ETV Bharat / state

ଅଲାରନାଥଙ୍କ ପୂଷ୍ୟାଭିଷେକ, ରାଜାଧିରାଜ ବେଶରେ ଦର୍ଶନ କଲେ ଭକ୍ତ

author img

By

Published : Jan 6, 2023, 10:58 PM IST

Updated : Jan 7, 2023, 11:12 AM IST

ଅଲାରନାଥଙ୍କ ପୀଠରେ ପୂଷ୍ୟାଭିଷେକ ପର୍ବ ଅନୁଷ୍ଠିତ । ରାଜାଧିରାଜ ବେଶକୁ ଦର୍ଶନ କରୁଛନ୍ତି ଭକ୍ତ । ଅଧିକ ପଢନ୍ତୁ

alarnath pushpavisekh ritual
alarnath pushpavisekh ritual
alarnath pushpavisekh ritual

ବ୍ରହ୍ମଗିରି: ଅଲାରନାଥଙ୍କ ପୂଷ୍ୟାଭିଷେକ ନୀତି ଶେଷ ହେବା ପରେ ରାଜାଧିରାଜ ବେଶକୁ ଦର୍ଶନ କରୁଛନ୍ତି ଭକ୍ତ । ଅଲାରନାଥଙ୍କ ପୀଠରେ ପୂଷ୍ୟାଭିଷେକ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏଥିପାଇଁ କାଲି ଠାରୁ ସେବାୟତଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ଏଥିପାଇଁ ଗତକାଲିଠାରୁ ସେବାୟତଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ଏହି ପୂଷ୍ୟାଭିଷେକ ପାଇଁ ଅଲାରନାଥଙ୍କୁ 108 ସୁବାସିତ ଜଳରେ ସ୍ନାନ କରାଯାଇଛି ।

ଗୁରୁବାରଠୁ ସେବାୟତମାନେ 3 ଭାଗ ହୋଇ ପ୍ରସ୍ତୁତି ଆରମ୍ଭ କରିଥିଲେ । ଘଣ୍ଟ ,ତୁରୀ ଓ ସଂକୀର୍ତ୍ତନ ସହିତ ପୂଜାପଣ୍ଡା, ସୁଆର,ପତ୍ରି ପାଳିଆ ସେବକମାନେ ମହୋଦଧି,ଅର୍ଜୁନଙ୍କ ସର ଏବଂ ଭାର୍ଗବୀ ନଦୀର ତ୍ରିବେଣୀ ଘାଟରୁ ଜଳ ସଂଗ୍ରହ କରି ଅଣା ଯାଇଥିଲା । ଗଙ୍ଗା ଯମୁନା କୂପରୁ ଜଳ ଆଣି ପାଞ୍ଚ ତୀର୍ଥ ଜଳକୁ 108 ନୂତନ ମାଟି ପାତ୍ରରେ ରଖାଯିବାର ବିଧାନ କରା ଯାଇଥିଲା । ସେଥିରେ କେଶର,କର୍ପୁର,ଜାଇଫଳ ଏବଂ ଗୁଆଘିଅ ଆଦି ମିଶ୍ରିତ କରାଯାଇ ନୂତନ ବସ୍ତ୍ରରେ ଆଚ୍ଛାଦିତ କରି ରଖା ଯାଇଥିଲା ।

ଆଜି ମଧ୍ୟାହ୍ନ ଧୂପ ପରେ ପ୍ରଭୁ ଅଲାରନାଥଙ୍କର ପୂଷ୍ୟାଭିଷେକ ନୀତି ଆରମ୍ଭ ହୋଇଥିଲା । ସେବାୟତ ମାନେ କାଲିଠାରୁ ରଖାଯାଇଥିବା ସୁବାସିତ ପଞ୍ଚତୀର୍ଥ ଜଳରେ ଅଲାରନାଥଙ୍କୁ ସ୍ନାନ କରାଇବା ପରେ ଅଲାରନାଥଙ୍କୁ ରାଜରାଜାଧିରାଜ ବେଶରେ ଧାରଣ କରାଇଥିଲେ । ଏହି ବେଶ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଲାଗି ରହିଥିଲା ।

ଇଟିଭି ଭାରତ, ବ୍ରହ୍ମଗିରି

Last Updated : Jan 7, 2023, 11:12 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.