ETV Bharat / state

ପୁରୀରେ ବିମାନବନ୍ଦର ପ୍ରତିଷ୍ଠା ନେଇ ଆସନ୍ତା ସପ୍ତାହରେ ପୁରୀ ଆସିବେ ଏଏଆଇ ଟିମ - AAI Team Visit Puri

ପୁରୀରେ ଅନ୍ତଃରାଷ୍ଟ୍ରୀୟ ବିମାନ ବନ୍ଦର ସ୍ଥାପନର ଭିତ୍ତିଭୂମି ଅନୁଧ୍ୟାନ ପାଇଁ ଆସନ୍ତା ସପ୍ତାହରେ ପୁରୀ ଆସିବେ ଏଏଆଇ ଟିମ୍ । ସୂଚନା ଦେଲେ ସାଂସଦ ପିନାକୀ ମିଶ୍ର । ଅଧିକ ପଢନ୍ତୁ...

ଏୟାରପୋର୍ଟ ପ୍ରତିଷ୍ଠା, ଆସନ୍ତା ସପ୍ତାହରେ ପୁରୀ ଆସିବେ ଏଏଆଇ ଟିମ

author img

By

Published : Feb 20, 2021, 5:02 PM IST

ପୁରୀ: ପୁରୀରେ ଅନ୍ତଃରାଷ୍ଟ୍ରୀୟ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରସ୍ତାବ ଦେଇଥିଲେ । ଏହାକୁ ନେଇ ଆରମ୍ଭ ହୋଇଛି ପ୍ରକ୍ରିୟା । ଆସନ୍ତା ସପ୍ତାହରେ ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ( ଏଏଆଇ)ର ଏକ ଟିମ୍ ପୁରୀ ଗସ୍ତ କରି ଏୟାରପୋର୍ଟ ନିର୍ମାଣର ଭିତ୍ତିଭୂମି ଅନୁଧ୍ୟାନ କରିବେ । ଏନେଇ ସାଂସଦ ପିନାକୀ ମିଶ୍ର ସୂଚନା ଦେଇଛନ୍ତି ଏବଂ ପୁରୀରେ ବିମାନ ବନ୍ଦର ହେବା ଏକ ପ୍ରକାର ସୁନିଶ୍ଚିତ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ଏୟାରପୋର୍ଟ ପ୍ରତିଷ୍ଠା, ଆସନ୍ତା ସପ୍ତାହରେ ପୁରୀ ଆସିବେ ଏଏଆଇ ଟିମ

ସେ କହିଛନ୍ତି, ସହରରେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ଏବଂ ପୁରୀକୁ ଏକ ବିଶ୍ବସ୍ତରୀୟ ସହରର ପରିଚୟ ଦେବାକୁ ମୁଖ୍ୟମନ୍ତ୍ରୀ ଏଠାରେ ଅନ୍ତଃରାଷ୍ଟ୍ରୀୟ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଯାହାଫଳରେ ଏହା ବିଦେଶୀ ପର୍ଯ୍ୟଟକଙ୍କୁ ବହୁଳ ମାତ୍ରାରେ ଆକୃଷ୍ଟ କରିବ । ଏଣୁ ମୁଖ୍ୟମନ୍ତ୍ରୀ ଏୟାରପୋର୍ଟ ପ୍ରତିଷ୍ଠା ନେଇ ଜାନୁୟାରୀ ପହିଲାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏକ ପତ୍ର ମଧ୍ୟ ଲେଖିଥିଲେ । ଯାହାକୁ ନେଇ ଏଏଆଇର ଏକ ଦଳ ପୁରୀ ଗସ୍ତ କରି କେଉଁ ଅଞ୍ଚଳରେ ଏୟାରପୋର୍ଟ ହେବ ଏବଂ କେତେ ଜାଗାର ଆବଶ୍ୟକତା ରହିଛି ସେ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବେ ।

ଏଥିସହ ନିକଟରେ ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ହରଦୀପ ସିଂ ପୁରୀ ରାଜ୍ୟସଭାରେ କହିଥିଲେ, ଓଡିଶା ସରକାରଙ୍କ ଦ୍ବାରା ପୁରୀରେ ଚିହ୍ନଟ ବିମାନ ବନ୍ଦର ସ୍ଥାପନର ଭିତ୍ତିଭୂମି ଅନୁଧ୍ୟାନ ପାଇଁ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.