ପୁରୀ: ଗତକାଲି(ଶୁକ୍ରବାର) 7ଟି ଦେଶର ରାଷ୍ଟ୍ରଦୂତ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିଛନ୍ତି । 7ଟି ଦେଶର ରାଷ୍ଟ୍ରଦୂତ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିଛନ୍ତି । ମାଲେସିଆ, ମିଆଁମାର, ଥାଇଲାଣ୍ଡ, ଭିଏତନାମ, ବୋର୍ଣିଓ, ଇଣ୍ଡୋନେସିଆ, ଲାଓ ପିଡିଆର ରାଷ୍ଟ୍ରଦୂତ ମାନେ କୋଣାର୍କ ଆସି ମନ୍ଦିର ପରିଦର୍ଶନ କରିଛନ୍ତି ।
![7ଟି ଦେଶର ରାଷ୍ଟ୍ରଦୂତ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କଲେ](https://etvbharatimages.akamaized.net/etvbharat/prod-images/od-pur-09-konark-delegatevisit-avo-7205521_28102022202010_2810f_1666968610_852.jpg)
ପ୍ରଥମେ ସେମାନେ ସୂର୍ଯ୍ୟ ମନ୍ଦିର ସମ୍ମୁଖରେ ଥିବା ଇଣ୍ଡିଆନ ଅଏଲ ଫାଉଣ୍ଡେସନ କେନ୍ଦ୍ର ପରିଦର୍ଶନ କରିଥିଲେ । କୋଣାର୍କରେ ସେମାନଙ୍କୁ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସ୍ବାଗତ କରିଥିଲେ । ବ୍ୟାଖ୍ୟାନ କେନ୍ଦ୍ର ବୁଲିବା ପରେ ସମସ୍ତ ରାଷ୍ଟ୍ର ଦୂତ ବିଶ୍ବ ଐତିହ୍ୟ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରି ମନ୍ଦିରର ସୂକ୍ଷ୍ମ କାରୁକାର୍ଯ୍ୟ ଓ କଳାକୁ ଖୁବ ପ୍ରଶଂସା କରିଥିଲେ ।
![7ଟି ଦେଶର ରାଷ୍ଟ୍ରଦୂତ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କଲେ](https://etvbharatimages.akamaized.net/etvbharat/prod-images/od-pur-09-konark-delegatevisit-avo-7205521_28102022202010_2810f_1666968610_924.jpg)
![7ଟି ଦେଶର ରାଷ୍ଟ୍ରଦୂତ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କଲେ](https://etvbharatimages.akamaized.net/etvbharat/prod-images/od-pur-09-konark-delegatevisit-avo-7205521_28102022202010_2810f_1666968610_433.jpg)
ଇଟିଭି ଭାରତ, ପୁରୀ