ପୁରୀ: ଜଗନ୍ନାଥ ଧାମରେ ଆସି ପହଞ୍ଚିଛନ୍ତି ଆମିକସ୍ କ୍ୟୁରି ରଣଜିତ କୁମାର । ପୁରୀରେ ପହଞ୍ଚିବା ପରେ ମହାପ୍ରଭୁଙ୍କ ଦର୍ଶନ କରି ଆଶିଷ ଭିକ୍ଷା କରିଛନ୍ତି । ତାଙ୍କ ସହ ସଲି ସିଟର ଜେନେରାଲ ତୁଷାର ମେହେଟା ମଧ୍ୟ ପୁରୀ ଗସ୍ତରେ ଆସିଛନ୍ତି ।
ଏହି ଗସ୍ତରେ ସେ ଶ୍ରୀମନ୍ଦିର ସଂସ୍କାର ନେଇ ପୁରୀ ଜିଲ୍ଲା ପ୍ରଶାସନ କଣ ପଦକ୍ଷେପ ନେଇଛି ? ଓ ଶ୍ରୀମନ୍ଦିର ସୁରକ୍ଷା ପ୍ରସଙ୍ଗରେ କିଭଳି ଉଚ୍ଛେଦ ପ୍ରକ୍ରିୟା ଚାଲିଛି ତାହା ଅନୁଧ୍ୟାନ କରିଛନ୍ତି । ଏହା ବ୍ୟତୀତ ଆଜି ଶ୍ରୀମନ୍ଦିର ପ୍ରଶାସନ, କିଛି ବୁଦ୍ଧିଜୀବୀ, ସେବାୟତଙ୍କ ସହ ଆମିକସ୍ କ୍ୟୁରି ଓ ସଲି ସିଟର ଜେନେରାଲ ଭେଟିବାର କାର୍ଯ୍ୟକ୍ରମ ରହିଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ