ETV Bharat / state

ରଥଯାତ୍ରାରେ ହଜିଗଲେ ବୃଦ୍ଧା: ପତ୍ନୀଙ୍କୁ ନ ପାଇ ବଡଦାଣ୍ଡରେ କାନ୍ଦୁଛନ୍ତି ଦୁର୍ଯ୍ୟାେଧନ - ରଥଯାତ୍ରା

ପ୍ରସିଦ୍ଧ ରଥଯାତ୍ରାକୁ ନେଇ ପ୍ରବଳ ଭିଡରେ ଅନେକ ନିଜ ସମ୍ପର୍କୀୟଙ୍କ ଠାରୁ ହଜିଯାଉଥିବା ନଜିର ରହିଛି । ଯାହା ହୋଇଛି ବରୀ ବ୍ଲକ ଅନ୍ତର୍ଗତ ନାଥପୁରରୁ ଆସିଥିବା ଦୁର୍ଯ୍ୟୋଧନ ଦଳେଇଙ୍କ କ୍ଷେତ୍ରରେ । ସେ ନିଜ ପତ୍ନୀଙ୍କୁ ଭିଡରେ ନ ପାଇଁ ଦୁଃଖ କରୁଥିବା ଦେଖିବାକୁ ମିଳିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ
author img

By

Published : Jul 15, 2019, 12:14 PM IST

ପୁରୀ: ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀରେ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଛି । ଜଗାବଳିଆଙ୍କୁ ଦର୍ଶନ କରୁକରୁ ଏହି ଭିଡ ଭିତରେ ଫସି ଯାଇଛନ୍ତି । ଏହି ପରିସ୍ଥିତିରେ ନିଜ ସଂପର୍କୀୟଙ୍କ ହାତ ଛାଡି ହୋଇଯାଉଛି । ଫଳରେ ଅନେକ ନିଜ ସାଙ୍ଗରେ ଆସିଥିବା ଲୋକଙ୍କ ଠାରୁ ଅଲଗା ହୋଇଯାଇଥିବା ଦେଖିବାକୁ ମିଳିଛି ।

ଏପରିକି ଅନେକ କାନ୍ଦୁଥିବାର ଦୃଶ୍ୟ ଦେଖାଯାଇଛି । ବୟସ୍କ ଲୋକଙ୍କ କ୍ଷେତ୍ରରେ ଏହି ଘଟଣା ଅଧିକ ହୋଇଛି । ସୂଚନାକେନ୍ଦ୍ରରେ ଘୋଷଣା ପରେ ମଧ୍ୟ କେହିକେହି ମିଳୁନାହାଁନ୍ତି । ସେହିପରି ଏକ ଘଟଣା ଘଟିଛି ଯାଜପୁର ବରୀ ବ୍ଲକ ଅନ୍ତର୍ଗତ ନାଥପୁରରୁ ଆସିଥିବା ଦୁର୍ଯ୍ୟୋଧନ ଦଳେଇଙ୍କ କ୍ଷେତ୍ରରେ । ସେ ନିଜ ପତ୍ନୀଙ୍କୁ ଭିଡରେ ନ ପାଇଁ କାନ୍ଦୁଥିବା ଦେଖିବାକୁ ମିଳିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ତିନିଦିନ ପୂର୍ବରୁ ସୁନାବେଶ ଦେଖିବାକୁ ନିଜ ପତ୍ନୀ ଅପୁଜି ଦଳେଇଙ୍କ ସହ ପୁରୀ ଆସିଥିଲେ ଦୁର୍ଯ୍ୟୋଧନ । ସେ ଗୋଟିଏ ସ୍ଥାନରେ ବିଶ୍ରାମ ନେଇଥିଲେ । ବିଶ୍ରାମ ସ୍ଥାନରେ ନିଜ ଔଷଧ ଆଣିବାକୁ ଯାଇଥିବାବେଳେ ଭିଡ କାରଣରୁ ପତ୍ନୀ ଆଉ ଫେରି ନଥିଲେ । ଏହାପରେ ସୂଚନାକେନ୍ଦ୍ରରେ ହଜିଯିବା ସଂପର୍କରେ ଘୋଷଣା କରିଥିଲେ ମଧ୍ୟ ସୁଫଳ ମିଳି ନଥିଲା । ପାଖରେ ପତ୍ନୀଙ୍କର କୌଣସି ଫଟୋ କିମ୍ବା ପରିଚୟପତ୍ର ନ ଥିବାରୁ ସେ ନିରୁପାୟ ହୋଇଯାଇଛନ୍ତି । ଏପରିକି ଘରକୁ ଜଣାଇବା ପାଇଁ କିଛି ଉପାୟ ବି ନାହିଁ ତାଙ୍କ ପାଖରେ । କେବଳ ପତ୍ନୀ ଉଚ୍ଚତାରେ ଗେଡା ଓ ତାଙ୍କ ନାମ ଅପୁଜି ଦଳେଇ ବୋଲି କହିଛନ୍ତି ।

ପୁରୀରୁ ତାପସ କୁମାର ପରିଡା, ଇଟିଭି ଭାରତ

Intro:Body:

BLANK FOR LINK STORY 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.