ପୁରୀ: ନବଦିନାତ୍ମକ ଯାତ୍ରାରେ ଶ୍ରୀମନ୍ଦିରରୁ ବାହାରି ଶ୍ରୀଜୀଉ ଶ୍ରୀଗୁଣ୍ଡିଚା ମନ୍ଦିରରେ । ଏପଟେ ରତ୍ନବେଦୀରେ ମହାବାହୁ ନଥିବାରୁ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ (ଏଏସ୍ଆଇ) ପକ୍ଷରୁ ଶ୍ରୀମନ୍ଦିରର ଗର୍ଭଗୃହ ଯାଞ୍ଚ କରାଯାଉଛି ।
ଗର୍ଭଗୃହର ପ୍ରଥମ ମହଲା, ଦ୍ୱିତୀୟ ମହଲା ସହିତ କାନ୍ଥ, ଛାତ, କରବେଲ୍, ଷ୍ଟିଲ୍ କ୍ରସକୁ ଯାଞ୍ଚ କରାଯିବା ପାଇଁ କାର୍ଯ୍ୟ ପ୍ରସ୍ତୁତ ହୋଇଛି । ଏଥିପାଇଁ ଜଗମୋହନ ଓ ଗର୍ଭଗୃହରେ ଲୁହା ଭାରା ଲଗାଯାଇଛି । ଆଜି ଏସବୁର ଯାଞ୍ଚ କରିବେ ଏଏସ୍ଆଇର ଅଧିକାରୀ ଓ କୋର୍ କମିଟି ।
ବିଶେଷ କରି ଗର୍ଭଗୃହରେ ବାୟୁ ଚଳାଚଳ, ଅର୍ଥାତ ଭେଣ୍ଟିଲେସନ୍ ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି । ଗର୍ଭଗୃହରେ ପାଣି ଗଳୁଥିବା ନେଇ ପୂର୍ବରୁ ଅଭିଯୋଗ ହୋଇଆସୁଥିଲା । ତେଣୁ ଏସବୁର ଯାଞ୍ଚ ପାଇଁ ଆଜିଠାରୁ ବୈଷୟିକ କୋର୍ କମିଟି ଏହାକୁ ଅନୁଧ୍ୟାନ କାର୍ଯ୍ୟ ଆରମ୍ଭ କରିବେ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ