ନିମାପଡା: ଚାଲିଗଲା ବାତ୍ୟା ‘ଫନି’ । ହେଲେ ଦେଇଗଲା ଅନେକ ଦୁଃଖ, ଅନେକ କଷ୍ଟ । ଛପର ଉଡାଇ ଲୋକଙ୍କୁ କରିଛି ବାସହରା । ଲୋକେ ପର ଘରେ ଆଶ୍ରୟ ନେଇ ଅନାଇଛନ୍ତି ସରକାରଙ୍କ ସହାୟତାକୁ । ସେପଟେ ସରକାରୀ ସହାୟତା ଏପର୍ଯ୍ୟନ୍ତ ମଧ୍ୟ ପହଞ୍ଚିନାହିଁ ।
ତେବେ ପୁରୀ ଜିଲ୍ଲାରେ ଏହା ସ୍ଥଳଭାଗ ଛୁଇଁଥିବାରୁ ଜିଲ୍ଲାରେ କିଭଳି ରହିଛି ପରିସ୍ଥିତି ତାହା ନିକଟରୁ ପରଖିବା ପାଇଁ ଆମ ରିପୋର୍ଟର ବିଭିନ୍ନ ସ୍ଥାନକୁ ଗସ୍ତ କରିଛନ୍ତି । ଗସ୍ତ ସମୟରେ ନିମାପଡା ବ୍ଲକ ଧନୁଆ ପଞ୍ଚାୟତରେ କିପରି ରହିଛି ସ୍ଥିତି, ଦେଖନ୍ତୁ ।