ETV Bharat / state

ବାସେଳିସାହି ଥାନା ହାଜତ ମୃତ୍ୟୁର ହେବ ତଦନ୍ତ: ପୁରୀ ଏସପି - ସନ୍ଦେହଜନକ ମୃତ୍ୟୁ

ଜିଲ୍ଲାର ବାସେଳିସାହି ଥାନା ହାଜତରେ ଅଭିଯୁକ୍ତର ମୃତ୍ୟୁ ସଂପର୍କରେ ଏସପି ପ୍ରତିକ୍ରିୟା ରଖିଛନ୍ତି । ହାଜତ ମୃତ୍ୟୁ ଅଭିଯୋଗକୁ ସେ ଖଣ୍ଡନ କରିଥିବା ଜଣାପଡିଛି । ଅଧିକ ପଢନ୍ତୁ...

Proper investigation will occur in case of accused death in Baselisahi police station: Puri SP
ବାସେଳିସାହି ଥାନା ହାଜତ ମୃତ୍ୟୁର ହେବ ତଦନ୍ତ: ପୁରୀ ଏସପି
author img

By

Published : Nov 19, 2020, 12:14 PM IST

Updated : Nov 19, 2020, 4:49 PM IST

ପୁରୀ: ଜିଲ୍ଲାର ବାସେଳିସାହି ଥାନାରେ ହାଜତ ମୃତ୍ୟୁ ଅଭିଯୋଗ ଘଟଣା ଉପରେ ପୁରୀ ଏସ୍‌ପି ଅଖିଳେଶ୍ବର ସିଂହ ପ୍ରତିକ୍ରିୟା ରଖିଛନ୍ତି । ଏହି ଅଭିଯୋଗକୁ ପୁରୀ ଏସପି ଖଣ୍ଡନ କରିବା ସହ ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି ।

ବାସେଳିସାହି ଥାନା ହାଜତ ମୃତ୍ୟୁର ହେବ ତଦନ୍ତ: ପୁରୀ ଏସପି

ହାଜତରେ ଅଭିଯୁକ୍ତର ମୃତ୍ୟୁ ଅଭିଯୋଗକୁ ପୁରୀ ଏସପି ଆଖିଲେଶ୍ବର ସିଂ ଖଣ୍ଡନ କରିଛନ୍ତି । ତାଙ୍କ ସୂଚନା ଅନୁଯାୟୀ ଅଭିଯୁକ୍ତକୁ ଏକ ଡକାୟତି ମାମଲାରେ ଧରିବା ପାଇଁ ପୋଲିସ ଟିମ ଯାଇଥିବା ବେଳେ ପୋଲିସ ସହ ତା'ର ଧସ୍ତାଧସ୍ତି ହୋଇଥିଲା । ଅଭିଯୁକ୍ତ ଜଣକ ପୋଲିସ ଉପରକୁ ଆକ୍ରମଣ କରିଥିଲା । ଏହି ସମୟରେ ଅଭିଯୁକ୍ତ ଅସୁସ୍ଥ ହୋଇପଡିବା ପରେ ତାକୁ ପୁରୀ ଜିଲ୍ଲା ସଦର ମହକୁମା ଚିକିତ୍ସାଳୟକୁ ନିଆଯାଇଥିଲା । ତେବେ ସେଠାରେ ଚିକିତ୍ସିତ ଅବସ୍ଥାରେ ତାର ମୃତ୍ୟୁ ହୋଇଛି ବୋଲି ଏସପି କହିଛନ୍ତି ।

ହାଜତ ମୃତ୍ୟୁ ପ୍ରସଙ୍ଗରେ ମତ ରଖି ସେ କହିଛନ୍ତି, ଯଦି ପ୍ରକୃତରେ ହାଜତରେ ଅଭିଯୁକ୍ତର ମୃତ୍ୟୁ ଘଟିଥାଏ ତେବେ ଏନଏଚଆରସିର ଗାଇଡଲାଇନ ଅନୁଯାୟୀ ତଦନ୍ତ କରାଯିବ ଏବଂ ଦୋଷୀ ବିରୋଧରେ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟନୁଷ୍ଠାନ ନିଆଯିବ । ଏସପି ହାଜତ ମୃତ୍ୟୁ ଅଭିଯୋଗକୁ ଖଣ୍ଡନ କରୁଥିବା ବେଳେ ଏପଟେ ମୃତ ଅଭିଯୁକ୍ତର ଶରୀରରେ ମାଡ଼ର ଦାଗ ରହିଥିବା ସୂଚନା ମିଳିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Nov 19, 2020, 4:49 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.