ETV Bharat / state

ମନ୍ଦିରରୁ ପ୍ରାଚୀନ ଅଷ୍ଟଧାତୁର ମୂର୍ତ୍ତି ଚୋରି - ମନ୍ଦିରରୁ ପ୍ରାଚୀନ ଅଷ୍ଟଧାତୁର ମୂର୍ତ୍ତି ଚୋରି

ସକ୍ରିୟ ହେଉଛନ୍ତି ମନ୍ଦିର ଲୁଟେରା। ପୁରୀ ଜିଲ୍ଲାରେ ପୁଣି ଏକ ମନ୍ଦିରରୁ ପ୍ରାଚୀନ ଅଷ୍ଟଧାତୁର ମୂର୍ତ୍ତି ଚୋରି । ବିଳମ୍ବିତ ରାତିରେ ମନ୍ଦିରର ତାଲା ଭାଙ୍ଗି ଅଷ୍ଟଧାତୁର ମୂର୍ତ୍ତି ଚୋରି ହୋଇଥିବା ଜଣାପଡ଼ିଛି । ଅଧିକ ପଢ଼ନ୍ତୁ

old goddess Statue theft at temple in puri
ମନ୍ଦିରରୁ ପ୍ରାଚୀନ ଅଷ୍ଟଧାତୁର ମୂର୍ତ୍ତି ଚୋରି
author img

By

Published : Jan 29, 2022, 4:18 PM IST

ପୁରୀ: ସକ୍ରିୟ ହେଉଛନ୍ତି ମନ୍ଦିର ଲୁଟେରା। ପୁରି ଜିଲ୍ଲାରେ ପୁଣି ଏକ ମନ୍ଦିରରୁ ପ୍ରାଚୀନ ଅଷ୍ଟଧାତୁର ମୂର୍ତ୍ତି ଚୋରି। ପୁରୀ ସଦର ବ୍ଲକ ଚନ୍ଦନପୁର ଥାନା ଅନ୍ତର୍ଗତ ଗଡ଼ମୃଗଶୀରା ଗ୍ରାମର ପ୍ରାଚୀନ ବଟେଶ୍ବର ମନ୍ଦିରରୁ ଶୁକ୍ରବାର ବିଳମ୍ବିତ ରାତିରେ ମନ୍ଦିରର ତାଲା ଭାଙ୍ଗି ଅଷ୍ଟଧାତୁର ମୂର୍ତ୍ତି ଚୋରି ହୋଇଥିବା ଜଣାପଡ଼ିଛି ।

ମନ୍ଦିରରୁ ପ୍ରାଚୀନ ଅଷ୍ଟଧାତୁର ମୂର୍ତ୍ତି ଚୋରି

ଅଷ୍ଟଧାତୁରେ ନିର୍ମିତ ଶିବପାର୍ବତୀ ମୂର୍ତ୍ତିଟିର ଓଜନ ପ୍ରାୟ ୪୫ କେଜିରୁ ଅଧିକ ହୋଇଥିବା ଅନୁମାନ କରାଯାଉଛି। ଏହି ଘଟଣା ନେଇ ମନ୍ଦିର ସେବକ ଓ ଗ୍ରାମବାସୀ ଚନ୍ଦନପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ସ୍ଥାନୀୟ ପୂଜକଙ୍କ ସୂଚନା ଅନୁଯାୟୀ, ଗଙ୍ଗ ବଂଶ ରାଜତ୍ବ ସମୟରେ ଏହି ପ୍ରାଚୀନ ବଟେଶ୍ବର ମନ୍ଦିର ନିର୍ମାଣ କରାଯାଇଥିଲା । ତେବେ ବିଭିନ୍ନ ଅଞ୍ଚଳରେ ମନ୍ଦିରରୁ ମୂର୍ତ୍ତି ବାରମ୍ବାର ଚୋରି ହେଉଥିବା ଘଟଣା ଶୁଣିବାକୁ ମିଳୁଥିବା ପ୍ରଶାସନ ଏଯାଏଁ ଅପରାଧୀଙ୍କୁ ଧରିବାରେ ସକ୍ଷମ ହୋଇ ପାରିନାହିଁ । ତେବେ ଏହି ଘଟଣାର ତଦନ୍ତ କରି ଅପରାଧୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣ ଦାବି ହୋଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.