ବ୍ରହ୍ମଗିରି : ବ୍ରହ୍ମଗିରି ତହସିଲ ଅନ୍ତର୍ଗତ ବାଲିକେରା ପାଚିପାଳ ଆରଆଇ ସର୍କଲର ଗାଉଡ଼ିଆ ଘାଇ ମୌଜାର ସରକାରୀ ଜମିରେ ଏକାଧିକ ଇଟା ବ୍ୟବସାୟୀ ବେଆଇନ ଭାବେ ମାଟି ଇଟା ତିଆରି କରି ବ୍ୟବସାୟ କରି ଆସୁଥିଲେ । ଏହା ଦ୍ଵାରା ମୂର୍ତ୍ତିକା କ୍ଷୟ ହେବା ସହ ପରିବେଶ ପ୍ରଦୂଷଣ ହେଇ ଆସୁଥିଲା ।
ବାରମ୍ବାର ଅଭିଯୋଗ କ୍ରମେ ଶୁକ୍ରବାର ଦିନ ବ୍ରହ୍ମଗିରି ଅତିରିକ୍ତ ତହସିଲଦାର ପ୍ରଭଦ କୁମାର ମହାନ୍ତି, ଆରଆଇ ଲଷ୍ମୀନାରାୟଣ ମିଶ୍ର ଏବଂ କିରାଣି ସୌମ୍ୟରଂଜନ ବାରିକ ମିଳିତ ଭାବେ ଇଟାଭାଟି ଉପରେ ଚଢ଼ାଉ କରିଥିଲେ ।

ଏଥିରେ ତିନି ଜଣଙ୍କ ଠାରୁ 7500 ଟଙ୍କା ଜୋରିମାନା ଆଦାୟ ହୋଇଥିବା ବେଳେ ବିପିନ ବରାଳ ଓ ଶିବ ପ୍ରଧାନ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମହାନ୍ତି ଜଣାଇଛନ୍ତି ।
