ETV Bharat / state

ପିପିଲି ଉପନିର୍ବାଚନ: ନାମାଙ୍କନ ଦାଖଲ କରିବେ ଆଶ୍ରିତ ପଟ୍ଟନାୟକ - ଆଶ୍ରିତ ପଟ୍ଟନାୟକ

ନାମାଙ୍କନ ପତ୍ର ଦାଖଲ ପାଇଁ ବାହାରିଛନ୍ତି ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ । ଅଧିକ ପଢନ୍ତୁ...

ପିପିଲି ଉପନିର୍ବାଚନ
ପିପିଲି ଉପନିର୍ବାଚନ
author img

By

Published : Mar 26, 2021, 1:00 PM IST

Updated : Mar 26, 2021, 1:28 PM IST

ପୁରୀ: ପିପିଲି ଉପନିର୍ବାଚନ ପାଇଁ ବାଜିଲା ବିଗୁଲ୍ । ନାମାଙ୍କନ ପତ୍ର ଦାଖଲ ପାଇଁ ବାହାରିଛନ୍ତି ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ । ଚର୍ଚ୍ଚାରେ ଥିବା ପିପିଲି ଉପନିର୍ବାଚନ ନେଇ ରାଜନୈତିକ ଉଷ୍ମତା ଦେଖାଦେଇଛି । ଗୁରୁବାର ବିଜେପି ପକ୍ଷରୁ ପ୍ରାର୍ଥୀ ଘୋଷଣା ପରେ ପୁରୀ ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ ଆଜି ସମର୍ଥକ ମାନଙ୍କୁ ଧରି ନାମାଙ୍କନ ପତ୍ର ଦାଖଲ କରିବାକୁ ପୁରୀ ଅଭିମୁଖେ ଯାତ୍ରା କରିଛନ୍ତି ।

ନାମାଙ୍କନ ଦାଖଲ ପାଇଁ ବାହାରିଲେ ଆଶ୍ରିତ ପଟ୍ଟନାୟକ

ଚଳିତ ନିର୍ବାଚନରେ ପିପିଲି ଓ ଡେଲାଙ୍ଗ ଅଞ୍ଚଳରେ ପରିବର୍ତ୍ତନ ସ୍ରୋତରେ ପିପିଲି ନିର୍ବାଚନ ମଣ୍ଡଳୀ ଦଖଲ କରିବାର ଆଶା ରଖିଛନ୍ତି ଆଶ୍ରିତ ପଟ୍ଟନାୟକ । ସେହିପରି ପିପିଲିର ବିକାଶ ଦିଗରେ କୌଣସି ଆଖିଦୃଶିଆ କାର୍ଯ୍ୟ ହୋଇ ନ ଥିବା ବେଳେ ବିକାଶ ଓ ମୋଦି ସରକାରଙ୍କ ଜନ କଲ୍ୟାଣକାରୀ ଯୋଜନାକୁ ମୁଦ୍ଦା କରି ବିଜେପି ନିର୍ବାଚନ ଲଢ଼ିବ ବୋଲି ଆଶ୍ରିତ କହିଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Mar 26, 2021, 1:28 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.