ETV Bharat / state

ଅମ୍ଫାନରେ ଚିରିଗଲା ନୀଳଚକ୍ର ପତିତପାବନ ବାନା - speed ripped the patitapaban flag in puri jagannath temple

ଅମ୍ଫାନ ପ୍ରଭାବରେ ପୁରୀ ଶ୍ରୀମନ୍ଦିର ପତିତପାବନ ବାନା ଚିରି ଯାଇଛି । ଆଜି ନୀଳଚକ୍ର ପତିତପାବନ ବାନା ଚିରି ଯାଇଥିଲେ ବି ମହାପ୍ରଭୁଙ୍କ ନୀତିକାନ୍ତି ରେ କୌଣସି ବିଭ୍ରାଟ ହୋଇ ନାହିଁ ।

puri jagannath temple
ଅମ୍ପନରେ ଚିରିଲା ପତିତପାବନ ବାନା
author img

By

Published : May 20, 2020, 12:25 PM IST

ପୁରୀ: ଅମ୍ଫାନ ପ୍ରଭାବରେ ପୁରୀ ଶ୍ରୀମନ୍ଦିର ନୀଳଚକ୍ର ପତିତପାବନ ବାନା ଚିରି ଯାଇଛି। ଗତ ଦୁଇ ଦିନ ତଳେ ବାତ୍ୟା ଆସିବା ପୂର୍ବରୁ ମଧ୍ୟ ପତିତପାବନ ବାନା ନୀଳଚକ୍ର ରୁ ଉଡି ଯାଇଥିଲା। ତେବେ ଶ୍ରୀମନ୍ଦିର ନୀତି କାନ୍ତି ଅନୁଯାୟୀ ଅପରାହ୍ନ ରେ ଚୁନରା ସେବକମାନେ ପ୍ରତିଦିନ ନୀଳଚକ୍ରରେ ପତିତପାବନ ବାନା ଲାଗି କରିଥାନ୍ତି। ସନ୍ଧ୍ୟା ଧୂପ ପୂର୍ବରୁ ଏହି ବାନା ଲାଗି ହୋଇଥାଏ।

ଅମ୍ପନରେ ଚିରିଲା ପତିତପାବନ ବାନା

ପରମ୍ପରା ଅନୁଯାୟୀ ନୀଳଚକ୍ର ରେ ପତିତପାବନ ବାନା ହେଉକି ଛୋଟ ମାନସିକ ବାନା ଗୋଟିଏ ବି ଥିଲେ ଶ୍ରୀମନ୍ଦିର ମହାପ୍ରଭୁଙ୍କ ନୀତିକାନ୍ତି ବଢି ପାରିବ। ହେଲେ ଆଜି ନୀଳଚକ୍ର ରେ ପତିତପାବନ ବାନା ଚିରି ଯାଇଥିଲେ ବି ମହାପ୍ରଭୁ ଙ୍କ ନୀତିକାନ୍ତି ରେ କୌଣସି ବିଭ୍ରାଟ ହୋଇ ନାହିଁ । ସକାଳୁ ନୀତି କାନ୍ତି ଚାଲୁ ରହିଛି। ପୂର୍ବରୁ ଅନେକ ସମୟରେ ପବନ ଯୋଗୁ ନୀଳଚକ୍ରରୁ ବାନା ଉଡିଯିବା ଓ ଚିରି ଯିବାର ନଜିର ରହିଛି।

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.