ETV Bharat / state

ମାର୍କେଟ କମ୍ପ୍ଲେସ ନିର୍ମାଣ ନାଁରେ ଚନ୍ଦ୍ରଭାଗା ଜଙ୍ଗଲ ଜମି ଜବରଦଖଲ ! ବିରୋଧ କଲେ ସ୍ଥାନୀୟ ବାସିନ୍ଦା - ଚନ୍ଦ୍ରଭାଗାରରେ ମାର୍କେଟ କମ୍ପ୍ଲେସ ନିର୍ମାଣକୁ ବିରୋଧ

ମାର୍କେଟ କମ୍ପ୍ଲେସ ନିର୍ମାଣ ପାଇଁ ଜଙ୍ଗଲ ଜମି ଜବରଦଖଲ । ଏନେଇ କରମଙ୍ଗା ଓ ଶ୍ରୀକଣ୍ଠପୁର ବନ ପରିବେଶ ସମିତି ସଭ୍ୟମାନେ ଜଙ୍ଗଲ ନିକଟରେ ପ୍ରତିବାଦ କରି କାର୍ଯ୍ୟ ବନ୍ଦ କରିଛନ୍ତି । ଅଧିକ ପଢନ୍ତୁ

acquisition of chandrabhaga forest land
acquisition of chandrabhaga forest land
author img

By ETV Bharat Odisha Team

Published : Sep 25, 2023, 7:48 AM IST

Updated : Sep 25, 2023, 8:43 AM IST

acquisition of chandrabhaga forest land

ପୁରୀ: ଜଙ୍ଗଲ ଜମି ଜବରଦଖଲକୁ ବିରୋଧ । ଚନ୍ଦ୍ରଭାଗା ଜୟଦେବ ବାଟିକା ନିକଟରେ ମାର୍କେଟ କମ୍ପ୍ଲେସ ନିର୍ମାଣ ପାଇଁ କରମଙ୍ଗା ଗ୍ରାମ୍ୟ ଜଙ୍ଗଲ ଜମିକୁ ଜବରଦଖଲ କରିଥିବା ଅଭିଯୋଗ ହୋଇଛି । ଆବଶ୍ୟକ ଜାଗାଠାରୁ ଅଧିକ ଜମି ଜବରଦଖଲ କରିବା ସହ ବେଆଇନ ଭାବେ ଝାଉଁ ଜଙ୍ଗଲ ନଷ୍ଟ କରୁଥିବା ନେଇ ସୁରକ୍ଷା ଦାୟିତ୍ୱରେ ଥିବା ଇକୋ କମିଟି ପ୍ରତିବାଦ କରିଛି । ଏନେଇ କରମଙ୍ଗା ଓ ଶ୍ରୀକଣ୍ଠପୁର ବନ ପରିବେଶ ସମିତି ସଭ୍ୟମାନେ ଜଙ୍ଗଲ ନିକଟରେ ପ୍ରତିବାଦ କରି କାର୍ଯ୍ୟ ବନ୍ଦ କରିଛନ୍ତି ।

ସୂଚନା ମୁତାବକ, ରାଜ୍ୟ ସରକାରଙ୍କ ଦ୍ବାରା କୋଣାର୍କ ଚନ୍ଦ୍ରଭାଗାର ବିକାଶ ପାଇଁ ବିଭିନ୍ନ ସ୍ଥାନରେ କାର୍ଯ୍ୟ ଚାଲିଛି । ଏହାରି ମଧ୍ୟରେ ଚନ୍ଦ୍ରଭାଗା ବେଳାଭୂମି ଉନ୍ନତିକରଣ କାର୍ଯ୍ୟ ପାଇଁ ରାଜ୍ୟ ସରକାରଙ୍କ ଦ୍ବାରା ଉନ୍ନୟନ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଯାଇଛି । ଚନ୍ଦ୍ରଭାଗା ମାର୍କେଟ ଭାଙ୍ଗି ଚନ୍ଦ୍ରଭାଗା ଜୟଦେବ ବାଟିକା ନିକଟରେ ନୂତନ ମାର୍କେଟ କମ୍ପ୍ଲେକ୍ସ ଓ ପାର୍କିଂ ବ୍ୟବସ୍ଥା ନିମନ୍ତେ ମାଟି ପୋତା କାର୍ଯ୍ୟ ଜାରି ରହିଛି। ହେଲେ ଏହି କାର୍ଯ୍ୟରେ ଠିକାଦାର ସଂସ୍ଥା ଓ ପୂର୍ତ୍ତ ବିଭାଗ ପକ୍ଷରୁ କରମଙ୍ଗା ଗ୍ରାମ୍ୟ ଜଙ୍ଗଲ ଜମିକୁ ଜବରଦଖଲ କରିଥିବା ଅଭିଯୋଗ ହୋଇଛି । ଆବଶ୍ୟକ ଜାଗାଠାରୁ ଅଧିକ ଜଙ୍ଗଲ ଜମି ଜବରଦଖଲ କରି ବେଆଇନ ଭାବେ ବିଶାଳ ଝାଉଁ ଜଙ୍ଗଲ ନଷ୍ଟ କରଯାଉଛି । ଉନ୍ନିତକରଣ ନାଁରେ ଅଭୟାରଣ୍ୟ ନଷ୍ଟ କରାଯାଉଥିବାରୁ ଇକୋ କମିଟି ପକ୍ଷରୁ ପ୍ରତିବାଦ କରାଯାଇଛି ।

ତେବେ ଏନେଇ ସମିତି ପକ୍ଷରୁ କୁହାଯାଇଛି ଯେ, ଜଙ୍ଗଲର ସୁରକ୍ଷା ପାଇଁ ଗତ 30 ବର୍ଷ ହେବ ଗ୍ରାମବାସୀ ଜଗି ରହିଛନ୍ତି। ହେଲେ ଦୁର୍ଭାଗ୍ୟର ବିଷୟ ପ୍ରଶାସନ ଏହାକୁ ଅଣଦେଖା କରି ମନ ଇଚ୍ଛା ଜଙ୍ଗଳ କାଟି ବିକାଶ କାର୍ଯ୍ୟ କରୁଛନ୍ତି । କେତେ ଜମି ଆବଶ୍ୟକ, କେତେ ବୃକ୍ଷ ନଷ୍ଟ ହେବ ଏହାର ବିକଳ୍ପ ଭାବେ କେଉଁଠାରେ ବୃକ୍ଷ ରୋପଣ ହେବ ଜଙ୍ଗଲ ସୁରକ୍ଷା ସମିତିକୁ ପ୍ରଶାସନ ଅନ୍ଧାରରେ ରଖିଛି। ପ୍ରଶାସନ ଯଦି ସ୍ପଷ୍ଟିକରଣ ନ ଦିଏ ଆଗାମୀ ଦିନରେ ଜୋରଦାର ବିରୋଧ ହେବ ବୋଲି କରମଙ୍ଗା ଗ୍ରାମ୍ୟ ବନ ସୁରକ୍ଷା ସମିତି କହିଛି।

ତେବେ କୋଣାର୍କ, ଚନ୍ଦ୍ରଭାଗା ଓ ରାମଚଣ୍ଡୀ ପୀଠର ନବୀକରଣ ପାଇଁ ୨୦୯ କୋଟି ରାଜ୍ୟ ସରକାର ପ୍ରଦାନ କରିଛନ୍ତି । କୋଣାର୍କ ସୂର୍ଯ୍ୟ ମନ୍ଦିର ଚାରିପାଖର ବିକାଶ ସହ ଚନ୍ଦ୍ରଭାଗା କୋଣାର୍କ ମଧ୍ୟରେ 6 ଲେନ୍‌ ରାସ୍ତା, ଚନ୍ଦ୍ରଭାଗା ବିଚ୍ ବିକାଶ କାର୍ଯ୍ୟ ହାତକୁ ନିଆଯାଇଛି । ରାଜ୍ୟ ସରକାର ପ୍ରଥମେ ପୁରୀ ପରେ କୋଣାର୍କ ଉନ୍ନତିକରଣ ପାଇଁ ଚିନ୍ତା କରିଥିବା ବେଳେ ବାରମ୍ବାର ପୁରୀ ଜିଲ୍ଲାପାଳ ଓ 5T ସଚିବ କୋଣାର୍କ ବୁଲି ଦେଖି ସ୍ଥାନୀୟ ଲୋକମାନଙ୍କୁ ବିଭିନ୍ନ ପ୍ରତିଶ୍ରୁତି ଦେଇଥିଲେ । ଏହାପରେ ଚନ୍ଦ୍ରଭାଗା ବଜାର ଉଠାଇ ନିକଟ ଜୟଦେବ ବାଟିକା ପାଖରେ ବସଷ୍ଟାଣ୍ଡ ସହ ବଜାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ମୂଲ୍ୟବାନ ଜଙ୍ଗଲ ନଷ୍ଟ କରାଯାଉଥିବା ଅଭିଯୋଗ ଆଣିଛନ୍ତି କରମଙ୍ଗା ଓ ଶ୍ରୀକଣ୍ଠପୁରର ଗ୍ରାମବାସୀ ।

ଏହା ମଧ୍ୟ ପଢନ୍ତୁ- ଆଶ୍ରମ ଜମି ଉପରେ ପାଚେରୀ ନିର୍ମାଣକୁ ବିରୋଧ, ତହସିଲ କାର୍ଯ୍ୟାଳୟ ଘେରିଲେ ଅନ୍ତେବାସୀ

ସେପଟେ ପୁରୀ ଜିଲ୍ଲାପାଳ କହିଛନ୍ତି, "ସବୁ ପକ୍ଷଙ୍କ ସହ ଆଲୋଚନା କରାଯାଇ ବିକାଶ କାର୍ଯ୍ୟ କରାଯିବ ।" ସେହିପରି ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି, "କୋଣାର୍କ ଐତିହ୍ୟ କରିଡରର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପ ଅତ୍ୟନ୍ତ ସ୍ଵାଗତଯୋଗ୍ୟ । କୋଣାର୍କ ପ୍ରସିଦ୍ଧିକୁ ଆହୁରି ବଢ଼ାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ପଦକ୍ଷେପ ନେଇଥିବା ବେଳେ ସେ ଏହାକୁ ଉଚ୍ଚ ପ୍ରଶଂସା କରିଛନ୍ତି ।"

ଇଟିଭି ଭାରତ, ପୁରୀ

Last Updated : Sep 25, 2023, 8:43 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.