ETV Bharat / state

ଅଧରପଣା ନୀତି: ଶ୍ରଦ୍ଧାଳୁଙ୍କ ଆଗମନରେ ପୂରି ଉଠିଲାଣି ଶ୍ରୀକ୍ଷେତ୍ର

ଆଉ କିଛି ସମୟ ପରେ ଆରମ୍ଭ ହୋଇଯିବ ଅଧର ପଣା ନୀତି । ଜନସମୁଦ୍ର ପାଲଟିଲାଣି ବଡଦାଣ୍ଡ ।

author img

By

Published : Jul 14, 2019, 8:22 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀ: ଆଉ କିଛି ସମୟ ପରେ ପୁରୀରେ ଆରମ୍ଭ ହୋଇଯିବ ଶ୍ରୀଜୀଉଙ୍କ ଅଧରପଣା ନୀତି । ଏଥିପାଇଁ ପ୍ରସ୍ତୁତି ମଧ୍ୟ ଶେଷ ପର୍ଯ୍ୟାୟରେ । କାଳିଆ ସାଆନ୍ତ ନିକଟରେ ଲାଗି ହେବ ପଣାଭୋଗ । ଏପଟେ ସମୟ ଯେତିକି ଯେତିକି ପାଖଉଛି କାଳିଆ ଠାକୁରର ଏହି ନୀତି ଦେଖିବାକୁ ବଡଦାଣ୍ଡକୁ ଛୁଟୁଛି ଶ୍ରଦ୍ଧାଳୁଙ୍କ ସୁଅ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଧିରେ ଧିରେ ଜନସମୁଦ୍ର ପାଲଟିଲାଣି ଶ୍ରୀକ୍ଷେତ୍ର ବଡଦାଣ୍ଡ । ତେବେ କିଛି ଶ୍ରଦ୍ଧାଳୁଙ୍କ ସହ ଆଲୋଚନା କରିଥିଲେ ଆମ ସମ୍ବାଦଦାତା ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ଅଧରପଣାBody:

Anc,, ଆଜି ତିନି ରଥ ଉପରେ ଅନୁଷ୍ଠିତ ହେବ ଅଧରପଣା ନୀତି। ଏଥିପାଇଁ ପ୍ରସ୍ତୁତି କରିଛି ଶ୍ରୀମନ୍ଦିର ପ୍ରଶାସନ।ପରମ୍ପରା ଅନୁଯାୟୀ ତ୍ରୟୋଦଶୀ ତିଥିରେ ରଥ ଉପରେ ତିନି ଠାକୁରଙ୍କ ଅଧରପଣା ନୀତି ଅନୁଷ୍ଠିତ ହୋଇ ଥାଏ। ରାତି ୮ଟା ସୁଦ୍ଧା ତିନି ରଥ ବାଡ଼ରେ ଏହି ନୀତି ସଂପନ୍ନ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂତ୍ରରୁ ସୂଚନା ମିଳିଛି। ଏଥି ପାଇଁ ଶ୍ରୀବିଗ୍ରହମାନଙ୍କ ଅଧର ଉଚ୍ଚାର ଅଧର ହାଣ୍ଡି ପ୍ରସ୍ତୁତ କରି ରଖାଯାଇଛି। ସେହି ହାଣ୍ଡିରେ ଅଧରପଣା ପ୍ରସ୍ତୁତ ହୋଇ ତିନି ରଥରେ ୯ଟି ମାଟିପାତ୍ର ସଜ ବସିବ। ସିଂହଦ୍ବାର ସମ୍ମୁଖ ଛାଉଣୀ ମଠ କୂଅରୁ ପାଣିଆ ଆପଟ ସେବକମାନେ ମୁହଁରେ ତୁଣ୍ଡି ବାନ୍ଧି ପାଣି ଆଣିବେ। ପାଣି ଛଣା ହୋଇ ପିତ୍ତଳ ହଣ୍ଡାରେ ରଖାଯିବା ପରେ ସୁପକାର ସେବକ ମାନେ ପଣା ପ୍ରସ୍ତୁତ କରିବେ। ଛାଚି, ସର, କଦଳୀ, ଛେନା, ଗୋଲମରିଚ ଗୁଣ୍ଡ, କର୍ପୁର, ଜାଇଫଳ ଆଦି ମିଶ୍ରଣରେ ଏହି ପଣା ପ୍ରସ୍ତୁତ କରାଯିବ।Conclusion:ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.