ETV Bharat / state

କୁନି ଓଠରେ ହସ ଫୁଟାଇଲେ ସବ୍ୟସାଚୀ, ବଢାଇଲେ ସହାୟତାର ହାତ

author img

By

Published : Sep 27, 2020, 10:47 PM IST

ଦୁଃଖୀଙ୍କ ଦରଦି ବନ୍ଧୁ ସବ୍ୟସାଚୀ । ପୁଣି ଜଣେ ଗରିବ ଝିଅର ଚିକିତ୍ସା ପାଇଁ ସହାୟତାର ହାତ ବଢ଼ାଇ ସାଜିଛନ୍ତି ପ୍ରେରଣାର ଉତ୍ସ । ପୁରୀ ଚନ୍ଦନପୁର ବାଲିପଡ଼ାର ଝିଅ କୁନି ପଣ୍ଡା । ଟ୍ୟୁମରର ଚିକିତ୍ସା ପାଇଁ ଲକ୍ଷାଧିକ ଟଙ୍କା ଆସିବ କେଉଁଠୁ ସେହି ଚିନ୍ତାରେ ମାନସିକ ଭାବେ ଭାଙ୍ଗି ପଡ଼ିଥିଲେ କୁନି ଓ ତାଙ୍କ ପରିବାର । କୁନିଙ୍କ ଆକୁଳ ନିବେଦନ ଭିଡିଓ ଭାଇରାଲ ପରେ ସାହାଯ୍ୟ କରିଛନ୍ତି ରିୟଲ ହିରୋ ସବ୍ୟସାଚୀ । ସମ୍ପୂର୍ଣ୍ଣ ଖବର ପଢନ୍ତୁ...

କୁନି ଓଠରେ ହସ ଫୁଟାଇଲେ ସବ୍ୟସାଚୀ, ବଢାଇଲେ ସହାୟତାର ହାତ
କୁନି ଓଠରେ ହସ ଫୁଟାଇଲେ ସବ୍ୟସାଚୀ, ବଢାଇଲେ ସହାୟତାର ହାତ

ପୁରୀ: ହାତ ଯୋଡି କାକୁତି ମିନତି ହେଉଛି କୁନି । କିଏ ସାହାଯ୍ୟ କର ମୋ ହାତ ଠିକ କରିଦିଅ । ଆଉ ସୋସିଆଲ ମିଡିଆରେ ଘୁରିବୁଲୁଥିବା ଏହି କୋହଭରା ଭିଡିଓଟି ଦେଖି ତରଳିଯାଇଛି ରିୟଲ ହିରୋ ସବ୍ୟସାଚୀଙ୍କ ହୃଦୟ । ବଢାଇଛନ୍ତି ସହାୟତାର ହାତ । କୁନିଙ୍କୁ ଭୁବନେଶ୍ବର ଏମ୍ସ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା କରାଇବା ସହ ଆଗାମୀ ସମସ୍ତ ଚିକିତ୍ସା ନେଇ ସେ ଦେଇଛନ୍ତି ପ୍ରତିଶୃତି ।

ପୁରୀ ଚନ୍ଦନପୁର ବାଲିପଡ଼ାର ଝିଅ କୁନି ପଣ୍ଡା । ବାପାଙ୍କୁ ହରାଇବା ପରେ ଚାଳଛପର ଘରେ ଅତି ଦୟନୀୟ ଭାବେ ରହୁଛନ୍ତି । ସାନ ଭାଇର ସ୍ବଳ୍ପ ରୋଜଗାରରେ ଚଳୁଛି ଘର । ଏଭଳି ଆର୍ଥିକ ସଙ୍କଟ ଭିତରେ କୁନିଙ୍କ ହାତର ଯନ୍ତ୍ରଣାର ଜୀବନ ଜିଇଁବା କଷ୍ଟକୁ ଦୁଇଗୁଣା କରିଦେଇଛି । ଟ୍ୟୁମରର ଚିକିତ୍ସା ପାଇଁ ଲକ୍ଷାଧିକ ଟଙ୍କା ଆସିବ କେଉଁଠୁ ସେହି ଚିନ୍ତାରେ ମାନସିକ ଭାବେ ଭାଙ୍ଗି ପଡ଼ିଥିଲେ କୁନି ଓ ତାଙ୍କ ପରିବାର । ତେବେ କୁନିଙ୍କ ଆକୁଳ ନିବେଦନ ଭିଡିଓ ଭାଇରାଲ ପରେ ଅନେକ ଅନୁଷ୍ଠାନ ଓ ସ୍ବେଚ୍ଛାସେବୀ ତାଙ୍କ ପାଖରେ ପହଞ୍ଚି ବଢାଇଛନ୍ତି ସହଯୋଗର ହାତ ।

ରିଲ ହିରୋ ସବ୍ୟସାଚୀ ଆଜି ରିୟଲ ହିରୋ ସାଜି କେତେ ଅଭାବୀ , ଅସହାୟଙ୍କୁ ସହଯୋଗ କରି ସାଜିଛନ୍ତି ପ୍ରେରଣାର ଉତ୍ସ । ତେବେ ତାଙ୍କର ଏହି ସହଯୋଗ ଓ ଆଶ୍ବାସନା ଯୋଗୁଁ ଆଜି କୁନି ମୁହିଁରେ ପୁଣି ବଞ୍ଚିବାର ଆଶା ଓ ଓଠରେ ହସ ଆଣିଦେଇଛି । ଯଦି ଆପଣ କୁନିଙ୍କୁ ସହଯୋଗ ପାଇଁ ଚାହାନ୍ତି ତେବେ 7077792162 ନମ୍ବର ଯୋଗାଯୋଗ କରି ପାରିବେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.