ETV Bharat / state

ଅଲାରନାଥ ମନ୍ଦିର ଚର୍ତୁଃପାଶ୍ବ ସିଲ କଲା ପ୍ରଶାସନ

ଅଲାରନାଥଙ୍କ ଅନବସର ଯାତ୍ରାକୁ ଭକ୍ତ ମନା । ଏନେଇ ମନ୍ଦିର ଚର୍ତୁଃପାଶ୍ବରେ ବ୍ୟାରିକେଟ ପକାଇ ସିଲ କଲା ପ୍ରଶାସନ । ଅଧିକ ପଢନ୍ତୁ...

author img

By

Published : Jun 24, 2021, 5:00 PM IST

ଅଲାରନାଥ ମନ୍ଦିର ଚର୍ତୁପାଶ୍ବ ସିଲ କଲା ପ୍ରଶାସନ

ବ୍ରହ୍ମଗିରି: ଅଲାରନାଥ ମନ୍ଦିର ଚର୍ତୁଃପାଶ୍ବ ସିଲ କଲା ପ୍ରଶାସନ। ଅଲାରନାଥଙ୍କ ଅନବସର ଯାତ୍ରାକୁ ଭକ୍ତ ମନା । ଏନେଇ ମନ୍ଦିର ଚର୍ତୁଃପାଶ୍ବରେ ବ୍ୟାରିକେଟ ପକାଇ ସିଲ କଲା ପ୍ରଶାସନ ।

ଜଗନ୍ନାଥଙ୍କ ପରମ୍ପରା ଓ ନୀତିକାନ୍ତି ସହିତ ଜଡିତ ଅଲାରନାଥ ମନ୍ଦିର । ସ୍ନାନ ବେଦିରେ ଦେବସ୍ନାନ କରି 15 ଦିନ ପାଇଁ ଜ୍ଵରରେ ପୀଡିତ ହୋଇଥାନ୍ତି ଭାଇ ଭଉଣୀଙ୍କ ସହିତ କାଳିଆ ସାଆନ୍ତ ।

ମହାପ୍ରଭୁଙ୍କ ଗୁପ୍ତ ନୀତି ଚାଲିଥିବାବେଳେ ସେହି 15 ଦିନ ବ୍ରହ୍ମଗିରିରେ ଅଲାରନାଥଙ୍କୁ ଦର୍ଶନ କରି କୋଟି ପୁଣ୍ୟ ଅର୍ଜନ କରିଥାନ୍ତି ଭକ୍ତ। ଏଠାରେ ଚର୍ତୁଦ୍ଧାମୂର୍ତ୍ତୀ ରୂପରେ ଦର୍ଶନ ଦେଇଥାଏ କାଳିଆ ।

କିନ୍ତୁ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏହି ଦୁଲ୍ଲଭ ଦର୍ଶନରୁ ବଞ୍ଚିତ ହେବେ ଭକ୍ତ । ଭକ୍ତ ଆଉ ଭଗବାନ ମଧ୍ୟରେ 144 ଧାରା ଜାରି କରିଛି ମହାମାରୀ କୋରୋନା। ଅନବସର 15 ଦିନ ପାଇଁ ମନ୍ଦିର ଚାରିପାଖରେ ବ୍ୟାରିକେଟ କରି ସିଲ କରିଛି ପ୍ରଶାସନ ।

ବ୍ରହ୍ମଗିରିରୁ ଦେବାଶିଷ୍ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.