ବ୍ରହ୍ମଗିରି: ଆସନ୍ତା 23 ତାରିଖରୁ ଖୋଲିବ ଅଲାରନାଥ ମନ୍ଦିର । ସୋମବାର ପୁରୀ ଜିଲ୍ଲା ବ୍ରହ୍ମଗିରି ତହସିଲଦାର କିଶୋର କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ସଭା ଡକା ଯାଇଥିଲା । କୋରୋନା ହେତୁ ଦୀର୍ଘ ଦିନ ଧରି ମନ୍ଦିର ଗୁଡିକ ବନ୍ଦ ଥିବାବେଳେ ରାଜ୍ୟ ସରକାରଙ୍କ ଘୋଷଣା ଅନୁସାରେ ଡିସେମ୍ବର 23 ତାରିଖରୁ ଅଲାରନାଥ ମନ୍ଦିର ଭକ୍ତଙ୍କ ପାଇଁ ଖୋଲାଯିବ ।
କିନ୍ତୁ ନୂଆବର୍ଷ ଭିଡକୁ ଦୃଷ୍ଟିରେ ରଖି ଡିସେମ୍ବର 31 ଓ ଜାନୁଆରୀ 1 ତାରିଖରେ ମନ୍ଦିର ବନ୍ଦ ରହି ପୁନଃ ଜାନୁଆରୀ 2 ତାରିଖରୁ ସାଧାରଣ ଦର୍ଶନ ପାଇଁ ମନ୍ଦିର ଖୋଲାଯିବ । ସୂଚନା ଥାଉକି ବିଶ୍ବବ୍ୟାପୀ କୋରୋନା ସଂକ୍ରମଣ ଯୋଗୁଁ ଦେଶରେ ଘୋଷଣା ହୋଇଥିଲା ଲକଡାଉନ ଏବଂ ସଟଡାଉନ । ତେବେ ପୁରୀ ଶ୍ରୀମନ୍ଦିର ଖୋଲିବା ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ପରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ କୋଭିଡ ସ୍ଥିତି ଦେଖି ନିଜ ଅଞ୍ଚଳର ମନ୍ଦିର ଖୋଲିବା ଉପରେ ଆଦେଶ ଦିଆଯାଇଥିଲା । ରାଜ୍ୟସରକାରଙ୍କ ନିର୍ଦ୍ଦେଶ କ୍ରମେ କୋଭିଡର ଗ୍ରାଉଣ୍ଡ ରିପୋର୍ଟ ଦେଖି ନିର୍ଦ୍ଧିଷ୍ଠ ମନ୍ଦିର ଖୋଲିବା ଉପରେ ତହସିଲଦାର ନିଷ୍ପତ୍ତି ନେଇଛନ୍ତି ।
ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ