ETV Bharat / state

ଆଜି ଅନୁକୂଳ ହେବ ରଥକାଠ, ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳିବେ ଶ୍ରୀଜିଉ

ପବିତ୍ର ଅକ୍ଷୟ ତୃତୀୟା ତିଥିରୁ ମହାପ୍ରଭୁଙ୍କ ତିନିରଥ ନିର୍ମାଣ କାମ ଆରମ୍ଭ ହେବ । ଏଥିଲାଗି ରଥଖଳା ପ୍ରସ୍ତୁତ ରହିଛି କେବଳ ଆଜ୍ଞାମାଳକୁ ଅପେକ୍ଷା । ଅଧିକ ପଢନ୍ତୁ

author img

By

Published : Apr 23, 2023, 9:31 AM IST

Updated : Apr 23, 2023, 5:07 PM IST

ratha katha anukula ritual
ଆଜି ପବିତ୍ର ଅକ୍ଷୟ ତୃତୀୟା
ଆଜି ପବିତ୍ର ଅକ୍ଷୟ ତୃତୀୟା

ପୁରୀ: ଆଜି ପବିତ୍ର ଅକ୍ଷୟ ତୃତୀୟା । ଦିନଟି ଶୁଭ ଅନୁକୂଳର ମହାପର୍ବ । ଏହି ପବିତ୍ର ଦିନରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ରଥକାଠ ଅନୁକୂଳ ହେବ । ଶ୍ରୀମନ୍ଦିରରେ ସ୍ବତନ୍ତ୍ର ପୂଜାର୍ଚ୍ଚନାରେ ରଥକାଠ ଅନୁକୂଳ କରାଯିବ । ରଥଖଳା ପ୍ରସ୍ତୁତ କେବଳ ମହାପ୍ରଭୁଙ୍କ ଆଜ୍ଞାମାଳକୁ ଅପେକ୍ଷା ।

ଏହି ପବିତ୍ର ଅକ୍ଷୟ ତୃତୀୟ ତିଥିରୁ ମହାପ୍ରଭୁଙ୍କ ତିନିରଥ ନିର୍ମାଣ କାମ ଆରମ୍ଭ ହେବ । ଏଥିଲାଗି ରଥଖଳା ପ୍ରସ୍ତୁତ ହୋଇ ରହିଛି । ରଥ ନିର୍ମାଣ ପାଇଁ ଆବଶ୍ୟକ କାଠ ପହଞ୍ଚି ସାରିଛି । କାଠ ଅନୁକୂଳ ହେବାକୁ ଥିବା ତିନିଖଣ୍ଡ ଧଉରା କାଠ ମଧ୍ୟ ପ୍ରସ୍ତୁତ ରହିଛି । କେବଳ ଆଜ୍ଞାମାଳକୁ ଅପେକ୍ଷା ରହିଛି । ଅକ୍ଷୟ ତୃତୀୟା ଅବସରରେ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ହେବ । ରଥକାଠ ଅନୁକୂଳ ପରେ ଶ୍ରୀମନ୍ଦିରରେ ରଥକାମ ଆରମ୍ଭ ହେବ । ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଶ୍ରୀମନ୍ଦିରରେ ସକାଳ ଧୂପ ନୀତି ସରିବା ପରେ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ପୂଜାପଣ୍ଡା ସେବାୟତମାନେ ଏକ ପଟୁଆରରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ନିକଟକୁ ଆସିବା ପରେ ସେଠାରେ ରଖାଯାଇଥିବା ତିନି ଖଣ୍ଡ ଧଉରା କାଠର ଅନୁକୂଳ ବିଶ୍ଵକର୍ମା ମହାରଣା କରିବେ।

ଶ୍ରୀନହର ସମ୍ମୁଖରେ ରଥନିର୍ମାଣ ପାଇଁ ରଥଖଳା ପ୍ରସ୍ତୁତ । ପ୍ରଚଣ୍ଡ ରୌଦ୍ର ତାପରୁ ରକ୍ଷା ପାଇବା ପାଇଁ ରଥ ଖଳା ଉପରେ ଭୋଇ ସେବକମାନେ ଚାଳି ପକାଇଛନ୍ତି । ଚଳିତ ବର୍ଷ ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରାରେ ଭକ୍ତଙ୍କ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର, ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ପୋଲିସ ପ୍ରଶାସନ ପକ୍ଷରୁ ଆଠ ପ୍ଲାଟୁନ ପୋଲିସ ଫୋର୍ସ, ଜଣେ ଅତିରିକ୍ତ ଏସପି, ତିନିଜଣ ଡିଏସପି ଓ ୬ଜଣ ଆଇଆଇସିଙ୍କୁ ମୁତୟନ‌ କରାଯାଇଥିବା ବେଳେ ସୁରକ୍ଷା ଓ ଟ୍ରାଫିକ ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ବ ଦିଆଯାଇଥିବା ଏସପି କନୱର ବିଶାଳ ସିଂ କହିଛନ୍ତି ।

ଆଜି ଚନ୍ଦନ ଯାତ୍ରା: ପରମ୍ପରା ଅନୁଯାୟୀ ଆଜିଠୁ ଆରମ୍ଭ ହେବ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ଚନ୍ଦନ ଯାତ୍ରା । ଏହି ଅବସରରେ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟର ଅନୁକୂଳ ହେବା ସହ ୨୧ଦିନ ବ୍ୟାପୀ ବାହାର ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବ । ଭକ୍ତଙ୍କ ଗହଣରେ ଜଳକ୍ରୀଡା କରିବେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା । ଭକ୍ତଙ୍କ ପ୍ରବଳ ସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲା, ପୋଲିସ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଭକ୍ତଙ୍କ ଗହଣରେ ଜଳକ୍ରୀଡା କରିବେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ରାମକୃଷ୍ଣ, ଭୂଦେବୀ, ଶ୍ରୀଦେବୀ ଓ ପଞ୍ଚୁପାଣ୍ଡବ ।

ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ସହ ଚନ୍ଦନ ଯାତ୍ରା ପାଇଁ ସଜେଇ ହୋଇଛି ନରେନ୍ଦ୍ର ପୁଷ୍କରିଣୀ । ଗତ ଚୈତ୍ର ପୂର୍ଣ୍ଣିମା ଦିନ ନରେନ୍ଦ୍ର ପୁଷ୍କରିଣୀରେ ବର୍ଷ ତମାମ୍ ବୁଡି କରି ରହିଥିବା ନନ୍ଦା, ଭଦ୍ରା ଓ ବଜୟନ୍ତରୀ ଡଙ୍ଗାକୁ କଢାଯିବା ପରେ ବିଶ୍ବକର୍ମା ମହାରଣା, ଭୋଇ ସେବାୟତ ମାନେ ଡଙ୍ଗା ମରାମତି କରି ନନ୍ଦା ଓ ଭଦ୍ରା ଚାପ ନିର୍ମାଣ କାର୍ଯ୍ୟ ଶେଷ କରିଛନ୍ତି । ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ଭୂଦେବୀ, ଶ୍ରୀଦେବୀ ଓ ଶ୍ରୀକ୍ଷେତ୍ରର ପଞ୍ଚ ପାଣ୍ଡବ ନରେନ୍ଦ୍ର ପୁଷ୍କରିଣୀରେ ନୌକା ବିହାର କରିବାକୁ ଥିବାରୁ ଅତି ଉତ୍କଣ୍ଠାର ସହ ନନ୍ଦା ଓ ଭଦ୍ରା ଚାପ ଅପେକ୍ଷା କରି ରହିଛନ୍ତି । ସେହିପରି ଚିତ୍ରକର ସେବାୟତମାନେ ମଧ୍ୟ ନରେନ୍ଦ୍ର ପୁଷ୍କରିଣୀ ପରିସରକୁ ଅତି ସୁନ୍ଦର ଭାବେ ଚିତ୍ର ଓ ରଙ୍ଗ କାର୍ଯ୍ୟ କରି ଶେଷ ସ୍ପର୍ଶ ଦେଉଛନ୍ତି ।

ଇଟିଭି ଭାରତ,ପୁରୀ

Last Updated : Apr 23, 2023, 5:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.