ETV Bharat / state

ଅଣସର ନୀତି: ଚିକିତ୍ସା ପାଇଁ ଆସିଲା ଫଳଭାର

ଅଣସର ଘରେ ପ୍ରଭୁ ରହିଥିବାବେଳେ ପ୍ରଭୁଙ୍କ ନିକଟରେ ପହଞ୍ଚିଛି ଅଣସର ଫଳଭାର । ଅଧିକ ପଢନ୍ତୁ...

author img

By

Published : Jun 29, 2021, 6:13 PM IST

ଅଣସର ନୀତି: ଚିକିତ୍ସା ପାଇଁ ଆସିଲା ଫଳଭାର
ଅଣସର ନୀତି: ଚିକିତ୍ସା ପାଇଁ ଆସିଲା ଫଳଭାରଅଣସର ନୀତି: ଚିକିତ୍ସା ପାଇଁ ଆସିଲା ଫଳଭାର

ପୁରୀ: ଦେବସ୍ନାନ ପୂର୍ଣ୍ଣିମାରେ ସ୍ନାନ ପରେ ବର୍ତ୍ତମାନ ଜ୍ବରରେ ପୀଡିତ 3 ଠାକୁର । ପ୍ରଭୁଙ୍କୁ ସୁସ୍ଥ କରିବା ଲାଗି ଚାଲିଛି ଉପଚାର । ସେବାୟତମାନେ ମହାପ୍ରଭୁଙ୍କ ଚିକିତ୍ସାରେ ଲାଗି ପଡିଛନ୍ତି । ଏହାରି ମଧ୍ୟରେ ପ୍ରଭୁଙ୍କ ସୁସ୍ଥତା ଲାଗି କଟକ ନିଆଳି ପବିତ୍ର ମାଧବାନନ୍ଦ ଜୀଉ ମନ୍ଦିରରୁ ଆସି ପହଁଚିଛି ଅଣସର ଫଳଭାର ।

ଅଣସର ନୀତି: ଚିକିତ୍ସା ପାଇଁ ଆସିଲା ଫଳଭାର

ନିଆଳିର ଭାରଯାତ୍ରୀମାନେ ନାମ ସଂକୀର୍ତ୍ତନ ସହ ଶ୍ରୀମନ୍ଦିର ନିକଟରେ ପହଞ୍ଚି ଭାର ସାମଗ୍ରୀ ନୃସିଂହ ଚକଡ଼ାରେ ପହଞ୍ଚାଇଛନ୍ତି । ଏହି ଅଣସର ଭାର ସାମଗ୍ରୀ ମଧ୍ୟରେ ପଣସ , ଆମ୍ବ , ସପୁରୀ , କଦଳୀ , ପିଜୁଳି , ଖଜୁରୀ , ତୁଳସୀ ଓ ବିଭିନ୍ନ ପ୍ରକାର ଫୁଲ ରହିଛି । ଶ୍ରୀମାଧବାନନ୍ଦଜୀଉ ମନ୍ଦିର ସେବକ ତ୍ରିଲୋଚନ ପୁଷ୍ପାଳକ ଏହାର ନେତୃତ୍ବ ନେଇଛନ୍ତି । ଗତ ଦୁଇ ବର୍ଷ ଧରି ମହାପ୍ରଭୁଙ୍କ ମଉଳା କ୍ଷେତ୍ର କୁହାଯାଉଥିବା ଶ୍ରୀମାଧବାନନ୍ଦଜୀଉ ପୀଠରୁ ପୋଢୁଆଁ ଭାର ପଠାଯିବା ମଧ୍ୟ ଉଲ୍ଲେଖନୀୟ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.