ETV Bharat / state

ପୁରୀ ରେଳ ଷ୍ଟେସନ ନିକଟରେ ଅଗ୍ନିକାଣ୍ଡ, କ୍ଷୟକ୍ଷତି ନେଇ ସୂଚନା ନାହିଁ

author img

By

Published : Mar 11, 2023, 12:53 PM IST

Updated : Mar 11, 2023, 1:34 PM IST

ମାର୍କେଟ କମ୍ପ୍ଲେସ ଅଗ୍ନିକାଣ୍ଡ ପରେ ପୁରୀ ରେଳ ଷ୍ଟେସନ ନିକଟରେ ଲାଗିଲା ନିଆଁ । ଏକ ନମ୍ବର ପ୍ଳାଟଫର୍ମ ପାଖରେ ନିଆଁ ଲାଗିଥିବା ସୂଚନା । ଅଧିକ ପଢନ୍ତୁ

ପୁରୀ ରେଳ ଷ୍ଟେସନ ନିକଟରେ ଅଗ୍ନିକାଣ୍ଡ
ପୁରୀ ରେଳ ଷ୍ଟେସନ ନିକଟରେ ଅଗ୍ନିକାଣ୍ଡ
ପୁରୀ ରେଳ ଷ୍ଟେସନ ନିକଟରେ ଅଗ୍ନିକାଣ୍ଡ

ପୁରୀ: ପୁରୀରେ ଅଗ୍ନିକାଣ୍ଡ ଘଟଣା ଥମିବାର ନାଁ ଧରୁନି । ବଡଦାଣ୍ଡରେ ମାର୍କେଟ କମ୍ପ୍ଲେସ ଓ ନିଳାଦ୍ରୀ ମାର୍କେଟ କମ୍ପ୍ଲେକ୍ସ ଅଗ୍ନିକାଣ୍ଡ ପରେ ଏବେ ରେଳ ଷ୍ଟେସନ ନିକଟରେ ନିଆଁ ଲାଗିଛି । ଆଜି ଷ୍ଟେସନର ଏକ ନମ୍ବର ପ୍ଲାଟଫର୍ମ ନିକଟରେ ଅଗ୍ନିକାଣ୍ଡ ଘଟିଛି । ରେଳ ଧାରଣା କଡ ଅଳିଆ ଗଦାରେ ନିଆଁ ଲାଗିଯିବାରୁ ଏହି ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି । ଖବର ପାଇ ଅଗ୍ନିଶମ ବାହିନୀ ତୁରନ୍ତ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଯାହାଫଳରେ ପୁଣି ଏକ ବଡ ଅଘଟଣ ଟଳି ଯାଇଛି ।

ସୂଚନା ମୁତାବକ, ଷ୍ଟେସନର ଏକ ନମ୍ବର ପ୍ଳାଟଫର୍ମରେ ଗୋଟିଏ ଇଞ୍ଜିନ ରହିଥିଲା । ସୌଭାଗ୍ୟବଶତଃ ଏଥିରେ ନିଆଁ ଲାଗି ନାହିଁ । ଅଗ୍ନିକାଣ୍ଡ ପରେ ଇଞ୍ଜିନକୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ସେହିପରି ଏହି ସମୟରେ ଏକ ନମ୍ୱର ପ୍ଳାଟଫର୍ମରେ ଲୋକମାନେ ଟ୍ରେନ ଅପେକ୍ଷାରେ ଥିଲେ। ତେଣୁ ନିଆଁ ବ୍ୟାପିଥିଲେ ଭୟଙ୍କର ଅବସ୍ଥା ସୃଷ୍ଟି ହୋଇଥାନ୍ତା ବୋଲି ଆଶଙ୍କା କରାଯାଇଛି । ରେଲୱେ କର୍ମଚାରୀ ପ୍ରଥମେ ନିଆଁ ଦେଖି ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ।

ପୁରୀ ଷ୍ଟେସନ ଚାରିପାଖ ଖୋଲା ଥିବାବେଳେ ପ୍ଲାଟଫର୍ମ ନିକଟରେ ଅଳିଆ ରହିବା କେତେ ଦୂର ଠିକ୍ । ଯଦି ବଡ ଧରଣର ଅଗ୍ନିକାଣ୍ଡ ହୋଇଥାନ୍ତା ସେଥିପାଇଁ କିଏ ଦାୟୀ ରହିଥାନ୍ତା ବୋଲି ପ୍ରଶ୍ନ ଉଠିଛି । ଆଜିର ଅଗ୍ନିକାଣ୍ଡ ଘଟଣା ରେଳବାଇର ଦାୟିତ୍ଵ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଏହାମଧ୍ୟ ପଢନ୍ତୁ: ପୁରୀ ବଡଦାଣ୍ଡ ନିଳାଦ୍ରୀ ମାର୍କେଟ୍ କମ୍ପ୍ଲେକ୍ସରେ ନିଆଁ, ଭୟରେ ପର୍ଯ୍ୟଟକ !

ଗତ ୨୦୧୯ରେ ପୁରୀ ଷ୍ଟେସନରେ ଏକ ଟ୍ରେନରେ ଅଗ୍ନିକାଣ୍ଡ ଘଟିଥିଲା । ଟ୍ରେନର ୫ରୁ ଅଧିକ ବଗି ଜଳିଯାଇ ଥିଲା । ତେବେ ଏହି ଘଟଣା ପରେ ପୁରୀ ରେଳ ଷ୍ଟେସନରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ପାଇଁ ବ୍ୟାପକ ପଦକ୍ଷେପ ନିଆନଯିବାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କହିରଖୁଛୁ କି, ଗତ ବୁଧବାର ଦିନ ରାତିରେ ସହରର ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ଅଗ୍ନିକାଣ୍ଡ ଘଟିଥିଲା । ୩୬ ଘଣ୍ଟା ପରେ ନିଆଁକୁ ଆୟତ୍ତ କରିଯାଇଥିବା ବେଳେ କିଛି ଘଣ୍ଟା ନପୁରୁଣୁ ଏହା ପାଖରେ ଥିବା ନିଳାଦ୍ରୀ ମାର୍କେଟ କମ୍ପ୍ଲେସରେ ସର୍ଟସର୍କିଟ ଯୋଗୁଁ ପୁଣି ଅଗ୍ନିକାଣ୍ଡ ହୋଇଥିଲା ।

ଏହାମଧ୍ୟ ପଢନ୍ତୁ: ଭକ୍ତି ଆଗରେ ହାର ମାନିଲା ଦୂରତା, ବାଲେଶ୍ବରରୁ ଶ୍ରୀକ୍ଷେତକୁ ଚାଲି ଚାଲି ଆସିଲେ ଭକ୍ତ

ଇଟିଭି ଭାରତ, ପୁରୀ

Last Updated : Mar 11, 2023, 1:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.