ETV Bharat / state

ଶ୍ରୀମନ୍ଦିରରେ ପଟ୍ଟିଦିଅଁ ପୂଜା ଆରମ୍ଭ

ଗତକାଲି ରାତିରେ ସ୍ନାନବେଦୀରୁ ପହଣ୍ଡିରେ ଯାଇ ଶ୍ରୀବିଗ୍ରହମାନେ ଅଣସର ପିଣ୍ଡିରେ ରହିଛନ୍ତି । ମଙ୍ଗଳବାର ଠାରୁ ମହାପ୍ରଭୁଙ୍କ ଗୋପନ ନୀତି ଅନୁଷ୍ଠିତ ହେବ । ମହାପ୍ରଭୁଙ୍କ ସ୍ଥାନରେ ନୀତି ଅନୁଯାୟୀ ପଟ୍ଟିିଦିଅଁ ପୂଜା ପାଇବେ। ପଟ୍ଟଚିତ୍ର ପଟ୍ଟି ଅଣସର ନୀତି ସମୟରେ ଆବଶ୍ୟକ ପଡେ । ତିନିବାଡ ପଟି ଠାକୁର( ପ୍ରଭୁ ବଳଭଦ୍ରଙ୍କ ବାଡ଼ରେ ବାସୁଦେବ, ମଝିବାଡରେ ଅର୍ଥାତ ମା’ ସୁଭଦ୍ରାଙ୍କ ବାଡ଼ରେ ଭୁବନେଶ୍ବରୀ ଓ ଶ୍ରୀଜଗନ୍ନାଥଙ୍କ ବାଡ଼ରେ ଶ୍ରୀନାରାୟଣ ଅଧିଷ୍ଠିତ ହେବେ) ।

author img

By

Published : Jun 18, 2019, 11:02 AM IST

Updated : Jun 18, 2019, 3:43 PM IST

ଡିଜାଇନ ଫଟୋ

ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁ ଏବେ ଅଣସର ପିଣ୍ଡିରେ । ଏହି ପିଣ୍ଡି ସମ୍ମୁଖରେ ଅଣସର ତାଟି ଦିଆଯାଇଛି । ବିକଳ୍ପ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ପଟ୍ଟିିଦିଅଁ ବିଜେ କରିଛନ୍ତି । ମଙ୍ଗଳବାର ଠାରୁ ଭକ୍ତମାନେ ଏହି ପଟ୍ଟିିଦିଅଁଙ୍କୁ ଦର୍ଶନ କରିବେ । ମହାପ୍ରଭୁଙ୍କ ସ୍ଥାନରେ ନୀତି ଅନୁଯାୟୀ ପଟ୍ଟିିଦିଅଁ ପୂଜା ପାଇବେ। ଗତକାଲି ରାତିରେ ସ୍ନାନବେଦୀରୁ ପହଣ୍ଡି ଯିବାବେଳେ ଶ୍ରୀବିଗ୍ରହମାନେ ଅଣସର ପିଣ୍ଡିରେ ରହିଛନ୍ତି । ମଙ୍ଗଳବାର ଠାରୁ ମହାପ୍ରଭୁଙ୍କ ଗୋପନ ନୀତି ଅନୁଷ୍ଠିତ ହେବ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପଟ୍ଟଚିତ୍ର ପଟ୍ଟି ଅଣସର ନୀତି ସମୟରେ ଆବଶ୍ୟକ ପଡେ । ତିନିବାଡ ପଟି ଠାକୁର( ପ୍ରଭୁ ବଳଭଦ୍ରଙ୍କ ବାଡ଼ରେ ବାସୁଦେବ, ମଝିବାଡରେ ଅର୍ଥାତ ମା’ ସୁଭଦ୍ରାଙ୍କ ବାଡ଼ରେ ଭୁବନେଶ୍ବରୀ ଓ ଶ୍ରୀଜଗନ୍ନାଥଙ୍କ ବାଡ଼ରେ ଶ୍ରୀନାରାୟଣ ଅଧିଷ୍ଠିତ ହେବେ । ଏହି ପଟ୍ଟିରେ ଚିତ୍ରିତ ଠାକୁର ଚତୁର୍ଭୁଜ । ଶ୍ରୀଜଗନ୍ନାଥଙ୍କ ଚତୁର୍ଭୁଜରେ ଶଙ୍ଖଚକ୍ର, ଗଦାପଦ୍ମ, ଶ୍ରୀବଳଭଦ୍ରଙ୍କ ଚତୁର୍ଭୁଜରେ ଶଙ୍ଖଚକ୍ର, ଗଦାଲଙ୍ଗଳ ଓ ଦେବୀ ସୁଭଦ୍ରାଙ୍କ ଚତୁର୍ଭୁଜରେ (ଉର୍ଦ୍ଧ୍ବ ଦୁଇ ଭୁଜରେ, ପଦ୍ମ) ଓ ବରଦାନ ଭଙ୍ଗିରେ ନିମ୍ନ ଦୁଇ ଭୁଜ ରହିଛି ।

ଏହାସହ ପଟ୍ଟିିଦିଅଁଙ୍କୁ ଭକ୍ତମାନେ ଦଶ ଅବତାର ଭାବେ ବିବେଚନା କରିଥାନ୍ତି । ପଟ୍ଟିିଦିଅଁ ବାସୁଦେବଙ୍କ ସହିତ ଦୋଳଗୋବିନ୍ଦ, ରାମ-ନୃସିଂହ, ଭୁବନେଶ୍ବରୀଙ୍କ ପାର୍ଶ୍ବରେ ଭୂଦେବୀ, ଶ୍ରୀଦେବୀ, ନାରାୟଣଙ୍କ ସମ୍ମୁଖରେ ମଦନମୋହନ ଓ ଶ୍ରୀକୃଷ୍ଣ ବିଜେ କରିବାର ପରମ୍ପରା ରହିଛି ।

କିମ୍ବଦନ୍ତୀ ମୁତାବକ, ଅଣସର ସମୟରେ ମହାପ୍ରଭୁଙ୍କ ବିକଳ୍ପ ଦର୍ଶନ ଭାବେ ଭକ୍ତ ବ୍ରହ୍ମଗିରିସ୍ଥିତ ଅଲାରନାଥ ପୀଠକୁ ଦର୍ଶନ ପାଇଁ ଯାଇଥାନ୍ତି । ସେଠାରେ ମହାପ୍ରଭୁ ବିଜେ କରିଥାନ୍ତି ବୋଲି ବିଶ୍ବାସ କରାଯାଏ । ମହାପ୍ରଭୁଙ୍କ ନବଯୌବନ ଦର୍ଶନ ପର୍ଯ୍ୟନ୍ତ ଅର୍ଥାତ ଆସନ୍ତାକାଲିଠାରୁ ଜୁଲାଇ ୨ ତାରିଖ ପର୍ଯ୍ୟନ୍ତ ଅଲାରନାଥଙ୍କ ପୀଠରେ ଭକ୍ତଙ୍କ ସମାଗମ ହେବ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ଶ୍ରୀମନ୍ଦିର ଆଜି ଠାରୁ ପଟି ଦିଅଁ ପୂଜାBody:ଶ୍ରୀମନ୍ଦିର ରେ ମହାପ୍ରଭୁ ଏବେ ଅଣସର ପିଣ୍ଡିରେ। ଏଥି ପାଇଁ ଆଜି ଠାରୁ ଗୁପ୍ତ ନୀତି ଅନୁଷ୍ଠିତ ହେବ ଶ୍ରୀଜୀଉଙ୍କ ର। ମହାପ୍ରଭୁଙ୍କ ସ୍ଥାନରେ ନୀତି ଅନୁଯାୟୀ ପଟି ଦିଅଁ ଆଜି ଠାରୁ ପୂଜା ପାଇବେ। ଗତକାଲି ରାତିରେ ସ୍ନାନବେଦୀରୁ ପହଣ୍ଡି ଯିବାବେଳେ ଶ୍ରୀବିଗ୍ରହମାନେ ଅଣସର ପିଣ୍ଡିରେ ରହିଛନ୍ତି। ଆଜିଠାରୁ ଏଠାରେ ମହାପ୍ରଭୁଙ୍କ ଗୋପନ ନୀତି ଅନୁଷ୍ଠିତ ହେବ। ଅଣସର ପିଣ୍ଡି ସମ୍ମୁଖରେ ଅଣସର ତାଟି ଦିଆଯାଇଛି। ମହାପ୍ରଭୁଙ୍କ ଅଣସର ବେଳର ବିକଳ୍ପ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ପଟିଦିଅଁ ବିଜେ କରାଯାଇଛି।। ପ୍ରଭୁ ବଳଭଦ୍ରଙ୍କ ବାଡ଼ରେ ବାସୁଦେବ, ମା’ ସୁଭଦ୍ରାଙ୍କ ବାଡ଼ରେ ଭୁବନେଶ୍ବରୀ ଓ ଶ୍ରୀଜଗନ୍ନାଥଙ୍କ ବାଡ଼ରେ ଶ୍ରୀନାରାୟଣ ଅଧିଷ୍ଠିତ ହେବେ। ପଟିଦିଅଁଙ୍କୁ ଭକ୍ତମାନେ ଦଶ ଅବତାର ଭାବେ ବିବେଚନା କରିଥାନ୍ତି। ପଟିଦିଅଁ ବାସୁଦେବଙ୍କ ସହିତ ଦୋଳଗୋବିନ୍ଦ, ରାମ-ନୃସିଂହ, ଭୁବନେଶ୍ବରୀଙ୍କ ପାର୍ଶ୍ବରେ ଭୂଦେବୀ, ଶ୍ରୀଦେବୀ, ନାରାୟଣଙ୍କ ସମ୍ମୁଖରେ ମଦନମୋହନ ଓ ଶ୍ରୀକୃଷ୍ଣ ବିଜେ କରିବାର ପରମ୍ପରା ରହିଛି। କିମ୍ବଦନ୍ତୀ ମୁତାବକ, ଅଣସର ସମୟରେ ମହାପ୍ରଭୁଙ୍କ ବିକଳ୍ପ ଦର୍ଶନ ଭାବେ ଭକ୍ତ ବ୍ରହ୍ମଗିରିସ୍ଥିତ ଅଲାରନାଥ ପୀଠକୁ ଦର୍ଶନ ପାଇଁ ଯାଇଥାନ୍ତି। ସେଠାରେ ମହାପ୍ରଭୁ ବିଜେ କରିଥାନ୍ତି ବୋଲି ବିଶ୍ବାସ କରାଯାଏ। ମହାପ୍ରଭୁଙ୍କ ନବଯୌବନ ଦର୍ଶନ ପର୍ଯ୍ୟନ୍ତ ଅର୍ଥାତ ଆସନ୍ତାକାଲିଠାରୁ ଜୁଲାଇ ୨ ତାରିଖ ପର୍ଯ୍ୟନ୍ତ ଅଲାରନାଥଙ୍କ ପୀଠରେ ଭକ୍ତଙ୍କ ସମାଗମ ହେବ। Conclusion:ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର
Last Updated : Jun 18, 2019, 3:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.