ପୁରୀ: ଜିଲ୍ଲାରେ ଅବକାରୀ ବିଭାଗ ପକ୍ଷରୁ ବେଆଇନ ଦେଶୀ ମଦ ବିକ୍ରି ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସେହି କ୍ରମରେ ଗୋପ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୨୬ ଲିଟର ଦେଶୀ ମଦ ଜବତ ସହ ତିନି ଜଣଙ୍କୁ ଗିରଫ କରାଯାଇଛି।
![ଦେଶୀ ମଦ ବେପାରିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ](https://etvbharatimages.akamaized.net/etvbharat/prod-images/od-puri-06-puri-illigallequior-avo-7205521_08062021200028_0806f_1623162628_492.jpg)
ଏହି ଘଟଣାରେ କଣ୍ଟାପଡ଼ାର ପ୍ରସନ୍ନ କୁମାର ରାଉତରାୟଙ୍କ ଠାରୁ ୪.୫୦୦ ଲିଟର, କରାଳର ରାଜୁ ମଲ୍ଲିକଙ୍କ ଠାରୁ ୧୦୦ ଲିଟର ପୋଚ ଓ ୧୦ ଲିଟର ଦେଶୀ ମଦ ଏବଂ ଏରବଙ୍ଗର ପଞ୍ଚାନନ ବଳଙ୍କ ଠାରୁ ୧୦.୮୦୦ ଲିଟର ଦେଶୀ ମଦ ଜବତ ସହ ଏହି ୩ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ