ETV Bharat / state

'ଫନି' ପରେ ଚାଲିଛି ରେଳ ମରାମତି - ପୁରୀ

ଫନି କବଳରୁ ବର୍ତ୍ତିନି ପୁରୀ ଷ୍ଟେସନ । ପ୍ଲାଟଫର୍ମ ଛାତ ଉଡିଯିବା ସହ ଭାଙ୍ଗିରୁଜି ଯାଇଛି ଅନେକ ହୋର୍ଡିଂ । ଷ୍ଟେସନରେ ଥିବା ଟ୍ରେନ କ୍ଷତିଗ୍ରସ୍ତ ହୋଇଛି । ଏବେ ରେଳ ବିଭାଗ ପକ୍ଷରୁ ପୁରୀ ଷ୍ଟେସନକୁ ସଜଡା ଯିବା ସହିତ ମରାମତି ଆରମ୍ଭ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦଦାତା, ପୁରୀ
author img

By

Published : May 4, 2019, 9:59 PM IST

ପୁରୀ: ସରିଛି ଫନି ତାଣ୍ଡବ । ଚାରିଆଡେ ଖାଁ ଖାଁ । ଶୁକ୍ରବାର ବାତ୍ୟା ପ୍ରଭାବରେ ଛାରଖାର ହୋଇଯାଇଛି ରାଜ୍ୟର ଅନେକ ଜିଲ୍ଲା । ସେଥିରୁ ପୁରୀ ଓ ଭୁବନେଶ୍ବର ହୋଇଥିଲା ଅଧିକ କ୍ଷତିଗ୍ରସ୍ତ । ତେବେ ବାତ୍ୟା ଛାଡିବା ପରେ ଆରମ୍ଭ ହୋଇଛି ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ।

ଭିଡିଓ ସୌଜନ୍ୟ: ସମ୍ବାଦଦଦାତା, ପୁରୀ

ଲ୍ୟାଣ୍ଡଫଲ ପରେ ଶ୍ରୀକ୍ଷେତ୍ରରେ ତାଣ୍ଡବ ରଚିଥିଲା ଫନି । ଆଉ ଏହାର ପ୍ରଭାବରେ ପୂରା ଧ୍ବସ୍ତବିଧ୍ବସ୍ତ ହୋଇଛି ପୁରୀ ସହର । ଗଛ ଉପୁଡି ରାସ୍ତା ଅବରୋଧ ହୋଇଥିଲା । ଘରର ଛାତ ଉଡିଯାଇଥିଲା । ଫନି କବଳରୁ ବଞ୍ଚିପାରିନଥିଲା ପୁରୀ ଷ୍ଟେସନ । ପ୍ଲାଟଫର୍ମ ଛାତ ଉଡିଯିବା ସହ ଭାଙ୍ଗିରୁଜି ଯାଇଥିଲା ଅନେକ ହୋର୍ଡିଂ । ଷ୍ଟେସନରେ ଥିବା ଟ୍ରେନ ଅଧିର କ୍ଷତିଗ୍ରସ୍ତ ହୋଇଥିଲା । ତେବେ ପୁରୀ ରେଳ ଷ୍ଟେସନ ସମେତ କୋଚ ମରାମତି ଆରମ୍ଭ ହୋଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.