ETV Bharat / state

ବାଲୁକା କଳାରେ ଶାନ୍ତିବାର୍ତ୍ତା ଦେଲେ ଶିଳ୍ପୀ ସୁଦର୍ଶନ

ଶାନ୍ତି ଓ ସୌହାର୍ଦ୍ଧ୍ୟ ପ୍ରତିଷ୍ଠା ପାଇଁ ବାଲୁକା କଳାରେ ବାର୍ତ୍ତା ଦେଲେ ବିଶିଷ୍ଟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ଅଧିକ ପଢନ୍ତୁ

ବାଲୁକା କଳାରେ ଶାନ୍ତିର ବାର୍ତ୍ତା ଦେଲେ ଶିଳ୍ପୀ ସୁଦର୍ଶନ

author img

By

Published : Feb 25, 2022, 7:41 PM IST

ପୁରୀ: ଶାନ୍ତି ସ୍ଥାପନ ପାଇଁ ଅପିଲ କଲେ ପଦ୍ମଶ୍ରୀ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଋଷ ଏବଂ ୟୁକ୍ରେନ ମଧ୍ୟରେ ଶାନ୍ତି ବଜାୟ ରଖିବା ପାଇଁ ବାଲୁକା କଳାରେ ଆହ୍ବାନ ଦେଇଛନ୍ତି ଶିଳ୍ପୀ ସୁଦର୍ଶନ । ପୁରୀ ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ବିଶ୍ବଶାନ୍ତି ପାଇଁ ଆହ୍ବାନ ଦେଇଛନ୍ତି ସୁଦର୍ଶନ ।

ତୃତୀୟ ବିଶ୍ବଯୁଦ୍ଧ ମୁହାଁ ବିଶ୍ବ । ଋଷର ଆକ୍ରମଣାତ୍ମକ ମନୋଭାବ ଏବଂ ୟୁକ୍ରେନର ଦମ୍ଭୋକ୍ତି ପରିସ୍ଥିତିକୁ ଧିରେ ଧିରେ ଯୁଦ୍ଧାଭିମୁଖୀ କରୁଛି । ସେପଟେ NATO ର ନୀରବତା ଏବଂ ଦେଶ ଦେଶ ମଧ୍ୟରେ ବିଭାଜନ ଯୁଦ୍ଧ ଆଶଙ୍କାକୁ ଘନୀଭୂତ କରୁଛି । ଏହାରି ମଧ୍ୟରେ ଋଷର ଆକ୍ରମଣରେ ଶତାଧିକ ୟୁକ୍ରେନବାସୀଙ୍କ ମୃତ୍ୟୁ ଘଟିଲାଣି ।

ଏଥିସହ ୩୦୦ ରୁ ଊର୍ଦ୍ଧ୍ବ ନାଗିରକ ମଧ୍ୟ ଆହତ ହୋଇଛନ୍ତି । ବିଭିନ୍ନ ଦେଶର ଶତାଧିକ ନାଗରିକ ଏବଂ ଛାତ୍ରଛାତ୍ରୀ ମଧ୍ୟ ୟୁକ୍ରେନରେ ଫସି ରହିଛନ୍ତି । ଜୀବନ ବିକଳରେ କିଏ ଭୂତଳ ପ୍ଲାଟଫର୍ମରେ ଆଶ୍ରୟ ନେଉଛି ତ କିଏ କେଉଁଠିକୁ ପଳାୟନ କରୁଛି । ଅନ୍ୟପଟେ ଋଷ ମଧ୍ୟ ମଝିରେ ମଝିରେ ଶକ୍ତିଶାଳୀ ବୋମା ବିସ୍ଫୋରଣ କରୁଛି ।

ୟୁକ୍ରେନ କାହିଁକି ବିଶ୍ବ ବାସିନ୍ଦା ମଧ୍ୟ ଭୟଭୀତ ହୋଇ ପଡିଛନ୍ତି । କେତେକ ରାଷ୍ଟ୍ର ଶାନ୍ତି ପାଇଁ ଅପିଲ କରିଛନ୍ତି । ଏହାରି ମଧ୍ୟରେ ପ୍ରସିଦ୍ଧ ବାଲୁକା ଶିଳ୍ପୀ ବାଲୁକା କଳା ମାଧ୍ୟମରେ ଶାନ୍ତି ଓ ସୌହାର୍ଦ୍ଧ୍ୟର ବାର୍ତ୍ତା ଦେଇଛନ୍ତି । ୟୁକ୍ରେନ ଏବଂ ଋଷର ଜାତୀୟ ପତାକା ରଙ୍ଗରେ ଚିତ୍ରକଳାକୁ ରଙ୍ଗୀନ କରିବା ସହ Live With Peace(ଶାନ୍ତିରେ ଜୀବନ ଯାପନ)ର ବାର୍ତ୍ତା ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.