ETV Bharat / state

ବଡ ଆଖଡା ପରେ ଏବେ ଉଚ୍ଛେଦ ହେବ ସାନ ଛତା ମଠ

author img

By

Published : Sep 10, 2019, 7:47 PM IST

ଏମାର, ଲଙ୍ଗୁଳି, ବଡଆଖଡା ପରେ ଏବେ ଉଚ୍ଛେଦ ହେବ ସାନ ଛତା ଓ ମଙ୍ଗୁ ମଠ । ମଙ୍ଗଳବାର ବଡ଼ ଆଖଡା ମଠର ଭଗ୍ନାବଶେଷ ସଫେଇ କାର୍ଯ୍ୟ କରାଯିବା ସହ ମଙ୍ଗୁ ମଠ ଭାଙ୍ଗିବା କାର୍ଯ୍ୟ ଆରମ୍ଭ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀ: ଶ୍ରୀମନ୍ଦିର ନିକଟରେ ପୁଣି ଉଚ୍ଛେଦ ପ୍ରକ୍ରିୟା ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ମଙ୍ଗଳବାର ପୁରୀରେ ଉଚ୍ଛେଦ ପ୍ରକ୍ରିୟା ବନ୍ଦ ରହିଥିଲା। ବଡ଼ ଅଖଡା ମଠ ଉଚ୍ଛେଦ ସମୟରେ ପ୍ରବଳ ଧୂଳି ଉଡିବା ହେତୁ ଶ୍ରୀମନ୍ଦିର ଆସୁଥିବା ଭକ୍ତ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ଥିଲେ। ଏଣୁ ଉଚ୍ଛେଦ ପ୍ରକ୍ରିୟା ବନ୍ଦ କରାଯିବା ସହ ବଡ଼ ଅଖଡା ମଠର ଭଗ୍ନାବଶେଷ ଗୁଡିକୁ ସଫେଇ କରାଯାଇ ସ୍ଥାନାନ୍ତରିତ କରାଯାଇଛି।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ସେପଟେ ଏହି କାର୍ଯ୍ୟ ଶେଷ ହେବା ପରେ ସାନ ଛତା ମଠ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହେବା ନେଇ ନୋଟିସ ଦିଆ ସରିଛି। ଅନ୍ୟପଟେ ଏମାର ମଠକୁ ଲାଗି ଥିବା ମଙ୍ଗୁ ମଠ ଭଙ୍ଗା ଯିବା ପ୍ରକ୍ରିୟା ଆରମ୍ଭ ହୋଇଛି। ମଙ୍ଗଳବାର ପୌର କର୍ମଚାରୀ ଆସି ମାପଚୁପ୍ କରିଛନ୍ତି। ମଙ୍ଗୁ ମଠ ସହିତ ଏହାର 23 ଦୋକାନ ଗୃହ ମଧ୍ୟ ଭଙ୍ଗା ହେବ। ଏନେଇ ମଠ କର୍ତ୍ତୃପକ୍ଷ ସହମତି ଦେଇ ସାରିଛନ୍ତି । ଶ୍ରୀମନ୍ଦିରର 75 ମିଟର ଭିତରେ 18ଟି ମଠ ରହିଛି, ସେଗୁଡିକ ଭିତରୁ କେଉଁ ଗୁଡିକ ଉଚ୍ଛେଦ ହେବ ସେ ନେଇ ପ୍ରଶାସନିକସ୍ତରରେ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ଉଛେଦ ନେଇ ପୁଣି ପ୍ରସ୍ତୁତି ଆରମ୍ଭ।

Body:ମଙ୍ଗଳବାର ପୁରୀ ରେ ଉଛେଦ ପ୍ରକ୍ରିୟା ବନ୍ଦ ରହିଛି। ବଡ଼ ଅଖଡା ମଠ ଉଛେଦ ସମୟରେ ପ୍ରବଳ ଧୂଳି ଉଡିବା ହେତୁ ଶ୍ରୀମନ୍ଦିର ଆସୁଥିବା ଭକ୍ତ ମାନେ ନାହିଁ ନ ଥିବା ଅସୁବିଧା ଭୋଗୀ ଥିଲେ। ଏଣୁ ଆଜି ଉଛେଦ ପ୍ରକ୍ରିୟା ବନ୍ଦ ସହ ବଡ଼ ଅଖଡା ମଠର ଭଗ୍ନାବଶେଷ ଗୁଡିକୁ ସଫେଇ କରାଯାଇ ସ୍ଥାନାନ୍ତରିତ କରାଯାଉଛି। ଏହା ଶେଷ ହେବା ପରେ ସାନ ଛତା ମଠ ଉଛେଦ ପ୍ରକ୍ରିୟା ଆରମ୍ଭ ହେବ। ଏ ନୋଟିସ ଦିଆ ସରିଛି। ଅନ୍ୟପଟେ ଏମାର ମଠ କୁ ଲାଗି ଥିବା ମଙ୍ଗୁ ମଠ ଭଙ୍ଗା ଯିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ପୌର କର୍ମଚାରୀ ମାନେ ଆସି ମପା ଜୁପା କରିଛନ୍ତି। ମଙ୍ଗୁ ମଠ ସହିତ ଏହାର 23 ଦୋକାନ ଗୃହ ଉଛେଦ ହେବ। ଏ ନେଇ ମଠ କର୍ତ୍ତୃପକ୍ଷ ସହମତି ଦେଇ ସାରିଛନ୍ତି।
ସେହିପରି ଶ୍ରୀମନ୍ଦିର 75 ମିଟର ଭିତରେ 18 ଟି ମଠ ରହିଛି। ସେଗୁଡିକ ଭିତରୁ କେଉଁ ଗୁଡିକ ଉଛେଦ ହେବ ସେ ନେଇ ପ୍ରଶାସନିକ ସ୍ତରରେ ଆଲୋଚୋନା ପରେ ନିସ୍ପତି ନିଆଯିବ।

ବାଇଟ,, ଚିତ ରଞ୍ଜନ ବିଶ୍ୱାଳ , କର୍ମକର୍ତା, ମଙ୍ଗୁ ମଠ

Conclusion:ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.