ETV Bharat / state

ଶୂନଶାନ ସାତପଡା, ‘ଫନି’ ଓଗାଳିଲା ପର୍ଯ୍ୟଟକଙ୍କ ବାଟ

ପର୍ଯ୍ୟଟକଙ୍କ କୋଳାହଳରେ ଫାଟି ପଡୁଥିବା ଚିଲିକା ଏବେ ନିସ୍ତବ୍ଧ । ‘ଫନି’ର ପ୍ରଳୟ ପରେ ଭାଙ୍ଗି ଯାଇଛି ସାତପଡାର ଆର୍ଥିକ ମେରୁଦଣ୍ଡ । ଶ୍ରୀହୀନ ହୋଇଯାଇଛି ସାତପଡା ।

ଡିଜାଇନ ଫଟୋ
author img

By

Published : May 21, 2019, 3:25 PM IST

ବ୍ରହ୍ମଗିରି: ଶୂନଶାନ ସାତପଡା । ଖାଲି ପଡିଛି ନୌକା । ପର୍ଯ୍ୟଟକଙ୍କ କୋଳାହଳରେ ଫାଟିପଡୁଥିବା ଚିଲିକା ଏବେ ନିସ୍ତବ୍ଧ । ‘ଫନି’ର ପ୍ରଳୟ ପରେ ଭାଙ୍ଗି ଯାଇଛି ସାତପଡାର ଆର୍ଥିକ ମେରୁଦଣ୍ଡ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବ୍ରହ୍ମଗିରି

ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଚିଲିକାରେ ଆଉ ପର୍ଯ୍ୟଟକଙ୍କ ପାଦ ପଡୁନି । ସାତପଡାରେ ଡଲଫିନ ଓ ନୌକାବିହାର କରିବା ସହ ପ୍ରାକୃତିକ ଦୃଶ୍ୟକୁ ଉପଭୋଗ କରୁବାକୁ ଆସୁଥିବା ପର୍ଯ୍ୟଟକଙ୍କ ଆଉ ଦେଖାମିଳୁନି ।

ସେପଟେ ପର୍ଯ୍ୟଟକ ଆସୁନଥିବାରୁ ଚିଲିକା କୂଳବର୍ତ୍ତୀ 5ରୁ 6ଟି ପଞ୍ଚାୟତର ଶହ ଶହ ଲୋକ ନିଜ ଜୀବିକା ହରାଇଛନ୍ତି । ପର୍ଯ୍ୟଟକଙ୍କୁ ଆଖିଆଗରେ ରଖି ଗଢିଉଠିଥିବା ଛୋଟ ଛୋଟ ଦୋକାନ ଭାଙ୍ଗି ଯାଇଥିବାରୁ ସେମାନେ ମଧ୍ୟ ବେରୋଜଗାର ହୋଇଯାଇଛନ୍ତି ।

ବାତ୍ୟା ପରେ ସତେ ଯେପରି ସାତପଡା ଶ୍ରୀହୀନ ହୋଇଯାଇଛି । ବାତ୍ୟାରେ କିଛି ଡଙ୍ଗା ଭାଙ୍ଗି ଯାଇଥିବାବେଳେ ଅଳ୍ପ କିଛି ଡଙ୍ଗାରେ ଆରମ୍ଭ ହୋଇଛି ମାଛ ମରା । ସେପଟେ ଫନିରେ ଛାରାଖାର ହୋଇଥିବା ଚିଲିକା ପରିବେଶ ଉଦ୍ୟାନ ଏବେ ପର୍ଯ୍ୟଟକଙ୍କୁ ଅପେକ୍ଷା କରିଛି ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

ଆରମ୍ଭ ହେଲା  ନିଟି ପରୀକ୍ଷା। 

ସାରା ରାଜ୍ୟରେ ଆରମ୍ଭ ହୋଇଛି ଏମ୍ବିବିଏସ ଓ ବିଡିଏସ ପାଠ୍ୟକ୍ରମରେ ନାମ ଲେଖା ଲାଗି ଆଜି ନ୍ୟାସନାଲ ଏଲିଯିବିଲିଟି କମ୍ ଏଣ୍ଟାର୍ନସ ଟେଷ୍ଟ (ନିଟି) ଅନୁଷ୍ଠିତ ହୋଇଛି।ପୂର୍ବାହ୍ନ 10 ତାରୁ ଆରମ୍ଭ ହୋଇ ମଧ୍ୟାହ୍ନ 1 ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ଓଡ଼ିଶା ରେ 42 ହଜାର ଜଣ ପରୀକ୍ଷାର୍ଥୀ ନିଟ ପରୀକ୍ଷା ଦେବା ଲାଗି ନାମ ପଞ୍ଜିକରଣ କରିଛନ୍ତି। ଅନୁଗୁଳ, ଭୁବନେଶ୍ୱର, ବାଲେଶ୍ଵର, ବାରହ୍ମପୂର୍, କଟକ, ରାଉଲକେଲା, ସମ୍ବଲପୁରରେ ପରୀକ୍ଷା କେନ୍ଦ୍ର ରହିଛି ।

ପରୀକ୍ଷାର୍ଥୀ ପାଇଁ ଚଳିତ ବର୍ଷ ପରୀକ୍ଷାକୁ ଅଧିକ କଡା କଡ଼ି କରାଯାଇଛି। ପରୀକ୍ଷାର୍ଥୀ ପରୀକ୍ଷା ହଲ ଭିତରକୁ ପ୍ରବେଶ କରିବା ପାଇଁ ସାଙ୍ଗରେ ପେନସିଲବାସ୍କ, ମୋବାଇଲ ଫୋନ, ବ୍ଲୁଟୁଥ, ଇୟୋର୍ ଫୋନ, ମାଇକ୍ରୋ ଫୋନ, ଆଦି ପରୀକ୍ଷା ହଲ ଭିତରକୁ ନେଇପାରିବେ ନାହିଁ। ଡ୍ରେସ୍ ପରିଧାନ ଉପରେ ମଧ୍ୟ କଟକଣା କରାଯାଇଛି। ଜୋତା ବିନ୍ଦିକି ଯାଇପାରିବେ ନାହିଁ ପରୀକ୍ଷାର୍ଥୀ। 

Byte send whatsapp

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.