ETV Bharat / state

ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ଆମିକସ କ୍ୟୁରି - ଆମୀକସ କ୍ୟୁରି

ପୁରୀ ଗସ୍ତରେ ଆସିଥିବା ଆମିକସ କ୍ୟୁରି ରଣଜିତ କୁମାର ଶନିବାର ଶଙ୍କରାଚାର୍ଯ୍ୟଙ୍କୁ ଭେଟିଛନ୍ତି । ଶ୍ରୀକ୍ଷେତ୍ରକୁ ଅଧ୍ୟାତ୍ମିକ ବ୍ୟବସ୍ଥାରେ ବିକାଶ କରାଯାଉ ବୋଲି ଆମିକସ କ୍ୟୁରିଙ୍କୁ ପରାମର୍ଶ ଦେଇଛନ୍ତି ଶଙ୍କରାଚାର୍ଯ୍ୟ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ
author img

By

Published : Sep 7, 2019, 6:40 PM IST

ପୁରୀ: ଶ୍ରୀକ୍ଷେତ୍ର ଗସ୍ତରେ ଆସିଥିବା ଆମିକସ କ୍ୟୁରି ରଣଜିତ କୁମାର ଶନିବାର ଶଙ୍କରାଚାର୍ଯ୍ୟଙ୍କୁ ଭେଟିଛନ୍ତି । ଶ୍ରୀମନ୍ଦିରରେ କିଭଳି ସଂସ୍କାର ବ୍ୟବସ୍ଥା ସଠିକ ହୋଇ ପାରିବ ଏନେଇ ଶଙ୍କରାଚାର୍ଯ୍ୟଙ୍କ ସହ ଆଲୋଚନା କରିଛନ୍ତି ସେ।

ପୁରୀ ସହରକୁ ବିଶ୍ୱ ଐତିହ ନଗରୀ କରାଯାଇ ପାରିବ ସେ ନେଇ ମଧ୍ୟ ଆଲୋଚନା ହୋଇଛି । ତେବେ ଶ୍ରୀକ୍ଷେତ୍ରକୁ ଅଧ୍ୟାତ୍ମିକ ବ୍ୟବସ୍ଥାରେ ବିକାଶ କରାଯାଉ ବୋଲି ଆଲୋଚନାରେ ଶଙ୍କରାଚାର୍ଯ୍ୟ ଆମିକସ କ୍ୟୁରିଙ୍କୁ ପରାମର୍ଶ ଦେଇଛନ୍ତି । ସେହିପରି ଶ୍ରୀମନ୍ଦିରର ଶୃଙ୍ଖଳିତ ନୀତିକାନ୍ତି ପରିଚଳନା ନେଇ ପୁରାଣରେ ବର୍ଣ୍ଣିତ ନୀତି ନିୟମ ଅନୁଯାୟୀ ଏକ ସମ୍ବିଧାନ କରାଯାଉ ବୋଲି ଶଙ୍କରାଚାର୍ଯ୍ୟ କହିଛନ୍ତି। ଅନ୍ୟପକ୍ଷେ ରାଜ୍ୟ ସରକାର ଶ୍ରୀମନ୍ଦିରରେ ସଂସ୍କାର ନେଇ ଗଠନ କରିଥିବା ଜଷ୍ଟିସ ବିପି ଦାସ କମିଶନ ଉପରେ କ୍ଷୋଭ ପ୍ରକାଶ କରିଥିଲେ ଶଙ୍କରାଚାର୍ଯ୍ୟ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୂର୍ବରୁ ଶ୍ରୀମନ୍ଦିରରେ ନୀତିକାନ୍ତି ଶୃଙ୍ଖଳିତ ନେଇ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନିଆଯାଉଥିବା ବେଳେ ଏବେ ଶଙ୍କରାଚାର୍ଯ୍ୟଙ୍କୁ ଗୁରୁତ୍ୱ ଦିଆଯାଉ ନଥିବା ଦୁର୍ଭାଗ୍ୟର ବିଷୟ । ଏହା ଦ୍ୱାରା ଶ୍ରୀମନ୍ଦିରରେ ବିଭିନ୍ନ ସମୟରେ ବିଶୃଙ୍ଖଳା ହେଉଛି । ତେବେ ଅଧ୍ୟାତ୍ମିକ ମାର୍ଗକୁ ନେଇ ଶ୍ରୀକ୍ଷେତ୍ରର ବିକାଶ ହେଲେ ହିଁ ପ୍ରକୃତ ବିକାଶ ହୋଇ ପାରିବ ବୋଲି ଶଙ୍କରାଚାର୍ଯ୍ୟ କହିଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ଶଙ୍କରାଚାର୍ଯ୍ୟ ଙ୍କୁ ଭେଟିଲେ ଆମୀ କସ କ୍ୟୁରି Body:ପୁରୀ ଗସ୍ତରେ ଆସିଥିବା ଆମୀକସ କ୍ୟୁରି ରଣ ଜିତ କୁମାର ଆଜି ଶଙ୍କରାଚାର୍ଯ୍ୟ ଙ୍କୁ ଭେଟିଥିଲେ। ଶ୍ରୀମନ୍ଦିର ରେ କୀଭଳୀ ସଂସ୍କାର ବ୍ୟବସ୍ଥା ସଠିକ ହୋଇ ପାରିବ ସେ ନେଇ ଆଲୋଚନା କରିଥିଲେ। ସେହିପରି ପୁରୀ ସହର କୁ ବିଶ୍ୱ ଐତିହ ନଗରୀ ଭାବେ କୀଭଳି କରାଯାଇ ପାରିବ ସେ ନେଇ ମଧ୍ୟ ଆଲୋଚନା କରିଥିଲେ। ତେବେ ଆଲୋଚନା ରେ ଶଙ୍କରାଚାର୍ଯ୍ୟ ଆମୀକସ କ୍ୟୁରି ଙ୍କୁ ପରାମର୍ଶ ଦେଇଛନ୍ତି ଶ୍ରୀକ୍ଷେତ୍ର କୁ ଅଧ୍ୟତ୍ମିକ ବ୍ୟବସ୍ଥା ରେ ବିକାଶ କରାଯାଉ। ସେହିପରି ଶ୍ରୀମନ୍ଦିର ର ଶୃଂଖଳିତ ନୀତି କାନ୍ତି ପରିଚଳନା ନେଇ ପୁରାଣ ର ବର୍ଣିତ ନୀତି ନିୟମ ଅନୁଯାୟୀ ଏକ ସମ୍ବିଧାନ କରାଯାଉ। ଏହା ଦ୍ୱାରା ଶ୍ରୀମନ୍ଦିରରେ ନୀତି କାନ୍ତି ଶୃଂଖଳିତ ହୋଇ ପାରିବ। ସେହିପରି ଜଗତଗୁରୁ ରାଜ୍ୟ ସରକାର ଶ୍ରୀମନ୍ଦିର ରେ ସଂସ୍କାର ନେଇ ଗଠନ କରିଥିବା ଜଷ୍ଟିସ ବି ପି ଦାସ କମିଶନ ଉପରେ କ୍ଷୋଭ ପ୍ରକାଶ କରିଥିଲେ। ପୂର୍ବରୁ ଶ୍ରୀମନ୍ଦିର ରେ ନୀତିକାନ୍ତି ଶୃଙ୍ଖଳିତ ନେଇ ଜଗତଗୁତୁରୁ ଶଙ୍କରାଚାର୍ଯ୍ୟ ଙ୍କ ପରାମର୍ଶ ନିଆଯାଏ। କିନ୍ତୁ ଦୁର୍ଭାଗ୍ୟ ର ବିଷୟ ଶଙ୍କରାଚାର୍ଯ୍ୟ ଙ୍କୁ ଗୁରୁତ୍ୱ ଦିଆଯାଉ ନାହିଁ। ଏହା ଦ୍ୱାରା ଶ୍ରୀମନ୍ଦିର ରେ ବିଭିନ୍ନ ସମୟରେ ବିଶୃଙ୍ଖଳା ହେଉଛି। ତେବେ ଅଧ୍ୟତ୍ମିକ ମାର୍ଗ କୁ ନେଇ ଶ୍ରୀକ୍ଷେତ୍ର ର ବିକାଶ ହେଲେ ହିଁ ପ୍ରକୃତ ବିକାଶ ହୋଇ ପାରିବ ବୋଲି ଜଗତଗୁତୁରୁ ଶଙ୍କରାଚାର୍ଯ୍ୟ କହିଛନ୍ତି।

ବାଇଟ1,, ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ,, ଶଙ୍କରାଚାର୍ଯ୍ୟConclusion:ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.