ETV Bharat / state

ପବିତ୍ର ପଞ୍ଚୁକରେ ମହାପ୍ରଭୁଙ୍କୁ ଦର୍ଶନ କଲେ ଆସାମ ମୁଖ୍ୟମନ୍ତ୍ରୀ

author img

By ETV Bharat Odisha Team

Published : Nov 26, 2023, 8:14 PM IST

Updated : Nov 26, 2023, 8:45 PM IST

Assam CM Visit Puri: ମହାପ୍ରଭୁଙ୍କୁ ଦର୍ଶନ କଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମା ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମା । କାର୍ତ୍ତିକ ମାସ ପଞ୍ଚୁକରେ ମହାପ୍ରଭୁଙ୍କ ଦର୍ଶନ ପାଇ ସେ ଧନ୍ୟ ହୋଇଥିବା କହିଛନ୍ତି । ଅଧିକ ପଢନ୍ତୁ

assam cm visits shreemandir
ମହାପ୍ରଭୁଙ୍କୁ ଦର୍ଶନ କଲେ ଆସାମ ମୁଖ୍ୟମନ୍ତ୍ରୀ

ପୁରୀ: ପବିତ୍ର ପଞ୍ଚୁକରେ ମହାପ୍ରଭୁଙ୍କୁ ଦର୍ଶନ କଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମା । ଆସାମ ମୁଖ୍ୟମନ୍ତ୍ରୀ ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ସଂଧ୍ୟା 6 ଟା ସମୟରେ ଶ୍ରୀମନ୍ଦିର ସିଂହଦ୍ଵାର ନିକଟରେ ପହଞ୍ଚିବା ପରେ ତାଙ୍କର କୌଳିକ ପଣ୍ଡା ମାଧବ ମହାପାତ୍ର ଖଣ୍ଡୁଆ ଦେଇ ସ୍ଵାଗତ କରିଥିଲେ । ତେବେ ଆସାମ ମୁଖ୍ୟମନ୍ତ୍ରୀ ସପରିବାର ସହ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଆସିଥିଲେ । ପ୍ରଥମେ ସେ ପ୍ରଭୁ ପତିତପାବନଙ୍କୁ ମୁଣ୍ଡିଆ ମାରି ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଶ୍ରୀ ମନ୍ଦିରକୁ ପ୍ରବେଶ କରିଥିଲେ ।

ମହାପ୍ରଭୁଙ୍କ ଦର୍ଶନ ପାଇ ସେ ବେଶ ଭାବ ବିହ୍ଵଳ ହୋଇଯାଇଥିଲେ । ପରେ ସେ ଶ୍ରୀମନ୍ଦିର ଭିତରେ ଥିବା ବିଭିନ୍ନ ଦେବଦେବୀ ମନ୍ଦିର ଯାଇ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥଲେ । ଶ୍ରୀ ମନ୍ଦିରରୁ ପ୍ରତ୍ୟାବର୍ତ୍ତନ ବେଳେ ସେବାୟତମାନେ ତାଙ୍କୁ ମହାପ୍ରଭୁଙ୍କ ଫଟୋ ଦେବା ସହ ମହାପ୍ରସାଦ ଦେଇଛନ୍ତି । ମହାପ୍ରଭୁଙ୍କ ଦର୍ଶନ ପାଇ ନିଜକୁ ଅତ୍ୟନ୍ତ ସୌଭାଗ୍ୟଶାଳୀ ମନେ କରିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମା । କାର୍ତ୍ତିକ ମାସ ପଞ୍ଚୁକରେ ମହାପ୍ରଭୁଙ୍କ ଦର୍ଶନ ପାଇ ସେ ଧନ୍ୟ ହୋଇଥିବା କହିଛନ୍ତି । ତେବେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଜଗନ୍ନାଥପ୍ରେମୀ ପିଲାଟି ଦିନରୁ ସେ ଅନେକ ଥର ଶ୍ରୀମନ୍ଦିର ଆସି ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିଛନ୍ତି ।

ଏହା ବି ପଢନ୍ତୁ...କାର୍ତ୍ତିକ ପୂର୍ଣ୍ଣିମା: ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ପ୍ରସ୍ତୁତି

ଏହା ବି ପଢନ୍ତୁ...ବୋଇତ ବନ୍ଦାଣ ଉତ୍ସବ, କାଲି ପାରାଦ୍ବୀପ ଆସୁଛନ୍ତି ରାଷ୍ଟ୍ରପତି

ଏହା ବି ପଢନ୍ତୁ...ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି, କାଲି ପାରାଦ୍ବୀପ ବୋଇତ ବନ୍ଦାଣ ଉତ୍ସବରେ କରିବେ ଅଂଶଗ୍ରହଣ

ସମସ୍ତଙ୍କ କଲ୍ୟାଣ ପାଇଁ ସେ ମହାପ୍ରଭୁଙ୍କୁ ପ୍ରାର୍ଥନା କରିଥିବା କହିଛନ୍ତି । ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି, "ଆସାମରେ ଏକ ସ୍ୱଚ୍ଛ, ନିର୍ମଳ, ଦୁର୍ନୀତିମୁକ୍ତ ଶାସନ ପାଇଁ ସେ ପଦକ୍ଷେପ ନିଆଯାଇଛି । ଗତ ୩ ବର୍ଷରେ 350ରୁ ଅଧିକ ଅସାଧୁ ଅଫିସରଙ୍କ ବିରୋଧରେ କଡ଼ା କାର୍ଯ୍ୟନୁଷ୍ଠାନ ନିଆଯାଇଛି ।" ସେପଟେ ମୁଖ୍ୟମନ୍ତ୍ରୀଙ୍କ କୌଳିକ ପଣ୍ଡା ମାଧବ ମହାପାତ୍ର କହିଛନ୍ତି, "ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ପିଲାଟି ଦିନରୁ ପରମ ଜଗନ୍ନାଥ ଭକ୍ତ । ସେ ଛାତ୍ର ଜୀବନରେ ଅନେକ ଥର ପୁରୀ ଆସି ରହିବା ସହ ମହାପ୍ରଭୁଙ୍କ ଦର୍ଶନ ମଧ୍ୟ କରିଛନ୍ତି ।" ତେବେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ଥିବା ଆସାମ ଯାତ୍ରୀ ନିବାସ ଉଚ୍ଛେଦ ହୋଇଥିବାରୁ ଏହାକୁ କିଭଳି ଆଉ ଥରେ ନିର୍ମାଣ କରିହେବ ସେନେଇ ଓଡ଼ିଶା ସରକାରଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା।

ଇଟିଭି ଭାରତ, ପୁରୀ

Last Updated : Nov 26, 2023, 8:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.