେଷ ହେବା ପରେ 18 ତାରିଖରୁ ଓଡ଼ିଶାରୁ ନିମନ୍ତ୍ରିତ ହୋଇଥିବା ବିଭିନ୍ନ ମନ୍ଦିରର ପୂଜକ ତଥା ମୁଖ୍ୟ ବ୍ୟକ୍ତିବିଶେଷ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବା ସହ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରଦକ୍ଷଣ କରିବାର ବ୍ୟବସ୍ଥା ହୋଇଛି ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା ଉତ୍ସବକୁ ନିମନ୍ତ୍ରିତ ହୋଇଥିବାରୁ ଇଣ୍ଡିଆ ଜାପାନ ଫ୍ରେଣ୍ଡସିପ ସେଣ୍ଟର୍ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନ, ରାଜ୍ୟ ସରକାରଙ୍କୁ ଉଚ୍ଚ ପ୍ରଶଂସା କରାଯାଇଛି। ଇଣ୍ଡିଆ ଜାପାନ ଫ୍ରେଣ୍ଡସିପ ସେଣ୍ଟର୍ ସଭାପତି ଶ୍ରୀମନ୍ତ ଦାଶ କହିଛନ୍ତି,"ମହାପ୍ରଭୁଙ୍କ କାର୍ଯ୍ୟକ୍ରମରେ ସାମିଲ ହେବା ଅତ୍ୟନ୍ତ ସୌଭାଗ୍ୟର ବିଷୟ । ଇଣ୍ଡିଆ ଜାପାନ ଫ୍ରେଣ୍ଡ୍ ସିପ ସେଣ୍ଟର୍ ଗତ 15 ବର୍ଷ ହେବ ଜଗନ୍ନାଥ ସଂସ୍କୃତିକୁ ସୁଦୂର ଜାପାନରେ ପ୍ରଚାର ପ୍ରସାର କରିଆସୁଛି । ତେବେ ଶ୍ରୀମନ୍ଦିର ପ୍ରଶାସନ ତାଙ୍କ ଅନୁଷ୍ଠାନକୁ ନିମନ୍ତ୍ରଣ କରିଥିବାରୁ ଏହା ଆହୁରି ଉତ୍ସାହ ଯୋଗାଇବ । ବିଶ୍ୱରେ ଜଗନ୍ନାଥ ସଂସ୍କୃତି ଆହୁରି ଅଧିକ ପ୍ରଚାର ପ୍ରସାର ହେବ ।"

ସେ ଆଉମଧ୍ୟ କହିଛନ୍ତି ଯେ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସହ ପୁରୀରେ ବିମାନ ବନ୍ଦର, ଷ୍ଟାଡିୟମ୍, ଅତ୍ୟାଧୁନିକ ପାର୍କିଂ ବ୍ୟବସ୍ଥା, ମାର୍କେଟ କମ୍ପ୍ଲକ୍ସ, ରାସ୍ତା ଘାଟ ଉନ୍ନତିକରଣ ଦ୍ବାରା ପୁରୀକୁ ଆହୁରି ଅଧିକରୁ ଅଧିକ ଭକ୍ତ ଏବଂ ପର୍ଯ୍ୟଟକ ଆସିବେ । ଏହା ଦ୍ବାରା ଓଡ଼ିଶାର ସମ୍ମାନ ବଢିବା ସହ ପୁରୀର ଅର୍ଥନୀତି ମଧ୍ୟ ମଜଭୁତ ହେବ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.