ପୁରୀ: ଶ୍ରୀମନ୍ଦିର 75 ମିଟର ସୁରକ୍ଷା ଜୋନରୁ ସରକାର ଜମି ଅଧିଗ୍ରହଣ ନିମନ୍ତେ ପ୍ରକ୍ରିୟା ଆରମ୍ଭ କରି ସାରିଛନ୍ତି । ତେବେ ଅନେକ ଜମି ମାଲିକ ମଧ୍ୟ ଜମି ଅଧିଗ୍ରହଣ ନେଇ ପ୍ରଶାସନ ନିକଟରେ ଦରଖାସ୍ତ ମଧ୍ୟ ଦେଇ ସାରିଛନ୍ତି । ହେଲେ ଏହି ଜମିକୁ ନେଇ ଯଦି କୌଣସି ବ୍ୟକ୍ତି ଅବା ଅନୁଷ୍ଠାନର କୌଣସି ଅଭିଯୋଗ ଥାଏ, ସେ ନେଇ ଆପତ୍ତି ଅଭିଯୋଗ ନିମନ୍ତେ ଜିଲ୍ଲା ପ୍ରଶାସନ ନୋଟିସ ଲଗାଇଛି ।
ବାସେଲି ସାହି ମୌଜାରେ ଏହି ନୋଟିସ ଲଗାଯାଇଛି । ନୋଟିସର 7 ଦିନ ଭିତରେ ଭୁ ଅର୍ଜନ ଅଧିକାରୀ, ଶ୍ରୀମନ୍ଦିର ଚତୁଃପାର୍ଶ୍ବ ନିରାପତ୍ତା ବଳୟ, ପୁରୀ ନିକଟରେ ଅଭିଯୋଗ ଦାଖଲ ପାଇଁ ଉକ୍ତ ନୋଟିସରେ ଉଲ୍ଲେଖ ରହିଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ